ନୂଆଁଖାଇ ସରିଲା, ଦାଦନ ଯିବାକୁ ସଜବାଜ

ସୋନପୁର, ୬।୯(ନି.ପ୍ର.): ଗଣପର୍ବ ନୂଆଁଖାଇ ଗତ ୧ତାରିଖରେ ସରିଛି। ସୁବର୍ଣ୍ଣପୁର ଜିଲାର କୃଷକ, ଗରିବ ଓ ଶ୍ରମଜୀବୀ ଖୁସି ମନାଇଛନ୍ତି। ଗଣପର୍ବ ପୂର୍ବରୁ ଦାଦନ ସର୍ଦ୍ଦାରମାନେ ଗାଁଗାଁ ବୁଲି ସେମାନଙ୍କୁ ଅଗ୍ରୀମ ଟଙ୍କା ଦେଇଥିଲେ। ନୂଆଁଖାଇ ପରେ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ କଥା ହୋଇଥିଲେ। ପ୍ରବାସୀ ଶ୍ରମିକଙ୍କ ହାତରେ ଏବେ କାମଧନ୍ଦା ନାହିଁ। ଏମ୍‌ଜିଏନ୍‌ଆରଇଜିଏସ୍‌ରେ ବନ୍ଧ, ପୋଖରୀ ଓ ଫାର୍ମପଣ୍ଡ କାମ ଶ୍ରମିକଙ୍କ ବଦଳରେ ମେଶିନରେ ହେଉଛି। ସେହିପରି ଜମି ମାଲିକଙ୍କ ପାଇଁ ଚାଷ କାର୍ଯ୍ୟ ଆଉ ଲାଭଜନକ ହୋଇ ରହିନାହିଁ। ତେଣୁ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାଁ ଗାଁରେ ଦାଦନ ଶ୍ରମିକ ମଧ୍ୟସ୍ଥ ଏବେ ମାତିଲେଣି। ଗାଁରେ ଡେରା ପକାଇ ସ୍ଥାନୀୟ ବେକାର ଯୁବକଙ୍କୁ ହାତ କରି ଶ୍ରମିକ ଯୋଗାଡରେ ସେମାନେ ବ୍ୟସ୍ତ ଅଛନ୍ତି। ଆଉ ଏକ ସପ୍ତାହ ପରେ ପେଟକୁ ଦାନା ଯୋଗାଡ ପାଇଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ, ମୁମ୍ବାଇ ଓ ତେଲଙ୍ଗାନା ଭଳି ରାଜ୍ୟକୁ ଶ୍ରମିକମାନେ ଦାଦନ ଖଟିଯିବେ। ନୂଆଁଖାଇ ପାଇଁ ରାଜ୍ୟ ବାହାରେ ଥିବା ଶ୍ରମିକ ଗାଁକୁ ଫେରିଥିଲେ। ଏଠାରେ କାମ ନ ଥିବାରୁ ସେମାନେ ହାତବାନ୍ଧି ବସିଛନ୍ତି। ଏଭଳି ଶ୍ରମିକ ମଧ୍ୟସ୍ଥଙ୍କ ଜାଲରେ ପଡୁଛନ୍ତି।
ସୁବର୍ଣ୍ଣପୁର ଜିଲାରେ ଦାଦନ ଚାଲାଣ ହୁଏନି ବୋଲି ଜିଲା ପ୍ରଶାସନ କହୁଥିଲା। ହେଲେ ଲକ୍‌ଡାଉନ୍‌ ସମୟରେ ଜିଲାର ୧୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଅନ୍ୟ ରାଜ୍ୟରୁ ଘରକୁ ଫେରିବା ପରେ ସତ ସାମନାକୁ ଆସିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ପଞ୍ଜିକୃତ ଦାଦନ ଶ୍ରମିକ ଥିଲେ ମାତ୍ର ୧୯ଜଣ। ଅନ୍ୟ ରାଜ୍ୟର ଶିଳ୍ପାନୁଷ୍ଠାନରେ କାମ କରୁଥିବା କୁଶଳୀ ଶ୍ରମିକଙ୍କ କାର୍ଯ୍ୟ ଦକ୍ଷତା ଅନୁସାରେ ଜିଲାରେ କର୍ମସଂସ୍ଥାନର ସୁଯୋଗ ନାହିଁ। ତେଣୁ ମଧ୍ୟସ୍ଥଙ୍କ ହାବୁଡରେ ପଡି ପୁଣି ୬ମାସ ଗାଁ ଛାଡି ଚାଲିଯିବାକୁ ଶ୍ରମିକ ପରିବାର ସଜବାଜ ହେଲେଣି। ଏପରିକି ଡୁଙ୍ଗୁରିପାଲି ଓ ବିନିକା ପରି ଜଳସେଚିତ ଅଞ୍ଚଳରୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ଅଣଜଳସେଚିତ ତରଭା, ସୋନପୁର, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଳକର ପରିସ୍ଥିତି ଜଟିଳ। ଏ ସମ୍ପର୍କରେ ତରଭା ବ୍ଲକ ସରଗଜ ପଞ୍ଚାୟତ ଜୁରାବନ୍ଧ ଗାଁର ରାମେଶ୍ୱର ସା(୪୦)ଙ୍କ ସହିତ କଥା ହୋଇଥିଲୁ । ସେ କହିଥିଲେ ଯେ, ତରଭା ବ୍ଲକ ଏକ ଅଣଜଳସେଚିତ ଅଞ୍ଚଳ। ଏଠାରେ ସରକାରୀ ଭାବେ କୌଣସି କାମ ମିଳୁନି। ତେଣୁ ଆମେ ଘରଦ୍ୱାର ପରିବାର ଛାଡି ବାହାରକୁ ଯାଉଛୁ। ଗତ ୫ ବର୍ଷ ହେବ ସେ ତାମିଲନାଡୁକୁ କାମ କରିବାକୁ ଯାଉଛନ୍ତି। ସେଠାରେ ଏକ ଚିଙ୍ଗୁଡି ଫାର୍ମରେ କାମ କରୁଛନ୍ତି। ଖାଇବା ରହିବା ସହ ମାସିକ ୧୨ ହଜାର ଟଙ୍କା ରୋଜଗାର ହେଉଛି। ତାଙ୍କ ସହିତ ଗ୍ରାମର ଅନ୍ୟ ଯୁବକମାନେ ସେଠାରେ କାମ କରୁଛନ୍ତି। ନୂଆଁଖାଇର ୭ରୁ ୮ ଦିନ ପୂର୍ବରୁ ଘରକୁ ଆସିଛନ୍ତି । ଏକ ସପ୍ତାହ ପରେ ପୁଣି କର୍ମକ୍ଷେତ୍ରକୁ ଯିବେ ବୋଲି କହିଛନ୍ତି ।
ଦାଦନ ଯିବା ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ ବ୍ୟବସ୍ଥା ରହିଛି। ଶ୍ରମିକମାନେ କେଉଁଠିକୁ କାମ କରିବାକୁ ଯିବେ, ସେଠାରେ କେତେଦିନ ରହିବେ ତାହାର ବିବରଣୀ ପ୍ରଶାସନ ନିକଟରେ ରହିବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା କେଉଁ ପଞ୍ଚାୟତ କାର୍ଯ୍ୟାଳୟରେ କେତେ ଜଣ ଶ୍ରମିକ ରାଜ୍ୟ ବାହାରକୁ ଯିବା ପାଇଁ ନିଜ ନାମ ପଞ୍ଜିକରଣ କରାଇଛନ୍ତି ସେ ତଥ୍ୟ ପ୍ରଶାସନ ନିକଟରେ ନାହିଁ। କାର୍ଯ୍ୟବ୍ୟସ୍ତତା ଆଳରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଏହି କାର୍ଯ୍ୟ କରି ପାରୁ ନଥିବା ଆଳ ଦେଖାଉଛନ୍ତି। ଜିଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା କୁହନ୍ତି, ଅନ୍ୟ ରାଜ୍ୟକୁ ଦାଦନ ଯିବାକୁ ଆଗ୍ରହୀ ଶ୍ରମିକମାନେ ସ୍ବେଚ୍ଛାକୃତଭାବେ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ। କିନ୍ତୁ ଆମ ନିକଟରେ ସେମିତି କୌଣସି ତଥ୍ୟ କିମ୍ବା ଆଗୁଆ ସୂଚନା ନଥିବା ଶ୍ରମ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri