ହାଡ଼ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି:ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ 

ଜି.ଉଦୟଗିରି,୧୬।୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି। ପ୍ରତିଦିନ ଶୀତ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଜନଜୀବନ  ଅସ୍ତବ୍ୟସ୍ତ ହୋଇପଡ଼ିଛି। ସା ହେଲା ମାତ୍ରେ ଲୋକେ ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁର ସାହାରା ନେଉଛନ୍ତି। ସକାଳ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ହୋଇପଡୁଛି। ହାଡ଼ ଭଙ୍ଗା ଶୀତର ପ୍ରକୋପରେ ବରିଷ୍ଠ ନାଗରିକଙ୍କ ସହ ବୟୋଜେଷ୍ଠ ବୃଦ୍ଧାବୃଦ୍ଧ କଷ୍ଟ ଅନୁଭବ କରୁଛନ୍ତି। ଶନିବାର ସନ୍ଧ୍ୟାଠାରୁ ଶୀତର ପ୍ରକୋପ ବଢ଼ିବା ଅନୁଭୂତ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ ରବିବାର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ଅସହ୍ୟ ଥଣ୍ଡା ଜାଡ଼ରେ ଦେହ କାଲୁଆ ହେଉଥିବା ବେଳେ ଅଞ୍ଚଳବାସୀଙ୍କ ପାଇଁ ନିଆଁ ହିଁ ଏକମାତ୍ର ସାହା ଭରସା।

ହାଡ଼ଭଙ୍ଗା ଥଣ୍ଡାକୁ ପ୍ରତିହତ କରିବା ପାଇଁ ସକାଳୁ ସକାଳୁ  ଯୁପପିଢ଼ି ଖେଳ ପଡ଼ିଆରେ ବ୍ୟାୟାମ କରୁଥିବା  ଦେଖିବାକୁ ମିଳୁଛି। ପ୍ରବଳ ଶୀତ ଯୋଗୁ ସନ୍ଧ୍ୟା ହେଲେ ବଜାର ଖାଁଖାଁ ରହୁଛି । ବ୍ୟବସାୟ କ୍ଷେତ୍ରରେ ମାନ୍ଦା ହେଉଥିବା କହିଛନ୍ତି। ସ୍ଥାନୀୟ ବ୍ୟବସାୟୀ। ପ୍ରତିଦିନ ପାରଦ ତଳ ମୁହାଁ ହେଉଥିବା ବେଳେ ଶୀତ ସହ ପ୍ରବଳ ଜାଡ଼ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ  ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି।  ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ ତୁଷାରପାତ ଦେଖିବାକୁ ପର୍ଯ୍ୟଟକ ଆଶା ବାନ୍ଧି ଥିବା ନେଇ ବୁଦ୍ଧବୀବୀ ମହଲରେ ଆଲୋଚନା ହେଉଛି। ଜି.ଉଦୟଗିରିରେ ଶୀତର ମଜା ନେବା ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଞ୍ଚଳରେ ଶୀତର ମଜା ନେବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ରାଜ୍ୟ ସରକାର ଇକୋ କଟେଜ ନିର୍ମାଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଅଞ୍ଚଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଚା’ ଖଟିରେ ଆଲୋଚନା ହେଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତ୍ରିନାଥ ଶବରଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା, ନୂଆ ଦାୟିତ୍ୱ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

କୋକସରା,୮।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା, ଓଡ଼ିଶା ପ୍ରଦେଶ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲା ପାଇଁ ଏସଟି ମୋର୍ଚ୍ଚା ଜିଲା ସଭାପତିଙ୍କ…

କିଏ ହେବେ କେରଳର ନୂଆ ମୁଖ୍ୟମନ୍ତ୍ରୀ? ସାମ୍ନାକୁ ଆସିଲା ନାମ; ମୁକୁଲ ୱାସନିକଙ୍କ ହାତରେ ଥିବା ବିଧାୟକଙ୍କ ସମର୍ଥନ ପତ୍ରର ଫଟୋ ଭାଇରାଲ

ଥିରୁଭାନନ୍ତପୁରମ,୮।୫: ଏଆଇସିସି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହିତ ଅନୁଷ୍ଠିତ ଏକକ ବୈଠକରେ, କେପିସିସି ସଭାପତି ସନି ଯୋସେଫଙ୍କ ସମେତ ୬୩ ଜଣ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୪୭…

IPL Record: ପରାଜୟ ପରେ ବି ଇତିହାସ ରଚିଲା RCB, ଭାଙ୍ଗିଲା CSKର ବଡ଼ ରେକର୍ଡ

ନୂଆଦିଲ୍ଲୀ,୮।୫: ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ହାତରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୯ ରନରେ ପରାଜୟ ବରଣ କରିଥିଲା। ଏହି ବର୍ଷା ପ୍ରଭାବିତ…

ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ: ଅଗ୍ନିଶମ ବାହିନୀର ପହଞ୍ଚିବା ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ…

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତାର କାଣିଗୁମା ନିକଟରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ ଦୀର୍ଘ ସମୟ ଧରି ଯାତାୟାତ…

କାର୍ଯ୍ୟରତ କର୍ମଚାରୀଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ: ମୃତଦେହ ରଖି ଗ୍ରାମବାସୀଙ୍କ ବିକ୍ଷୋଭ,ଏହି ଦାବି କରିବା ପରେ…

ଦେବଗଡ,୮ା୫(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଳକ ଅନ୍ତର୍ଗତ ଆମ୍ବକଟା ସ୍ଥିତ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ଗ୍ରିଡରେ ଗତ ଏପ୍ରିଲ ୨୯ ତାରିଖ ଦିନ ଘଟିଥିବା ଦୁର୍ଘଟଣାରେ…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ତେଜିଲା ଦାବି: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ

କର୍ଲାମୁଣ୍ଡା,୮/୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହହାଲ ପଞ୍ଚାୟତ ଠାରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି।…

ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri