ଝାନ୍ସୀରେ ‘ବର୍ଡର ୨’ର ଶୁଟିଂ

ଝାନ୍ସି: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ‘ବର୍ଡର ୨’ ଫିଲ୍ମକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ତେବେ ସନ୍ନି ଏହି ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି।
ମଙ୍ଗଳବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ଶୁଟିଂ ଶେଟ୍‌ର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସନ୍ନିଙ୍କୁ ଅଭିନେତା ବରୁଣ ଧାୱନ ଏବଂ ‘ବର୍ଡର ୨’ ଫିଲ୍ମର କ୍ରିଉ ସଦସ୍ୟଙ୍କ ସହ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି। ଏହି ଫଟୋରେ ‘ବର୍ଡର ୨’ ନିର୍ଦ୍ଦେଶକ ଅନୁରାଗ ସିଂ, ନିର୍ମାତା ଭୂଷଣ କୁମାର, ନିଧି ଦତ୍ତା ଏବଂ ସହ ନିର୍ମାତା ଶିବ ଚାନନ୍‌ ଓ ବିନୟ ଗାନ୍ଧୀ ନଜରକୁ ଆସିଛନ୍ତି। କ୍ୟାପ୍‌ଶନ୍‌ରେ ସନ୍ନି ଲେଖିଛନ୍ତି, ଝାନ୍ସୀ ସହରର ଉପକଣ୍ଠସ୍ଥିତ କ୍ୟାଣ୍ଟନ୍‌ମେଣ୍ଟ୍‌ ଅଞ୍ଚଳରେ ନିର୍ମିତ ଶୁଟିଂ ସେଟ୍‌ରେ ଭାରତର ସବୁଠାରୁ ବଡ଼ ୱାର୍‌ ଡ୍ରାମା ଫିଲ୍ମର ନିର୍ମାଣ କରାଯାଉଛି। ତେବେ ରିପୋର୍ଟ ଅନୁଯାୟୀ, ଫିଲ୍ମର ଅନ୍ୟତମ ଷ୍ଟାର୍‌ ଅହାନ ସେଟ୍ଟୀ ଓ ଦିଲ୍‌ଜିତ ଦୋସାଞ୍ଜଙ୍କର ଶୁଟିଂ ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇନାହିଁ।
ପ୍ରକାଶ ଯେ, ‘ବର୍ଡର ୨’ ହେଉଛି ୧୯୯୭ ମସିହାର ସୁପରହିଟ୍‌ ଫିଲ୍ମ ‘ବର୍ଡର’ର ସ୍ବିକେଲ। ଆସନ୍ତା ବର୍ଷ ଜାନୁଆରୀ ୨୩ରେ ‘ବର୍ଡର ୨’ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଆହତ ହେଲେ ସୋନୁ ସୁଦଙ୍କ ଧର୍ମପତ୍ନୀ

ମୁମ୍ବାଇ,୨୫।୩: ବଲିଉଡ ଅଭିନେତା ସୋନୁ ସୁଦଙ୍କ ପତ୍ନୀ ସୋନାଲି ସୁଦଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ, ଅଭିନେତାଙ୍କ ପତ୍ନୀଙ୍କର ମୁମ୍ବାଇ-ପୁଣେ ରାଜପଥରେ ଏକ ଭୟଙ୍କର...

ଏତିକି ଟଙ୍କାରେ ନିଜ ଆପାର୍ଟମେଣ୍ଟ ବିକିଦେଲେ ଅକ୍ଷୟ କୁମାର: ଲାଭ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୨୪।୩: ବଲିଉଡର ବରିଷ୍ଠ ଅଭିନେତା ଅକ୍ଷୟ କୁମାର ମୁମ୍ବାଇରେ ଥିବା ତାଙ୍କର ଦୁଇଟି ଆପାର୍ଟମେଣ୍ଟକୁ ୬.୬ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି। ଏହି ଡିଲରୁ ଅକ୍ଷୟ...

ICUରେ ଭର୍ତ୍ତି ହେଲେ ଜ୍ୟାକଲିନଙ୍କ ମା’

ମୁମ୍ବାଇ,୨୪।୩: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମାଆଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏହି ଖବର ଶୁଣିବା ପରେ, ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କର ଆଶୁ...

ଲିଭ୍‌ଇନ୍‌ରେ ରହିବେ ଅଲି-ଜାସ୍ମିନ  

ମୁମ୍ବାଇ: ଟେଲିପରଦାର ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଅଲି ଗୋନି ଏବଂ ଜାସ୍ମିନ ଭାସିନ ଗୋଟିଏ। ଦୀର୍ଘ ବର୍ଷ ଧରି ରିଲେଶନସିପରେ ରହିବା ପରେ ଏବେ ଦୁହେଁ...

ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟାର କୌଣସି ପ୍ରମାଣ ନାହିଁ…CBI କ୍ଲୋଜର୍‌ ରିପୋର୍ଟରେ କ’ଣ କ’ଣ ଅଛି?

ନୂଆଦିଲ୍ଲୀ, ୨୩।୩: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ୨ଟି ମାମଲାକୁ ଶନିବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିଛି। ବିଭିନ୍ନ...

ପୁଣି ଐଶର୍ଯ୍ୟାଙ୍କୁ ନେଇ ବଡ଼ ଖୁଲାସା କଲେ ଅଭିଷେକ, କହିଲେ ସେ ଫୋନରେ…

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଚର୍ଚ୍ଚିତ କପଲଙ୍କ ମଧ୍ୟରୁ ଜଣେ। ଯଦିଓ ଗତବର୍ଷ ଏହି ଦମ୍ପତିଙ୍କ ମଧ୍ୟରେ ଛାଡପତ୍ରର ଗୁଜବ...

ପୁଣି ବାପା ହେବେ କି ରଣବୀର: ଦେଲେ ସଙ୍କେତ

ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଝିଅ ରାହାଙ୍କ ସହ ସମୟ ବିତାଉଛନ୍ତି। ନଭେମ୍ବର ୨୦୨୨ ରାହା ଜନ୍ମ ପରଠାରୁ...

ଅମିତାଭଙ୍କ ଉତ୍ତରାଧିକାରୀ ହେବେ ନାହିଁ ଅଭିଷେକ? ଚମକାଇ ଦେଇଛି ବିଗ ବିଙ୍କ ଲାଟେଷ୍ଟ ପୋଷ୍ଟ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କୁ ବଲିଉଡର ଶେହନଶାହା କୁହାଯାଏ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି, ଯାହାକୁ କେବେ ଭୁଲି ହେବ ନାହିଁ। ତଥାପି,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri