ସୀମାନ୍ତ ଗାଁ ଚିନ୍ତା

Dillip Cherian

ପାଖାପାଖି ୭୦ଜଣ ମନ୍ତ୍ରୀ ଭାରତ-ଚାଇନା ସୀମା ଅଭିମୁଖେ ଯାଉଛନ୍ତି। ଲଢ଼େଇ କରିବାକୁ ନୁହେଁ, ବରଂ ବହୁ ସଂଖ୍ୟକ ସୀମାନ୍ତ ଗାଁ କି ପ୍ରକାର ସହାୟତା ଆବଶ୍ୟକ କରୁଛନ୍ତି ତାହା ଉପରେ ନିଶ୍ଚିତ ହେବା ଲାଗି ମନ୍ତ୍ରୀମାନେ ସେଠାକୁ ଯାଉଛନ୍ତି। ସୂତ୍ରରୁ ପ୍ରକାଶ, ସୀମାରେ ୧,୪୦୦ ଗାଁ ଚିହ୍ନଟ କରାଯାଇଛି ଏବଂ ସେଠାରେ ଲୋକେ କେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ବୁଝି ସମାଧନ କରିବା ଲାଗି କେନ୍ଦ୍ରମନ୍ତ୍ରୀମାନେ ଗସ୍ତରେ ଯିବେ। କିଛିଦିନ ତଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୀମା ପରିଚାଳନା ସଚିବ ଡି.ଏସ୍‌.ଗଙ୍ଗଓ୍ବାର ସୀମାରେ ବାସ କରୁଥିବା ପରିବାରଗୁଡ଼ିକ ପାଇଁ ଫୋନ୍‌ ଯୋଗାଯୋଗ ଉପରେ ସମୀକ୍ଷା କରିବା ପରେ ଉକ୍ତ ନିଷ୍ପତ୍ତି ନିଆଯାଇଥିଲା। ନିକଟରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ବି ଲଦାଖର ସୀମାନ୍ତ ଗ୍ରାମଗୁଡ଼ିକୁ ଯାଇଥିଲେ। ସୀମାନ୍ତ ଅଞ୍ଚଳରେ ଲୋକମାନେ ପୈତୃକ ଜାଗାରେ ରହିବା ସହ ଗାଁ ଛାଡ଼ି ବାହାରକୁ ନ ଯିବା ସକଶେ ସେମାନଙ୍କୁ ପ୍ରେରିତ କରିବା ଏହି ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମର ଲକ୍ଷ୍ୟ। ସୂତ୍ରରୁ ପ୍ରକାଶ, ନିକଟରେ ଦିଲ୍ଲୀରେ ରାଜ୍ୟ ମାନ୍ୟତା ପାଇଁ ଦାବି କରିଥିବା ଲଦାଖବାସୀଙ୍କୁ ଶାନ୍ତ କରିବା ନିମନ୍ତେ ଏହି ଯୋଜନା କରାଯାଇଛି। ବିବାଦୀୟ ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ରେ ଚାଇନା ବହୁ ସୀମାନ୍ତ ଗାଁ ଓ ରାସ୍ତା ନିର୍ମାଣ କରି ସେସବୁ ତା’ର ଅଞ୍ଚଳ ବୋଲି ଦୃଢ଼ ଭାବେ ଦାବି କରିଛି। ଏଥିପାଇଁ କେନ୍ଦ୍ର ସେମାନଙ୍କ ଅଭିଯାନକୁ ପ୍ରତିହତ କରିବା ପାଇଁ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ମନ୍ତ୍ରୀମାନେ ମଡେଲ ଗ୍ରାମଗୁଡ଼ିକରେ ଦିନଟିଏ କାଟିବେ ଏପରିକି ସେଠାରେ ରାତିରେ ବି ରହିପାରନ୍ତି। ସେଥିପାଇଁ ସେମାନଙ୍କ ଗସ୍ତକୁ ନେଇ ସୀମାନ୍ତ ରାଜ୍ୟ ବିଶେଷକରି ଜିଲାଗୁଡ଼ିକ ହାଇ ଆଲର୍ଟ ଅଛନ୍ତି।
ନୂଆ ଜୀବନ ପାଇବ ସିସିଆଇ
କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ)ଏବେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ବିନା ଚାଲିଛି। ସିସିଆଇ ସଦସ୍ୟ ସଙ୍ଗୀତା ବର୍ମା ଗତବର୍ଷ ଅକ୍ଟୋବରରୁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅଛନ୍ତି । ନିକଟରେ ତାଙ୍କ କାର୍ଯ୍ୟକାଳ ୩ ମାସ ପାଇଁ ବୃଦ୍ଧି କରାଯାଇଥିଲା। ଏବେ ସିସିଆଇ ୨ ଜଣ ସଦସ୍ୟକୁ ନେଇ କାମ କରୁଛି, ଯାହା ନିର୍ଦ୍ଧାରିତ ସଂଖ୍ୟାର ଅଧା ଏବଂ କୋରମରୁ ଗୋଟିଏ କମ୍‌। ଏପରିକି କୋରମ୍‌ ହରାଇବା ପୂର୍ବରୁ ମଧ୍ୟ ସିସିଆଇରେ କମ୍‌ କର୍ମଚାରୀ ରହିଛନ୍ତି। ଗତ ଦଶନ୍ଧି ମଧ୍ୟରେ ୩୦% ପଦବୀ ବି ପୂରଣ ହୋଇନାହିଁ। ତେବେ କମିଶନରେ ଏବେ ଯାହା କିଛି ସମସ୍ୟା ଅଛି ତାହାକୁ ସରକାର ହିଁ ସୃଷ୍ଟି କରିଛନ୍ତି। ୨୦୧୮ରେ ସବୁଠୁ ବେଶି ପଦବୀ ଖାଲିଥିଲା ଓ ସେତେବେଳେ ସରକାର କମିଶନ ସଦସ୍ୟ ସଂଖ୍ୟା ୭ରୁ ୪କୁ କମାଇ ଦେଇଥିଲେ। ମନ୍ତ୍ରଣାଳୟ ମଧ୍ୟରେ ଏବେ ଏହି ସବୁ ବିଷୟ ଉପରେ ପଦକ୍ଷେପ ନେବା ଆରମ୍ଭ ହେଉଛି । ବିଶେଷକରି ଅଧ୍ୟକ୍ଷ ନିଯୁକ୍ତି ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ସମ୍ଭବତଃ ନିଯୁକ୍ତି ବିଳମ୍ବ ଘଟଣା, ସିସିଆଇର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷଙ୍କ ଅନୁପସ୍ଥିତିର ପ୍ରଭାବ ଏବଂ ତଦନ୍ତ କରିବାରେ ଏହାର କ୍ଷମତାକୁ ନେଇ ବାବୁମାନଙ୍କ ନିଦ ଭାଙ୍ଗିଛି। ଏବେ ସରକାର ବର୍ମାଙ୍କ ସ୍ଥାନରେ ଆଉ ଜଣଙ୍କୁ ଅବସ୍ଥାପିତ କରିବାକୁ ପ୍ରାର୍ଥୀ ଖୋଜୁଛନ୍ତି। ଆଗାମୀ ୧୬ ମାସ ମଧ୍ୟରେ ଏବକାର ଦୁଇ ସଦସ୍ୟ ଅବସର ନେବାକୁ ଥିବାବେଳେ ସରକାର ମଧ୍ୟ ୩ ଜଣ ସଦସ୍ୟ ପଦ ପୂରଣ କରିବାକୁ ବିଜ୍ଞାପନ ଦେଇଛନ୍ତି। ତେବେ ଜଣେ ନୂଆ ଅଧ୍ୟକ୍ଷଙ୍କ ନିଯୁକ୍ତି ସିସିଆଇକୁ ନୂଆ ଜୀବନ ଦେବା ସହ ତା’ର ଧାରାବାହିକ କାର୍ଯ୍ୟକଳାପ ଏବଂ ସ୍ଥାୟିତ୍ୱକୁ ନିଶ୍ଚିତ କରିବାରେ ସହାୟକ ହେବ।
ବିନିବେଶ ସମସ୍ୟା
ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବାରୁ ଅଧିକାରୀମାନେ ଆଭ୍ୟନ୍ତରୀଣ ଅତିରିକ୍ତ ବିଷୟରେ ଅତ୍ୟଧିକ ଜଡ଼ିତ ହୋଇଥିବା ବୁଝାପଡ଼ୁଛି। ତେବେ ଅର୍ଥ ସଚିବ ଟି.ଭି. ସୋମନାଥନ ଏବଂ ରେଭିନ୍ୟୁ ସଚିବ ସଞ୍ଜୟ ମାଲହୋତ୍ରା ବର୍ଦ୍ଧିତ ଋଣ ଉପରେ ସମୀକ୍ଷା କରି ତାହାକୁ ସମାଧାନ କରିବାକୁ ଚେଷ୍ଟା କରିବା ଲାଗି ଅନେକ ବୈଠକ ଡକାଇଛନ୍ତି। ଏହା ସହ ବିନିବେଶ କ୍ଷେତ୍ରରେ ନିଆଯାଇଥିବା କିଛି ପଦକ୍ଷେପରେ ବି ସେଭଳି ଅଧିକ ଫଳ ମିଳିନାହିଁ। ତେବେ ଏହି ଦୁଇ ପ୍ରସଙ୍ଗରେ ଗତ ଦୁଇ ସପ୍ତାହ ହେଲା ଅର୍ଥ ମନ୍ତ୍ରଣାଳୟ ଚଳଚଞ୍ଚଳତା ପ୍ରକାଶ କରିବା ଦେଖାଯାଇଛି। ଫେବୃୟାରୀ ବଜେଟରେ କେନ୍ଦ୍ର ସରକାର ବିନିବେଶ ଟାର୍ଗେଟକୁ ପୂର୍ବ ବଜେଟର ୬୫,୦୦୦ କୋଟି ଟଙ୍କାରୁୁ ୫୦,୦୦୦ କୋଟିକୁ କମାଇ ଦେଇଥିଲେ। ଟାର୍ଗେଟ ହ୍ରାସ କରିବା ସତ୍ତ୍ୱେ ବି ଏହା ବିନିବେଶରୁ ଏବେ ସୁଦ୍ଧା ୩୧,୧୦୭ କୋଟି ଟଙ୍କା ଯୋଗାଡ଼ କରିବାକୁ ସକ୍ଷମ ହୋଇଛି। କିନ୍ତୁ ଅର୍ଥ ବାବୁୂମାନେ ଭାବୁଛନ୍ତି ଯେ ସେମାନଙ୍କ ପାଖରେ ଏକ ଯୋଜନା ଅଛି । ସେମାନେ ସରକାରୀ ଋଣ ବୃଦ୍ଧିକୁ ସୀମିତ ରଖି ପବ୍ଲିକ ଋଣ ବୋଝ ସହ ସୁଧ ଦେୟ ହ୍ରାସ ପାଇଁ ଯୋଜନା କରୁଛନ୍ତି । ବିନିବେଶରୁ ଯାହା ପ୍ରାପ୍ତି ହେବା କଥା ତାହା ଯଦି କମ୍‌ ରହେ ତେବେ ପୂରଣ କରିବାକୁ ଅଧିକ ଲାଭ କରୁଥିବା କେନ୍ଦ୍ର ରାଷ୍ଟ୍ରାୟତ୍ତ କମ୍ପାନୀ ଏବଂ ସ୍ବୟଂଚାଳିତ ସଂସ୍ଥାଗୁଡ଼ିକ ପାଇଁ କରାଯାଇଥିବା ପାଣ୍ଠି ଯୋଗାଣ ବ୍ୟବସ୍ଥା ଓ କେନ୍ଦ୍ରୀୟ ଯୋଜନାଗୁଡ଼ିକ ଉପରେ ନିର୍ଭର କରିବ। ଏଥିରେ କେନ୍ଦ୍ର ନୂତନ ପାଣ୍ଠି ଯୋଗାଣ ବ୍ୟବସ୍ଥାରୁ ୧୩,୦୦୦ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଯୋଜନାଗୁଡ଼ିକରୁ ୮,୦୦୦ କୋଟି ଟଙ୍କା ବଞ୍ଚାଇପାରିବ ବୋଲି ସୋମନାଥନ ଆଶା ରଖିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri