Posted inଖେଳ

ବୁମ୍‌ରା ସବୁଠାରୁ ଚତୁର ଦ୍ରୁତ ବୋଲର: ଅଖ୍‌ତାର

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତୀୟ ତାରକା ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପାକିସ୍ତାନ ପୂର୍ବତନ ପେସର ସୋଏବ ଅଖ୍‌ତର। ଏବେ ବୁମ୍‌ରା ବିଶ୍ୱର ସବୁଠାରୁ ସ୍ମାର୍ଟ ତଥା ଚତୁର ଦ୍ରୁତ ବୋଲର ବୋଲି ସେ କହିଛନ୍ତି। ବାୟୁରେ ସେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଧୋକା ଦେବାର କଳା ଶିକ୍ଷା କରିଛନ୍ତି। ଏକଦା ପାକିସ୍ତାନ ଦ୍ରୁତ ବୋଲରମାନଙ୍କ ପାଖରେ ଏଭଳି କଳା ଦେଖିବାକୁ ମିଳୁଥିଲା ବୋଲି ଅଖ୍‌ତର କହିଛନ୍ତି।
ବୁମ୍‌ରାଙ୍କ ପ୍ରତିଭାରେ ଅଖ୍‌ତର ବେଶ୍‌ ପ୍ରଭାବିତ ହୋଇଛନ୍ତି। ମାତ୍ର ୫ ସେକେଣ୍ଡ ମଧ୍ୟରେ ବୁମ୍‌ରା ଏକ କଷ୍ଟକର ରନ୍‌ ଅପ୍‌ରୁ ବୋଲିଂ କରି ଯେକୌଣସି ବ୍ୟାଟ୍ସମ୍ୟାନଙ୍କୁ ଚତୁରତାର ସହ ଝଟ୍‌କା ଦେବାକୁ ସକ୍ଷମ। ବୁମ୍‌ରା ସମ୍ଭବତଃ ଭାରତର ପ୍ର ଥମ ଦ୍ରୁତ ବୋଲର, ଯିଏ ପବନର ଗତିକୁ ରୋକିବା ସହ ଦିଗରୁ ଫାଇଦା ଉଠାଇ ବୋଲିଂ କରିପାରୁଛନ୍ତି। ଗ୍ରାଉଣ୍ଡରେ ଅଧିକ ଘାସ ନ ଥିଲେ ମଧ୍ୟ ସେ ସଫଳତାର ସହ ବୋଲିଂ କରିବାର କଳାକୁ ଶିକ୍ଷା କରିଛନ୍ତି। ପୂର୍ବରୁ ପାକିସ୍ତାନ ଦ୍ରୁତ ବୋଲରମାନେ ମଧ୍ୟ ଏପରି ବୋଲିଂ କରୁଥିବା ଅଖ୍‌ତର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ‘ସ୍ପୋଟର୍‌ସ ଟୁଡେ’କୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ପୂର୍ବରୁ ଓ୍ବାସିମ ଆକ୍ରମ, ଓ୍ବାକର ୟୁନିସ୍‌ ଓ ମୁଁ ପବନର ଗତି ତଥା ବେଗ, ଦିଗକୁ ଅନୁଧ୍ୟାନ କରି ବୋଲିଂ କରିଥାଉ। ଦ୍ରୁତ ବୋଲିଂର ମେକାନିକ୍ସ ଓ ଏରୋ ଡାଇନାମିକ୍ସ ନେଇ ସେତେବେ ଆମେ ଅବଗତ ଥିଲୁ। ଦିନର କେତେବେଳେ ଓ କେଉଁ ପରିମାଣରେ ବଲ ସୁଇଂ ହେବ ଆମେ ଜାଣିଥିଲୁ। ଏବେ ବୁମ୍‌ରା ଏହାକୁ ଶିକ୍ଷା କରିପାରିଛନ୍ତି ବୋଲି ସେ କୁହନ୍ତି।
ମହମ୍ମଦ ଆସିଫ ଓ ମହମ୍ମଦ ଆମିରଙ୍କ ପରେ ବୁମ୍‌ରା ସବୁଠାରୁ ଚତୁର ଦ୍ରୁତ ବୋଲର। ୭ଟି ଷ୍ଟେପ୍‌ ରନ୍‌- ଅପ୍‌ରେ ବୋଲିଂ କରି ବୁମ୍‌ରା ଏବେ ବ୍ୟାଟ୍ସମ୍ୟାନଙ୍କୁ ମାତ୍ର ୫ ସେକେଣ୍ଡରେ ଭୟଭୀତ କରାଇବାରେ ସକ୍ଷମ। କିପରି ଉଇକେଟ ହାସଲ କରିହେବ ତାହା ତାଙ୍କୁ ଭଲଭାବେ ଜଣା। ସେ ଜଣେ ବଡ଼ ଖେଳାଳିଭାବେ ଉଭା ହୋଇଛନ୍ତି। ଯଦି ଫିଟ୍‌ନେସ ବଜାୟ ରଖିପାରନ୍ତି ତା’ହେଲେ ଜଣେ ମହାନ୍‌ ଦ୍ରୁତ ବୋଲରଭାବେ ମାନ୍ୟତା ପାଇବେ। ତାଙ୍କ ପିଠିରେ ଯଦି ଆଗକୁ ଆଘାତ ସମସ୍ୟା ନ ରହେ ତା’ହେଲେ ସେ ଦୀର୍ଘଦିନ ଧରି ଖେଳ ଜାରି ରଖିବେ ବୋଲି ଅଖତର କହିଛନ୍ତି। ସମାଲୋଚକଙ୍କୁ ଯେଉଁ ଭଳି ଭାବେ ବୁମ୍‌ରା ଭୁଲ୍‌ ପ୍ରମାଣିତ କରିଛନ୍ତି ତାହା ତାଙ୍କୁ ପ୍ରଭାବିତ କରିଛି। ତାଙ୍କ ଅସ୍ବାଭାବିକ ଆକ୍ସନକୁ ଲୋକେ ସମାଲୋଚନା କରୁଥିଲେ। ତେବେ ଏହି ଆକ୍ସନରେ ସେ ସଫଳତାର ଶୀର୍ଷକୁ ଛୁଇଁ ପାରିଛନ୍ତି। ଛୋଟିଆ ସ୍ଥାନରେ ସେ ବଲର ଲେନ୍ଥରେ ପରିବର୍ତ୍ତନ ଆଣିବା ସହ ପ୍ରଥମେ ବ୍ୟାଟ୍ସମ୍ୟାନଙ୍କୁ ଏୟାରରେ ଓ ପରେ ପିଚ୍‌ରେ ଚକ୍‌ମା ଦେବାକୁ ସିଦ୍ଧହସ୍ତ। କ୍ରିଜ୍‌ରୁ ମଧ୍ୟ ସେ ଫାଇଦା ଉଠାଇବାକୁ ସକ୍ଷମ। କ୍ରିଜ୍‌ ମଧ୍ୟରେ ସେ ବଲ୍‌ର ଲେନ୍ଥରେ ପରିବର୍ତ୍ତନ ସହଜରେ କରିପାରୁଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ସେ ଆଉଟ୍‌ ସୁଇଂ ବୋଲିଂ କରିବାରେ ମଧ୍ୟ ସକ୍ଷମ। ଇନ୍‌କମିଂ ବୋଲିଂ କରି ବଲକୁ ବିପରୀତ ଦିଗରେ ମଧ୍ୟ ସୁଇଂ କରାଇବାରେ ସେ ଜଣେ ସଫଳ ବୋଲର। ଅର୍ଥାତ୍‌ ବଲ ପିଚ୍‌ ଖାଇବା ପରେ ବାହାରକୁ ଯାଇଥାଏ। ଯାହା ଫଳରେ ବ୍ୟାଟ୍ସମ୍ୟାନ ଚକ୍‌ମା ଖାଇଥାଏ। ଉଇକେଟ ନେବାର କଳା ବୁମ୍‌ରାଙ୍କୁ ଜଣାଅଛି ବୋଲି ଅଖତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

ଗ୍ଲୋବାଲ ୱାର୍ମିଂ ଭାଙ୍ଗୁଛି ୨ ମହାସାଗରର ଜଳବାୟୁ ସମ୍ପର୍କ

ୱାଶିଂଟନ/ଲଣ୍ଡନ, ୩୧ା୮ ଗ୍ଲୋବାଲ ୱାର୍ମିଂ (ବିଶ୍ୱତାପନ ବୃଦ୍ଧି) ଏବଂ ମାନବକୃତ କାରଣ ଯୋଗୁ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା…

ତୁଳା ରାଶିକୁ ଗୋଚର କରିବେ ଶୁକ୍ର; ୨ ସେପ୍ଟେମ୍ବରରେ ସୃଷ୍ଟି ହେବ ଅଦ୍ଭୁତ ଯୋଗ, ୪ରାଶିର ବଢ଼ିବ ଧନ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବଙ୍କୁ ପ୍ରେମ, ବିବାହ, ସୌନ୍ଦର୍ଯ୍ୟ, ସୁଖ-ସମୃଦ୍ଧି, କଳା, ଯାନବାହନ ଏବଂ ଧନର କାରକ ବୋଲି ବିଚାର କରାଯାଏ। ୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର…

ନିର୍ଭୟା ଘଟଣାର ପୁନରାବୁତ୍ତି! ୟୁପିର ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

ନୂଆଦିଲ୍ଲୀ,୩୧।୮: ‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା…

ଜିଲାସ୍ତରୀୟ ଜନଶୁଣାଣିରେ ଯୋଗଦେଲେ କନ୍ଧମାଳ ଜିଲାପାଳ-ଏସ୍‌ପି

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଜିଲାସ୍ତରୀୟ ସାମୂହିକ ଜନଶୁଣାଣି କାର୍ଯ୍ୟକ୍ରମ ରହିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ବେଦଭୂଷଣ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଆସନ୍ତା ୨ ଦିନ ଯାଏ ଏହି ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ବର,୩୧ା୮: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ସୋମବାର ଭୋର ୫ଟା ୩୦ ସୁଦ୍ଧା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଆସନ୍ତା…

ନେପାଳ ବନ୍ୟା ବିଭୀଷିକା: ଗଞ୍ଜାମ ଦମ୍ପତିଙ୍କ ସହ ଝିଅ-ପୁଅ ମୃତ, ଜଳଖିଆ ଖାଉଥିବାବେଳେ ମାଡ଼ିଆସିଲା ପାଣି

ଦିଗପହଣ୍ଡି,୩୧ା୮(ଅଶେଷ ନାଥ ମିଶ୍ର): ନେପାଳର ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ବିଭୀଷିକାରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ମନ୍ମଥ ପାଢ଼ୀଙ୍କ ଝିଅ ସୁରଭି(୪୪)…

ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କ ଘରୁ ତଲାସୀ ବେଳେ ମିଳିଲା ୭.୨୯ ଲକ୍ଷ ଟଙ୍କା, ୩୦୦ ଗ୍ରାମ ସୁନା ଗହଣା

କେନ୍ଦୁଝର,୩୧।୮,(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସାରେ, କେନ୍ଦୁଝରର ଜିଲା ଶ୍ରମ ଅଧିକାରୀ, ଆକାଶ ବିଶୋଇ ଜଣେ ବୈଦ୍ୟୁତିକ ଠିକାଦାରଙ୍କ ଠାରୁ ଶ୍ରମିକ ଲାଇସେନ୍ସ ପ୍ରଦାନ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri