ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ ଖୋଳାହେଲା ବୋରୱେଲ, ଚାଷୀଙ୍କ ମହଲରେ ଖୁସି

କେସିଙ୍ଗା,୨୪।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ପ୍ରାୟ ୨୦ ଜଣ ଚାଷୀ ୪ ଲକ୍ଷ ଟଙ୍କା ଗତ ୨୦୨୩ରେ ଏନ ଲାଇନରେ ଜମା କରିଥିଲେ। ଗଭୀର ନଳକୂପ ଖୋଳିବାରେ ବିଭାଗୀୟ ଅଧିକାରୀ ବିଳମ୍ବ ହେବାରୁ ବାଲସି ଗ୍ରାମର ଚାଷୀବୃନ୍ଦ ମୁଖ୍ୟମନ୍ତ୍ରୀ ଓ କଳାହାଣ୍ଡି ଏମ୍‌ପି ମାଲବିକା ଦେଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏମ୍‌ପି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ପରେ ବର୍ତ୍ତମାନ ବାଲସି ଗ୍ରାମରେ ଗଭୀର ନଳକୂପ ଖୋଲା ଆରମ୍ଭ ହୋଇଛି।
ଚାଷୀଙ୍କ ଦୀର୍ଘଦିନର ସ୍ବପ୍ନପୂରଣ ହୋଇଥିବାରୁ ଚାଷୀ ମହଲରେ ଆନନ୍ଦ ଖେଳି ଯାଇଛି। ଏହିପରି ସମଗ୍ର ବ୍ଲକରେ ବହୁ ଚାଷୀ ଏ ଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କଳାହାଣ୍ଡି ଜିଲାରେ ଉଠା ଜଳସେଚନ ପ୍ରକଳ୍ପ (OLIC)ର ଆହ୍ବାନ କ୍ରମେ ହଜାର ହଜାର ଚାଷୀ ନିଜ ଚାଷ ଜମିରେ ବୋରୱେଲ ଖୋଲିବା ପାଇଁ ଅନଲାଇନରେ ସୋଲାର ଓ ଇଲେକ୍ଟ୍ରି ବୋରୱେଲ ପାଇଁ ବର୍ଷ ୨୦୨୩ରେ ଆବେଦନ କରିଥିଲେ। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି କାମ ଆରମ୍ଭ ନ ହେବା କାରଣରୁ ଚାଷୀକୂଳ ଦ୍ବନ୍ଦ୍ବ ରେ ଥିଲେ। ଏହି ବିଷୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚାଷୀମାନେ ଲିଖିତ ଭାବରେ ଅବଗତ କରାଇଥିଲେ ଏବଂ କଳାହାଣ୍ଡିର ଏମ୍‌ପି ମାଲବିକା ଦେବୀଙ୍କୁ ଚାଷୀ ତରଫରୁ ଲିଖିତ ଭାବରେ ଜଣାଇବା ପରେ ଏମ୍‌ପି ତୁରନ୍ତ ଚାଷୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଓ ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ତାଗିଦ କରିଥିଲେ । ବିଭାଗୀୟ ଅଧିକାରୀ ଚାଷିଙ୍କ ସମସ୍ୟାକୁ ଦୂର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବୋରୱେଲ ଖୋଲିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଡିପ ବୋରୱେଲ ଖୋଲିବା କାମ ସମାପନ ପରେ ସୋଲାର ଏବଂ ବିଦ୍ୟୁତ ସଂଯୋଗ କରିବା ପାଇଁ ମଧ୍ୟ ଟେଣ୍ଡର ହୋଇଥିବାର ଜଣାପଡ଼ିଛି। ଏଣୁ ଏହି ଯୋଜନାର ସମସ୍ତ ହିତାଧିକାରୀଙ୍କ ତରଫରୁ ମୁଖ୍ୟମନ୍ତ୍ର କଳାହାଣ୍ଡିର ଏମ୍‌ପି ମାଲବିକା ଦେବୀ ଏବଂ ଜିଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ବିଭଗୀୟ କନିଷ୍ଠ ଜେଇ ଶାନ୍ତନୁ ମାଝିଙ୍କୁ ପଚାରିବାରୁ ସରକାର ବଦଳିବାରୁ ବିଳମ୍ବ ହେଉଥିଲା ବୋଲି ପ୍ରକାଶ କରିଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri