Posted inଖେଳ

ବୁମ୍‌ରା ସବୁଠାରୁ ଚତୁର ଦ୍ରୁତ ବୋଲର: ଅଖ୍‌ତାର

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତୀୟ ତାରକା ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପାକିସ୍ତାନ ପୂର୍ବତନ ପେସର ସୋଏବ ଅଖ୍‌ତର। ଏବେ ବୁମ୍‌ରା ବିଶ୍ୱର ସବୁଠାରୁ ସ୍ମାର୍ଟ ତଥା ଚତୁର ଦ୍ରୁତ ବୋଲର ବୋଲି ସେ କହିଛନ୍ତି। ବାୟୁରେ ସେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଧୋକା ଦେବାର କଳା ଶିକ୍ଷା କରିଛନ୍ତି। ଏକଦା ପାକିସ୍ତାନ ଦ୍ରୁତ ବୋଲରମାନଙ୍କ ପାଖରେ ଏଭଳି କଳା ଦେଖିବାକୁ ମିଳୁଥିଲା ବୋଲି ଅଖ୍‌ତର କହିଛନ୍ତି।
ବୁମ୍‌ରାଙ୍କ ପ୍ରତିଭାରେ ଅଖ୍‌ତର ବେଶ୍‌ ପ୍ରଭାବିତ ହୋଇଛନ୍ତି। ମାତ୍ର ୫ ସେକେଣ୍ଡ ମଧ୍ୟରେ ବୁମ୍‌ରା ଏକ କଷ୍ଟକର ରନ୍‌ ଅପ୍‌ରୁ ବୋଲିଂ କରି ଯେକୌଣସି ବ୍ୟାଟ୍ସମ୍ୟାନଙ୍କୁ ଚତୁରତାର ସହ ଝଟ୍‌କା ଦେବାକୁ ସକ୍ଷମ। ବୁମ୍‌ରା ସମ୍ଭବତଃ ଭାରତର ପ୍ର ଥମ ଦ୍ରୁତ ବୋଲର, ଯିଏ ପବନର ଗତିକୁ ରୋକିବା ସହ ଦିଗରୁ ଫାଇଦା ଉଠାଇ ବୋଲିଂ କରିପାରୁଛନ୍ତି। ଗ୍ରାଉଣ୍ଡରେ ଅଧିକ ଘାସ ନ ଥିଲେ ମଧ୍ୟ ସେ ସଫଳତାର ସହ ବୋଲିଂ କରିବାର କଳାକୁ ଶିକ୍ଷା କରିଛନ୍ତି। ପୂର୍ବରୁ ପାକିସ୍ତାନ ଦ୍ରୁତ ବୋଲରମାନେ ମଧ୍ୟ ଏପରି ବୋଲିଂ କରୁଥିବା ଅଖ୍‌ତର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ‘ସ୍ପୋଟର୍‌ସ ଟୁଡେ’କୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ପୂର୍ବରୁ ଓ୍ବାସିମ ଆକ୍ରମ, ଓ୍ବାକର ୟୁନିସ୍‌ ଓ ମୁଁ ପବନର ଗତି ତଥା ବେଗ, ଦିଗକୁ ଅନୁଧ୍ୟାନ କରି ବୋଲିଂ କରିଥାଉ। ଦ୍ରୁତ ବୋଲିଂର ମେକାନିକ୍ସ ଓ ଏରୋ ଡାଇନାମିକ୍ସ ନେଇ ସେତେବେ ଆମେ ଅବଗତ ଥିଲୁ। ଦିନର କେତେବେଳେ ଓ କେଉଁ ପରିମାଣରେ ବଲ ସୁଇଂ ହେବ ଆମେ ଜାଣିଥିଲୁ। ଏବେ ବୁମ୍‌ରା ଏହାକୁ ଶିକ୍ଷା କରିପାରିଛନ୍ତି ବୋଲି ସେ କୁହନ୍ତି।
ମହମ୍ମଦ ଆସିଫ ଓ ମହମ୍ମଦ ଆମିରଙ୍କ ପରେ ବୁମ୍‌ରା ସବୁଠାରୁ ଚତୁର ଦ୍ରୁତ ବୋଲର। ୭ଟି ଷ୍ଟେପ୍‌ ରନ୍‌- ଅପ୍‌ରେ ବୋଲିଂ କରି ବୁମ୍‌ରା ଏବେ ବ୍ୟାଟ୍ସମ୍ୟାନଙ୍କୁ ମାତ୍ର ୫ ସେକେଣ୍ଡରେ ଭୟଭୀତ କରାଇବାରେ ସକ୍ଷମ। କିପରି ଉଇକେଟ ହାସଲ କରିହେବ ତାହା ତାଙ୍କୁ ଭଲଭାବେ ଜଣା। ସେ ଜଣେ ବଡ଼ ଖେଳାଳିଭାବେ ଉଭା ହୋଇଛନ୍ତି। ଯଦି ଫିଟ୍‌ନେସ ବଜାୟ ରଖିପାରନ୍ତି ତା’ହେଲେ ଜଣେ ମହାନ୍‌ ଦ୍ରୁତ ବୋଲରଭାବେ ମାନ୍ୟତା ପାଇବେ। ତାଙ୍କ ପିଠିରେ ଯଦି ଆଗକୁ ଆଘାତ ସମସ୍ୟା ନ ରହେ ତା’ହେଲେ ସେ ଦୀର୍ଘଦିନ ଧରି ଖେଳ ଜାରି ରଖିବେ ବୋଲି ଅଖତର କହିଛନ୍ତି। ସମାଲୋଚକଙ୍କୁ ଯେଉଁ ଭଳି ଭାବେ ବୁମ୍‌ରା ଭୁଲ୍‌ ପ୍ରମାଣିତ କରିଛନ୍ତି ତାହା ତାଙ୍କୁ ପ୍ରଭାବିତ କରିଛି। ତାଙ୍କ ଅସ୍ବାଭାବିକ ଆକ୍ସନକୁ ଲୋକେ ସମାଲୋଚନା କରୁଥିଲେ। ତେବେ ଏହି ଆକ୍ସନରେ ସେ ସଫଳତାର ଶୀର୍ଷକୁ ଛୁଇଁ ପାରିଛନ୍ତି। ଛୋଟିଆ ସ୍ଥାନରେ ସେ ବଲର ଲେନ୍ଥରେ ପରିବର୍ତ୍ତନ ଆଣିବା ସହ ପ୍ରଥମେ ବ୍ୟାଟ୍ସମ୍ୟାନଙ୍କୁ ଏୟାରରେ ଓ ପରେ ପିଚ୍‌ରେ ଚକ୍‌ମା ଦେବାକୁ ସିଦ୍ଧହସ୍ତ। କ୍ରିଜ୍‌ରୁ ମଧ୍ୟ ସେ ଫାଇଦା ଉଠାଇବାକୁ ସକ୍ଷମ। କ୍ରିଜ୍‌ ମଧ୍ୟରେ ସେ ବଲ୍‌ର ଲେନ୍ଥରେ ପରିବର୍ତ୍ତନ ସହଜରେ କରିପାରୁଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ସେ ଆଉଟ୍‌ ସୁଇଂ ବୋଲିଂ କରିବାରେ ମଧ୍ୟ ସକ୍ଷମ। ଇନ୍‌କମିଂ ବୋଲିଂ କରି ବଲକୁ ବିପରୀତ ଦିଗରେ ମଧ୍ୟ ସୁଇଂ କରାଇବାରେ ସେ ଜଣେ ସଫଳ ବୋଲର। ଅର୍ଥାତ୍‌ ବଲ ପିଚ୍‌ ଖାଇବା ପରେ ବାହାରକୁ ଯାଇଥାଏ। ଯାହା ଫଳରେ ବ୍ୟାଟ୍ସମ୍ୟାନ ଚକ୍‌ମା ଖାଇଥାଏ। ଉଇକେଟ ନେବାର କଳା ବୁମ୍‌ରାଙ୍କୁ ଜଣାଅଛି ବୋଲି ଅଖତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?