Posted inଖେଳ

ବର୍ଡର-ଗାଭାସ୍କର ଟ୍ରଫି: ଅନ୍ତିମ ଟେଷ୍ଟରେ ଟିମ୍‌ ଇଣ୍ଡିଆରେ ଖେଳାଳି ପରିବର୍ତ୍ତନ

ଅହମଦାବାଦ,୮ା୩: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମାର୍ଚ୍ଚ ୯ରେ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ। ତୃତୀୟ ଟେଷ୍ଟ ମ୍ୟାଚରେ ବାଦ ପଡିଥିବା ମହମ୍ମଦ ସାମି ଦଳକୁ ଫେରିପାରନ୍ତି। ତେବେ ଦଳରୁ ମହମ୍ମଦ ସିରାଜଙ୍କୁ ବାହାରେ ବସିବାକୁ ପଡିପାରେ। ଏପରି କି ଦଳରେ ଇଷାନ୍‌ କିଷାନଙ୍କୁ ସୁଯୋଗ ମିଳିପାରେ ବୋଲି ଜଣାପଡ଼ିଛି।

ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆ ଦମ୍‌ଦାର କମ୍‌ବ୍ୟାକ କରିଥିଲା। ଫଳରେ ମ୍ୟାଚର ତୃତୀୟ ଦିନରେ ଭାରତ ପରାସ୍ତ ହୋଇଥିଲା। ହେଲେ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ବିଶ୍ୱଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିବାକୁ ଭାରତକୁ ଏହି ମ୍ୟାଚ ଜତିବାକୁ ହେବ। ଏହା ବ୍ୟତୀତ ଦଳରେ ଇଷାନ୍‌ କିଷାନଙ୍କୁ ମଧ୍ୟ ସୁଯୋଗ ମିଳିପାରେ।

ସୂଚନାଯୋଗ୍ୟ, ଶେଷ ଟେଷ୍ଟ ମ୍ୟାଚରେ ଷ୍ଟିଭ୍‌ ସ୍ମିଥ୍‌ ଅଧିନାୟକ ରହିବା ନେଇ ଅଷ୍ଟ୍ରେଲିଆ କ୍ରିକେଟ କୁହାଯାଇଛି। ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ ଦ୍ୱିତୀୟ ଟେଷ୍ଟ ପରେ ତାଙ୍କ ମା’ଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ଟେଷ୍ଟରେ କୁମିନ୍ସ ଫେରିବା ନେଇ ଆଶା କରାଯାଉଥିଲେ ମଧ୍ୟ ସେ ଫେରି ନ ଥିଲେ। ଫଳରେ ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ସ୍ମିଥ୍‌ ଷ୍ଟାଣ୍ଡ ଇନ୍‌ କ୍ୟାପଟେନ୍‌ ଦାୟିତ୍ୱ ତୁଲାଇଥିଲେ। ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୁମିନ୍ସ ଅହମଦାବାଦ ଟେଷ୍ଟରେ ଖେଳିବେ ନାହିଁ। ଫଳରେ ସ୍ମିଥ ଅନ୍ତିମ ତଥା ଚତୁର୍ଥ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ନିର୍ବାହ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାର-ବିହନ ବିକ୍ରି ଅନିୟମିତତା: ୯ ଡିଲରଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଚାଲିଛି। ତେବେ ଚାଷ କାର୍ଯ୍ୟ ଆରମ୍ଭରୁ ସାର, ବିହନ ବିକ୍ରିରେ କଳାବଜାର ସମେତ ବିଭିନ୍ନ ଅନିୟମିତତା ଚାଷୀମାନଙ୍କୁ ଚିନ୍ତାରେ…

ପ୍ରକାଶ ପାଇଲା ସମ୍ବଲପୁର, ପୁରୀ ମେୟର ପଦର ସଂରକ୍ଷଣ ଚିଠା

ଭୁବନେଶ୍ୱର,୨୯ା୭(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି। ଏନେଇ ନିକଟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ…

ଧର୍ମେନ୍ଦ୍ରଙ୍କୁ ସ୍ବାଗତ କଲେ ଭାଜପାର ଏସବୁ ନେତା: ବିରୋଧୀ କହିଲେ ବରାଦିଆ

ଭୁବନେଶ୍ୱର,୨୯।୭ (ସୁନିତ୍‌ ମିଶ୍ର):ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କକ୍‌ରୋଚ୍‌ ଜନତା ପାର୍ଟି(ସିଜେପି)ର ପ୍ରବଳ ବିରୋଧ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର…

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଦେଲେ ଏତିକି ଟଙ୍କା ପୁରସ୍କାର ରାଶ

ଭୁବନେଶ୍ୱର, ୨୯ା୭ (ବନ୍ଦନା ସେଠୀ): ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କ ସରକାରୀ ବାସଭବନରେ…

ସ୍କୁଲ ମଧ୍ୟାହ୍ନଭୋଜନରେ ମଲା ଅସରପା, ଝିଟିପିଟି

ମହାକାଳପଡ଼ା, ୨୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ ବଡ଼ତୋଟା ଛପାଲି ଅମ୍ବିକା ସୁନ୍ଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ମଲା ଅସରପା…

ପାର୍କିଂ ଶୁଳ୍କକୁ ନେଇ ଗୋଷ୍ଠୀ ସଂଘର୍ଷ, ପଇସା ମାଗିବାରୁ ୩ ଯୁବକ…

ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ ଦ୍ୱାରକା ପଟ୍ଟନାୟକ) : ସ୍ଥାନୀୟ ତାମ୍ପରା ବୋଟିଂ କ୍ଲବ ନିକଟ ପାର୍କିଂରେ ପଇସାକୁ କେନ୍ଦ୍ର କରି ଯୁବକଙ୍କ ଭିତରେ ବଚ୍‌ସାରୁ ଗଣ୍ଡଗୋଳ…

୩ ବରିଷ୍ଠ ଅଧିକାରୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା

କଟକ,୨୯୭(କାର୍ତ୍ତିକ ସାହୁ): ପାଠ୍ୟପୁସ୍ତକ ମୁଦ୍ରଣ ତ୍ରୁଟି ମାମଲାରେ ଆଗୁଆ ଜାମିନ ଆବେଦନ କରିଥିବା ୬ ଜଣଙ୍କ ମଧ୍ୟରୁ ହାଇକୋର୍ଟ ୩ ଜଣଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।…

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri