ସୀମାନ୍ତ ଗାଁ ଚିନ୍ତା

Dillip Cherian

ପାଖାପାଖି ୭୦ଜଣ ମନ୍ତ୍ରୀ ଭାରତ-ଚାଇନା ସୀମା ଅଭିମୁଖେ ଯାଉଛନ୍ତି। ଲଢ଼େଇ କରିବାକୁ ନୁହେଁ, ବରଂ ବହୁ ସଂଖ୍ୟକ ସୀମାନ୍ତ ଗାଁ କି ପ୍ରକାର ସହାୟତା ଆବଶ୍ୟକ କରୁଛନ୍ତି ତାହା ଉପରେ ନିଶ୍ଚିତ ହେବା ଲାଗି ମନ୍ତ୍ରୀମାନେ ସେଠାକୁ ଯାଉଛନ୍ତି। ସୂତ୍ରରୁ ପ୍ରକାଶ, ସୀମାରେ ୧,୪୦୦ ଗାଁ ଚିହ୍ନଟ କରାଯାଇଛି ଏବଂ ସେଠାରେ ଲୋକେ କେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ବୁଝି ସମାଧନ କରିବା ଲାଗି କେନ୍ଦ୍ରମନ୍ତ୍ରୀମାନେ ଗସ୍ତରେ ଯିବେ। କିଛିଦିନ ତଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୀମା ପରିଚାଳନା ସଚିବ ଡି.ଏସ୍‌.ଗଙ୍ଗଓ୍ବାର ସୀମାରେ ବାସ କରୁଥିବା ପରିବାରଗୁଡ଼ିକ ପାଇଁ ଫୋନ୍‌ ଯୋଗାଯୋଗ ଉପରେ ସମୀକ୍ଷା କରିବା ପରେ ଉକ୍ତ ନିଷ୍ପତ୍ତି ନିଆଯାଇଥିଲା। ନିକଟରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ବି ଲଦାଖର ସୀମାନ୍ତ ଗ୍ରାମଗୁଡ଼ିକୁ ଯାଇଥିଲେ। ସୀମାନ୍ତ ଅଞ୍ଚଳରେ ଲୋକମାନେ ପୈତୃକ ଜାଗାରେ ରହିବା ସହ ଗାଁ ଛାଡ଼ି ବାହାରକୁ ନ ଯିବା ସକଶେ ସେମାନଙ୍କୁ ପ୍ରେରିତ କରିବା ଏହି ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମର ଲକ୍ଷ୍ୟ। ସୂତ୍ରରୁ ପ୍ରକାଶ, ନିକଟରେ ଦିଲ୍ଲୀରେ ରାଜ୍ୟ ମାନ୍ୟତା ପାଇଁ ଦାବି କରିଥିବା ଲଦାଖବାସୀଙ୍କୁ ଶାନ୍ତ କରିବା ନିମନ୍ତେ ଏହି ଯୋଜନା କରାଯାଇଛି। ବିବାଦୀୟ ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ରେ ଚାଇନା ବହୁ ସୀମାନ୍ତ ଗାଁ ଓ ରାସ୍ତା ନିର୍ମାଣ କରି ସେସବୁ ତା’ର ଅଞ୍ଚଳ ବୋଲି ଦୃଢ଼ ଭାବେ ଦାବି କରିଛି। ଏଥିପାଇଁ କେନ୍ଦ୍ର ସେମାନଙ୍କ ଅଭିଯାନକୁ ପ୍ରତିହତ କରିବା ପାଇଁ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ମନ୍ତ୍ରୀମାନେ ମଡେଲ ଗ୍ରାମଗୁଡ଼ିକରେ ଦିନଟିଏ କାଟିବେ ଏପରିକି ସେଠାରେ ରାତିରେ ବି ରହିପାରନ୍ତି। ସେଥିପାଇଁ ସେମାନଙ୍କ ଗସ୍ତକୁ ନେଇ ସୀମାନ୍ତ ରାଜ୍ୟ ବିଶେଷକରି ଜିଲାଗୁଡ଼ିକ ହାଇ ଆଲର୍ଟ ଅଛନ୍ତି।
ନୂଆ ଜୀବନ ପାଇବ ସିସିଆଇ
କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ)ଏବେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ବିନା ଚାଲିଛି। ସିସିଆଇ ସଦସ୍ୟ ସଙ୍ଗୀତା ବର୍ମା ଗତବର୍ଷ ଅକ୍ଟୋବରରୁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅଛନ୍ତି । ନିକଟରେ ତାଙ୍କ କାର୍ଯ୍ୟକାଳ ୩ ମାସ ପାଇଁ ବୃଦ୍ଧି କରାଯାଇଥିଲା। ଏବେ ସିସିଆଇ ୨ ଜଣ ସଦସ୍ୟକୁ ନେଇ କାମ କରୁଛି, ଯାହା ନିର୍ଦ୍ଧାରିତ ସଂଖ୍ୟାର ଅଧା ଏବଂ କୋରମରୁ ଗୋଟିଏ କମ୍‌। ଏପରିକି କୋରମ୍‌ ହରାଇବା ପୂର୍ବରୁ ମଧ୍ୟ ସିସିଆଇରେ କମ୍‌ କର୍ମଚାରୀ ରହିଛନ୍ତି। ଗତ ଦଶନ୍ଧି ମଧ୍ୟରେ ୩୦% ପଦବୀ ବି ପୂରଣ ହୋଇନାହିଁ। ତେବେ କମିଶନରେ ଏବେ ଯାହା କିଛି ସମସ୍ୟା ଅଛି ତାହାକୁ ସରକାର ହିଁ ସୃଷ୍ଟି କରିଛନ୍ତି। ୨୦୧୮ରେ ସବୁଠୁ ବେଶି ପଦବୀ ଖାଲିଥିଲା ଓ ସେତେବେଳେ ସରକାର କମିଶନ ସଦସ୍ୟ ସଂଖ୍ୟା ୭ରୁ ୪କୁ କମାଇ ଦେଇଥିଲେ। ମନ୍ତ୍ରଣାଳୟ ମଧ୍ୟରେ ଏବେ ଏହି ସବୁ ବିଷୟ ଉପରେ ପଦକ୍ଷେପ ନେବା ଆରମ୍ଭ ହେଉଛି । ବିଶେଷକରି ଅଧ୍ୟକ୍ଷ ନିଯୁକ୍ତି ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ସମ୍ଭବତଃ ନିଯୁକ୍ତି ବିଳମ୍ବ ଘଟଣା, ସିସିଆଇର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷଙ୍କ ଅନୁପସ୍ଥିତିର ପ୍ରଭାବ ଏବଂ ତଦନ୍ତ କରିବାରେ ଏହାର କ୍ଷମତାକୁ ନେଇ ବାବୁମାନଙ୍କ ନିଦ ଭାଙ୍ଗିଛି। ଏବେ ସରକାର ବର୍ମାଙ୍କ ସ୍ଥାନରେ ଆଉ ଜଣଙ୍କୁ ଅବସ୍ଥାପିତ କରିବାକୁ ପ୍ରାର୍ଥୀ ଖୋଜୁଛନ୍ତି। ଆଗାମୀ ୧୬ ମାସ ମଧ୍ୟରେ ଏବକାର ଦୁଇ ସଦସ୍ୟ ଅବସର ନେବାକୁ ଥିବାବେଳେ ସରକାର ମଧ୍ୟ ୩ ଜଣ ସଦସ୍ୟ ପଦ ପୂରଣ କରିବାକୁ ବିଜ୍ଞାପନ ଦେଇଛନ୍ତି। ତେବେ ଜଣେ ନୂଆ ଅଧ୍ୟକ୍ଷଙ୍କ ନିଯୁକ୍ତି ସିସିଆଇକୁ ନୂଆ ଜୀବନ ଦେବା ସହ ତା’ର ଧାରାବାହିକ କାର୍ଯ୍ୟକଳାପ ଏବଂ ସ୍ଥାୟିତ୍ୱକୁ ନିଶ୍ଚିତ କରିବାରେ ସହାୟକ ହେବ।
ବିନିବେଶ ସମସ୍ୟା
ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବାରୁ ଅଧିକାରୀମାନେ ଆଭ୍ୟନ୍ତରୀଣ ଅତିରିକ୍ତ ବିଷୟରେ ଅତ୍ୟଧିକ ଜଡ଼ିତ ହୋଇଥିବା ବୁଝାପଡ଼ୁଛି। ତେବେ ଅର୍ଥ ସଚିବ ଟି.ଭି. ସୋମନାଥନ ଏବଂ ରେଭିନ୍ୟୁ ସଚିବ ସଞ୍ଜୟ ମାଲହୋତ୍ରା ବର୍ଦ୍ଧିତ ଋଣ ଉପରେ ସମୀକ୍ଷା କରି ତାହାକୁ ସମାଧାନ କରିବାକୁ ଚେଷ୍ଟା କରିବା ଲାଗି ଅନେକ ବୈଠକ ଡକାଇଛନ୍ତି। ଏହା ସହ ବିନିବେଶ କ୍ଷେତ୍ରରେ ନିଆଯାଇଥିବା କିଛି ପଦକ୍ଷେପରେ ବି ସେଭଳି ଅଧିକ ଫଳ ମିଳିନାହିଁ। ତେବେ ଏହି ଦୁଇ ପ୍ରସଙ୍ଗରେ ଗତ ଦୁଇ ସପ୍ତାହ ହେଲା ଅର୍ଥ ମନ୍ତ୍ରଣାଳୟ ଚଳଚଞ୍ଚଳତା ପ୍ରକାଶ କରିବା ଦେଖାଯାଇଛି। ଫେବୃୟାରୀ ବଜେଟରେ କେନ୍ଦ୍ର ସରକାର ବିନିବେଶ ଟାର୍ଗେଟକୁ ପୂର୍ବ ବଜେଟର ୬୫,୦୦୦ କୋଟି ଟଙ୍କାରୁୁ ୫୦,୦୦୦ କୋଟିକୁ କମାଇ ଦେଇଥିଲେ। ଟାର୍ଗେଟ ହ୍ରାସ କରିବା ସତ୍ତ୍ୱେ ବି ଏହା ବିନିବେଶରୁ ଏବେ ସୁଦ୍ଧା ୩୧,୧୦୭ କୋଟି ଟଙ୍କା ଯୋଗାଡ଼ କରିବାକୁ ସକ୍ଷମ ହୋଇଛି। କିନ୍ତୁ ଅର୍ଥ ବାବୁୂମାନେ ଭାବୁଛନ୍ତି ଯେ ସେମାନଙ୍କ ପାଖରେ ଏକ ଯୋଜନା ଅଛି । ସେମାନେ ସରକାରୀ ଋଣ ବୃଦ୍ଧିକୁ ସୀମିତ ରଖି ପବ୍ଲିକ ଋଣ ବୋଝ ସହ ସୁଧ ଦେୟ ହ୍ରାସ ପାଇଁ ଯୋଜନା କରୁଛନ୍ତି । ବିନିବେଶରୁ ଯାହା ପ୍ରାପ୍ତି ହେବା କଥା ତାହା ଯଦି କମ୍‌ ରହେ ତେବେ ପୂରଣ କରିବାକୁ ଅଧିକ ଲାଭ କରୁଥିବା କେନ୍ଦ୍ର ରାଷ୍ଟ୍ରାୟତ୍ତ କମ୍ପାନୀ ଏବଂ ସ୍ବୟଂଚାଳିତ ସଂସ୍ଥାଗୁଡ଼ିକ ପାଇଁ କରାଯାଇଥିବା ପାଣ୍ଠି ଯୋଗାଣ ବ୍ୟବସ୍ଥା ଓ କେନ୍ଦ୍ରୀୟ ଯୋଜନାଗୁଡ଼ିକ ଉପରେ ନିର୍ଭର କରିବ। ଏଥିରେ କେନ୍ଦ୍ର ନୂତନ ପାଣ୍ଠି ଯୋଗାଣ ବ୍ୟବସ୍ଥାରୁ ୧୩,୦୦୦ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଯୋଜନାଗୁଡ଼ିକରୁ ୮,୦୦୦ କୋଟି ଟଙ୍କା ବଞ୍ଚାଇପାରିବ ବୋଲି ସୋମନାଥନ ଆଶା ରଖିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri