ସୀମା ବିବାଦକୁ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୨୯ା୪(ସ୍ବ.ପ୍ର.): ହାଟଡିହି ବ୍ଲକ ଓରାଳି ଗ୍ରାମ ଓ ଭଦ୍ରକ ଜିଲାର ଆପଣ୍ଡା ଗ୍ରାମ ସୀମାର ନାମକରଣକୁ ନେଇ ଦେଖାଦେଇଥିବା ବିବାଦ ସମାଧାନ ହେଉ ନ ଥିବାରୁ ଏହାର ସମାଧାନ ପାଇଁ ସ୍ଥାନୀୟ ଲୋକେ ଶନିବାର ଜିଲାପାଳ ଆଶିଷ ଠାକରେଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଛକର ନାମକରଣକୁ ନେଇ କିଛିଦିନ ତଳେ ହିଂସାକାଣ୍ଡ ଘଟି ଜଳାପୋଡ଼ା ହୋଇଥିଲା। ଫଳରେ ଗଣ୍ଡଗୋଳକୁ ରୋକିବା ପାଇଁ ଉକ୍ତ ସୀମାରେ ଭଦ୍ରକ ଜିଲା ପ୍ରଶାସନ ୧୪୪ ଧାରା ଲଗାଇବାକୁ ପଡ଼ିଥିଲା।

ଏହି ଛକଟି ଓରାଳି ଗ୍ରାମରୁ ମାତ୍ର ୧୫୦ ମିଟର ଦୂରରେ ରହିଥିବା ବେଳେ ଆପଣ୍ଡା ଗ୍ରାମରୁ ଏହାର ଦୂରତ୍ୱ ପ୍ରାୟ ଦେଢ଼ କିଲୋମିଟର ହେବ। ତେବେ ଏହି ଛକଟି ହାଟଡିହି ବ୍ଲକରେ ଯାଉଥିବା ବେଳେ ୧୧ ପଞ୍ଚାୟତର ୫୦ହଜାର ଲୋକଙ୍କ ଗମନାଗମନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଛକ ଉପରେ ହାଟଡିହି ବ୍ଲକର ଲୋକମାନେ ନିର୍ଭରଶୀଳ। ଏଣୁ ବହୁ ବର୍ଷ ଆଗରୁ ଏହାର ନାମ ଓରାଳି ଛକ ଭାବରେ ନାମିତ ହୋଇ ଆସୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସମସ୍ତ ସରକାରୀ ଫଳକରେ ମଧ୍ୟ ସ୍ଥାନ ଓରାଳି ବୋଲି ଉଲ୍ଲେଖ ଥିବା ବେଳେ ଏହାକୁ କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହି ସବୁ ଫଳକକୁ ଭାଙ୍ଗି ନୂତନ ନାମକରଣ କରି ଫଳକ ମାରିବା ଉଦ୍ୟମରୁ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା ବୋଲି ସେମାନେ କହିଛନ୍ତି। ଏଣୁ ଜିଲାବାସୀଙ୍କ ସୁବିଧା ଓ ସୁରକ୍ଷା କରିବା ସହ ସ୍ବାଭିମାନ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି। ଦାବିପତ୍ର ପାଇ ଜିଲାପାଳ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିବା ଗ୍ରାମବାସୀଙ୍କ ନେତୃତ୍ୱ ଦେଇ ଆସିଥିବା ଭାଜପା ନେତା ଆଲୋକ ସେଠୀ କହିଛନ୍ତି। ଶଶୀକାନ୍ତ ରାଉତ, ସତ୍ୟଜିତ ପରିଡ଼ା, ଗୋଲକ ପୁହାଣ, ଏଚ୍‌.ସି.ଜେନା, ବିଦ୍ୟାଧର ନାୟକ, ଜ୍ଞାନରଞ୍ଜନ ଖିଲାର, ଭାଗିରଥୀ ପହିଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri