‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’କୁ ବୁକର

ଲଣ୍ଡନ,୨୮ା୫: ସୁନାମଧନ୍ୟା ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’ (ବାଲିର ସମାଧି) ଚଳିତ ବର୍ଷର ଇଣ୍ଟରନ୍ୟାଶନାଲ ବୁକ୍‌ର ପ୍ରାଇଜ୍‌ ପାଇଛି। ଲଣ୍ଡନରେ ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଔପନ୍ୟାସିକା ଗୀତାଞ୍ଜଳି ଓ ଇଂଲିଶ୍‌ ଅନୁବାଦିକା ଡେଜି ରକ୍‌ଓ୍ବେଲ୍‌ ମିଳିତ ଭାବେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଗ୍ରହଣ କରିଛନ୍ତି। ଅନ୍ତର୍ଜାତୀୟ ବୁକର ପୁରସ୍କାର ଲାଭ କରିବାରେ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’ ହେଉଛି ପ୍ରଥମ ହିନ୍ଦୀ ଫିକ୍ସନ। ୧୯୫୭ରେ ଉତ୍ତର ପ୍ରଦେଶର ମୈନପୁରୀରେ ଜନ୍ମିତ ତଥା ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବା କଥାକାର ଗୀତାଞ୍ଜଳି ଶ୍ରୀ ଅନେକ କ୍ଷୁଦ୍ରଗଳ୍ପ ଓ ୫ଟି ଉପନ୍ୟାସ ରଚନା କରିଛନ୍ତି। ୬୪ ବର୍ଷୀୟା ଗୀତାଞ୍ଜଳିଙ୍କ ବହୁ ପୁସ୍ତକ ଇଂଲିଶ୍‌, ଫରାସୀ, ଜର୍ମାନ, ସର୍ବିଆନ୍‌ ଓ କୋରିଆନ୍‌ ଭାଷାରେ ଅନୂଦିତ ହୋଇଛି। ତାଙ୍କ ଉପନ୍ୟାସ ‘ରେତ୍‌ କୀ ସମାଧି’ (୨୦୧୮)କୁ ଆମେରିକୀୟ ପେଣ୍ଟର ତଥା ଲେଖିକା ଡେଜି ରକ୍‌ଓ୍ବେଲ ଇଂଲିଶ୍‌ ଭାଷାରେ ଅନୁବାଦ କରିଛନ୍ତି। ଜଣେ ୮୦ ବର୍ଷୀୟା ମହିଳାଙ୍କ ସ୍ବାମୀ ଚାଲିଯିବା ପରେ ସେ ଗଭୀର ଅବସାଦଗ୍ରସ୍ତ ହୋଇପଡ଼ିଛନ୍ତି ଏବଂ ପରବର୍ତ୍ତୀ ସମୟରେ ନୂଆ ଜୀବନ ଆରମ୍ଭ କରିଛନ୍ତି। ବୃଦ୍ଧାଙ୍କ ଜୀବନ ଓ ବିସ୍ମୟକର ଅତୀତକୁ ନେଇ ଏହି ପ୍ରେରଣାଦାୟକ ଉପନ୍ୟାସ ଗତିଶୀଳ ହୋଇଛି। ଗୀତାଞ୍ଜଳୀ ଶ୍ରୀ ଏବଂ ଡେଜି ରକ୍‌ଓ୍ବେଲ ମିଳିତ ଭାବେ ୨୦୨୨ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍‌ ଲାଭ କରିଛନ୍ତି। ପୁରସ୍କାର ରାଶି ବାବଦକୁ ୫୦,୦୦୦ ପାଉଣ୍ଡ (ପ୍ରାୟ ୪୮,୯୫,୮୫୭ ଟଙ୍କା) ଦିଆଯାଇଛି, ଯାହାକୁ ଉଭୟ ଲେଖିକା ଓ ଅନୁବାଦିକା ଦୁଇଭାଗ କରିବେ। ପୁରସ୍କାର ଗ୍ରହଣ ଅବସରରେ ଗୀତାଞ୍ଜଳି ଶ୍ରୀ କହିଛନ୍ତି, ବୁକର୍‌ ପୁରସ୍କାର ପାଇବେ ବୋଲି ସେ କେବେ ସ୍ବପ୍ନରେ ବି କଳ୍ପନା କରି ନ ଥିଲେ। ଏତେ ବଡ଼ ସ୍ବୀକୃତି ପାଇ ସେ ଉଲ୍ଲସିତ ଓ ସମ୍ମାନିତ। ଏହା ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଏହି ଅବସରରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୁକର୍‌ ପୁରସ୍କାର ଦୌଡ଼ରେ ଆଉ ୫ଟି ଉପନ୍ୟାସ ଥିଲା। ସେଗୁଡ଼ିକ ହେଲା ବୋରା ଚୁଙ୍ଗ୍‌ଙ୍କ କ୍ରୁସେଡ୍‌ ବୁନି, ଜନ୍‌ ଫୋସେଙ୍କ ଏ ନ୍ୟୁ ନେମ୍‌: ସେପ୍ଟୋଲୋଜି ୬ଷ୍ଠ-୭ମ, ମିଏକୋ କାଓ୍ବାକାମିଙ୍କ ହେଭେନ୍‌, କ୍ଲାଉଡିଆ ପିନେରିଓଙ୍କ ଏଲେନା ନୋଜ୍‌ ଏବଂ ଓଲ୍‌ଗା ଟୋକାର୍ଜୁକ୍‌ଙ୍କ ପୁସ୍ତକ ଦି ବୁକ୍‌ ଅଫ୍‌ ଜାକୋବ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?