ଅର୍ଜୁନଙ୍କ ସହ ସମ୍ପର୍କକୁ ପସନ୍ଦ କରୁ ନ ଥିଲେ ମଲାଇକାଙ୍କ ଭାବି ଶ୍ୱଶୁର; ସିଧାସିଧା ଅଲଗା ରହିବାକୁ…

ବମ୍ବେ: ସ୍ବାମୀ ଅରବାଜ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପଡ଼ିଛନ୍ତି ମଲାଇକା ଅରୋରା। ବେଶ କିଛି ଦିନ ସେ ନିଜ ସମ୍ପର୍କକୁ ନେଇ ନିରବ ଥିଲେ। ହେଲେ ଏବେ ଉଭୟ ଖୁଲମଖୁଲା ପ୍ରେମର ପରିପ୍ରକାଶ କରୁଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ପୋଷ୍ଟ କରିବା ସହ ସ୍ବତନ୍ତ୍ର ବାର୍ତ୍ତା ମଧ୍ୟ ସେମାନେ ଦେଉଛନ୍ତି।

ଅପରପକ୍ଷେ ଦେଖିଲେ ମଲାଇକାଙ୍କଠାରୁ ୧୨ ବର୍ଷ ସାନ ଅର୍ଜୁନ। ହେଲେ ବୟସକୁ ନେଇ ତାଙ୍କ ସମ୍ପର୍କରେ ଫରକ ପଡେନା ବୋଲି ଅର୍ଜୁନ ସଫାସଫା କହିସାରିଛନ୍ତି। ବର୍ତ୍ତମାନ ବିବାହ ନେଇ କୌଣସି ଯୋଜନା ନାହିଁ। ସେ ସମୟ ଆସିଲେ ସେ ଲୁଚିଛପି ନୁହେଁ ବରଂ ସମସ୍ତଙ୍କ ଆଶୀର୍ବାଦ ନେଇ ବିବାହ କରିବେ ବୋଲି ମଧ୍ୟ କହିଛନ୍ତି।

କୁହାଯାଏ ୨୦୧୬ରେ ସ୍ବାମୀ ଅରବାଜଙ୍କଠାରୁ ଅଲଗା ହେବା ପରେ ମଲାଇକା ଅର୍ଜୁନଙ୍କ ପ୍ରେମରେ ଡେଣା ଲାଗିଥିଲା। ହେଲେ ବାପା ବୋନି କପୁରଙ୍କୁ କଥାଟା ହଜମ ହୋଇ ନ ଥିଲା। ସେ ସମ୍ପର୍କକୁ ନେଇ ସହମତି ପ୍ରକାଶ କରି ନ ଥିଲେ। ଏପରିକି ମଲାଇକାଙ୍କଠାରୁ ଦୂରରେ ରୁହନ୍ତୁ ବୋଲି ରୋକଠୋକ ଶୁଣାଇଦେଇଥିଲେ। ସଲମାନଙ୍କ ଭାଉଜଙ୍କୁ ଡେଟ୍‌ କରୁଥିବାରୁ ତାଙ୍କ କ୍ୟାରିୟର ବରବାଦ ହୋଇପାରେ ବୋଲି ତାଙ୍କୁ ଲାଗୁଥିଲା। ହେଲେ ଏବେ ପରିସ୍ଥିତି ସାମାନ୍ୟ ଥିବା କୁହାଯାଉଛି। ବୋନିଙ୍କ ଭାଇ ତଥା ଅଭିନେତା ଅନିଲ କପୁର ଉଭୟଙ୍କୁ ନେଇ ଖୁସି ଥିବା କହିଛନ୍ତି। ଫଳରେ ବୋନି ମଧ୍ୟ ପୁଅଙ୍କ ଖୁସି ପାଇଁ ସମ୍ପର୍କକୁ ମାନି ନେବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri