Posted inଖେଳ

ବୋପାନ୍ନା ସବୁଠାରୁ ବୟସ୍କ ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ (ୟୁଏସ୍‌), ୨୦ା୩ (ପି.ଟି.): ଭାରତର ରୋହନ ବୋପାନ୍ନା ସବୁଠାରୁ ବୟସ୍କ ଖେଳାଳି ଭାବେ ଏଟିପି ମାଷ୍ଟର୍ସ ୧୦୦୦ ଚାମ୍ପିୟନ ହୋଇଛନ୍ତି। ସେ ଓ ତାଙ୍କ ଅଷ୍ଟ୍ରେଲୀୟ ପାର୍ଟନର ମ୍ୟାଟ ଇବିଡେନ୍‌ ଏଠାରେ ଚାଲିଥିବା ବିଏନ୍‌ପି ପାରିବାସ ଓପନ ପୁରୁଷ ଡବଲ୍ସ ଚାମ୍ପିୟନ ହୋଇଛନ୍ତି। ୪୩ ବର୍ଷୀୟ ବୋପାନ୍ନା ଓ ଇବିଡେନ୍‌ (୩୫ ବର୍ଷ) ଫାଇନାଲରେ ଟପ୍‌ ସିଡ୍‌ ନେଦରଲାଣ୍ଡର ଓ୍ବେସ୍‌ଲି କୁଲ୍‌ହଫ୍‌ ଓ ବ୍ରିଟେନର ନିଲ୍‌ ସ୍କୁପ୍‌ସ୍କିଙ୍କୁ ୬-୩, ୨-୬, ୧୦-୮ରେ ହରାଇ ଦେଇଛନ୍ତି। ବୋପାନ୍ନାଙ୍କର ଏହାଥିଲା ୧୦ମ ଏଟିପି ମାଷ୍ଟର୍ସ ୧୦୦୦ ଫାଇନାଲ। ଏହି କ୍ରମରେ ସେ କାନାଡାର ଡାନିଲ ନେଷ୍ଟରଙ୍କ ରେକର୍ଡ ଭଙ୍ଗ କରିଦେଇଛନ୍ତି।

ନେଷ୍ଟର ୨୦୧୫ରେ ସିନ୍‌ସିନାଟି ମାଷ୍ଟର୍ସରେ ସବୁଠାରୁ ବୟସ୍କ ଖେଳାଳିଭାବେ ଚାମ୍ପିୟନ ହୋଇଥିଲେ। ସେତେବେଳେ ତାଙ୍କ ବୟସ ୪୨ବର୍ଷ ଥିଲା। ଏଠାରେ ବୋପାନ୍ନା ୫ମ ମାଷ୍ଟର୍ସ ୧୦୦୦ ଡବଲ୍ସ ଟାଇଟଲ ଜିତିଛନ୍ତି। ୨୦୧୭ରେ ମଣ୍ଟେ କାର୍ଲୋପରେ ଏହା ପ୍ରଥମ। ଇଣ୍ଡୋ-ଅଷ୍ଟ୍ରେଲିଆନ ଯୋଡ଼ିଙ୍କ ବର୍ଷରେ ଏହା ହେଉଛି ତୃତୀୟ ଫାଇନାଲ। ବୋପାନ୍ନାଙ୍କ ଟୁର୍‌ ଲେଭଲ ଟ୍ରଫି ସଂଖ୍ୟା ବର୍ତ୍ତମାନ ୨୪ରେ ପହଞ୍ଚତ୍ଛି। ଇଣ୍ଡୋ-ଅଷ୍ଟ୍ରେଲିଆନ ଯୋଡ଼ି ଏଠାରେ ସେମିଫାଇନାଲରେ ଗତଥର ଚାମ୍ପିୟନ ଜନ୍‌ ଇଜ୍‌ନର ଓ ଜ୍ୟାକ୍‌ ସକ୍‌ଙ୍କୁ ହରାଇ ଦେଇଥିଲେ।

କ୍ୱାର୍ଟର ଫାଇନାଲରେ ସେମାନେ କାନାଡାର ସିଙ୍ଗଲ୍ସ ଷ୍ଟାର ଖେଳାଳି ଫେଲିକ୍ସ ଅଗର-ଅଲିଆସିମ୍‌ ଓ ଡେନିସ ଶାଫୋଭାଲୋଭଙ୍କୁ ପରାସ୍ତ କରିଥିଲେ। ଓପନିଂ ମ୍ୟାଚରେ ଏହି ଯୋଡ଼ି ରାଫେଲ ମାଟୋସ ଓ ଡେଭିଡ୍‌ ଭେଗା ହର୍ନାଣ୍ଡେଜଙ୍କୁ ହରାଇ ଦେଇଥିଲେ। ବିଶ୍ୱର ପୂର୍ବତନ ନମ୍ବର ୩ ବୋପାନ୍ନା ଏଟିପି ଲାଇଭ୍‌ ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ ବର୍ତ୍ତମାନ ୪ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନ ଅଧିକାର କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?