ଯୁଦ୍ଧ ଭାଙ୍ଗି ପାରିନି ୟୁକ୍ରେନବାସୀଙ୍କ ମନୋବଳ

କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ୧୭ ଦିନ ପୂରଣ କରି ସାରିଛି । ଏହାରି ଭିତରେ ୟୁକ୍ରେନର ସ୍ଥିତି ଅତି ଭୟଙ୍କର ହୋଇଯାଇଛି । ଏହାରି ଭିତରେ ବି ବଞ୍ଚି ରହିଥିବା ଲୋକେ ଜୀବନ ପାଇଁ ସଂଘର୍ଷ ଜାରି ରଖିଛନ୍ତି । ସେମିତି ଜଣେ ଯୁବତୀ ହେଉଛନ୍ତି ୨୫ ବର୍ଷୀୟା ଏଞ୍ଜେଲା କାଲିସନିକ । ସେ ମାୟକୋଲେବ ସହରରେ ଗୋଲାପ ଓ ଟ୍ୟୁଲିପ ଫୁଲ ବିକ୍ରି କରୁଛନ୍ତି । ସେ କୁହନ୍ତି ୟୁକ୍ରେନର ସବୁଠି ବୋମାମାଡର ଶବ୍ଦ ଶୁଭୁଛି ସତ ହେଲେ ଏହି ଶବ୍ଦ କେବେ ଫୁଲର ବାସ୍ନାକୁ ଛଡାଇ ନେଇ ପାରିବ ନାହିଁ ।
ଏଞ୍ଜେଲା କହିଛନ୍ତି ୨୪ ଫେବୃୟାରୀରେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ସପ୍ତାହକ ପାଇଁ ସେ ତାଙ୍କ ଫୁଲ ଦୋକାନ ବନ୍ଦ କରି ଦେଇଥିଲେ । ହେଲେ ସପ୍ତାହେ ପରେ ସେ ପୁଣିଥରେ ଦୋକାନ ଖୋଲିବାକୁ ସ୍ଥିର କରିଥିଲେ । ତାଙ୍କୁ ଜଣା ନ ଥିଲା କି ଯୁଦ୍ଧରେ ତାଙ୍କ ସହର ସୁନଶାନ ହୋଇଯିବ । ସେ କହିଛନ୍ତି ଯୁଦ୍ଧ ହେଉଛି ଯୁଦ୍ଧ । ହେଲେ ଲୋକେ ଏଭଳି ସ୍ଥିତିରେ ବି ବଞ୍ଚିବା ଜାରି ରଖିଛନ୍ତି । କେତେଜଣ ସେନା ମହିଳା ଦିବସରେ ତାଙ୍କ ପ୍ରେମୀକାଙ୍କ ପାଇଁ ଫୁଲ କିଣିଥିବା ସେ କହିଛନ୍ତି ।
ବ୍ଲାକ ସି କୂଳରୁ ପାଖାପାଖି ୧୩୦ କିଲୋମିଟର ଦୂରରେ ରହୁଥିବା ଏଞ୍ଜେଲା କୁହନ୍ତୁ ପ୍ରବଳ ଥଣ୍ଡାରେ ଆମ ଅଞ୍ଚଳରେ ଫୁଲ ଫୁଟିବା ବନ୍ଦ ହୋଇନାହିଁ । ଆଉ ଏହି ଫୁଲକୁ ଆମେ ଫୋପାଡିବାକୁ ଚାହୁଁନା । ଲୋକେ ଆବଶ୍ୟକ ପଡିଲେ ଘରୁ ବାହାରକୁ ବାହାରୁଛନ୍ତି । ହେଲେ ଏବେବି ଏଞ୍ଜେଲାଙ୍କ ଦୋକାନରେ ରଙ୍ଗ ବେରଙ୍ଗର ଫୁଲ ତୋଡା ଦେଖିବାକୁ ମିିଳିଛି । ତାଙ୍କର ଦୃଢ ମନୋବଳ ଆଗରେ ହାର ମାନିଛି ଯୁଦ୍ଧର ବୋମାମାଡ ଶବ୍ଦ ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରୁ ୯୦ ଦିନ ପରେ ଫେରିଲେ

ବେଜିଂ,୧୭।୯: ଦୀର୍ଘ ୯୦ ଦିନ ଧରି ଚାଇନାର ପ୍ରଥମ ସ୍ପେସ୍‌ ଷ୍ଟେଶନରେ ରହିବା ପରେ ପୃଥ୍‌ବୀ ପୃଷ୍ଠକୁ ଫେରିଛି ୩ ଜଣିଆ ଚାଇନିଜ ମହାକାଶଚାରୀ ଦଳ।...

ଓବାମା, ବୁଶ, କ୍ଲିଣ୍ଟନ କ୍ୟାମେରା ସାମ୍ନାରେ ନେବେ କରୋନା ଟିକା

ୱାଶିଂଟନ,୪ ।୧୨: କରୋନା ମହାମାରୀ ଆମେରିକାରେ ତାଣ୍ଡବ ରଚିଥିବା ବେଳେ ଏବେ ଏହାର ଭ୍ୟାକ୍ସିନକୁ ନେଇ ଚର୍ଚ୍ଚା ଯୋର ଧରିଛି । ସବୁ ବିକାଶଶୀଳ ଦେଶ...

କରୋନା ରୋଗୀଙ୍କ ପାଇଁ ଭାଓଲିନ ବଜାଉଛନ୍ତି ଏହି ନର୍ସ

ସାଣ୍ଟିଆଗୋ,୯।୭: ଏବେ ବିଶ୍ୱର ଅଧିକାଂଶ ହସ୍ପିଟାଲରେ କରୋନା ରୋଗୀ ଭର୍ତ୍ତି ହୋଇ ରହିଛନ୍ତି। କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ଏବେ ଡାକ୍ତର, ନର୍ସ ମେଡିକାଲ...

ଚାଇନା ବିରୋଧରେ ଅଭୂତପୂର୍ବ କାର୍ଯ୍ୟାନୁଷ୍ଠାନ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ,୩୦।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଜିଂ ଉପରେ ଶୁକ୍ରବାର ଏକ ଅପ୍ରତ୍ୟାଶିତ ଆକ୍ରମଣ କରିଛନ୍ତି। ଗୁପ୍ତଚରଠାରୁ ନେଇ ହଂକଂର ସ୍ବାଧିନତା ଉଲ୍ଲଂଘନ ପର୍ଯ୍ୟନ୍ତ ସବୁକଥା...

ବିଦାୟ ୨୦୨୨, ଦମଦାର ହେବ ୨୦୨୩: କିମ୍‌ ଜୋଙ୍ଗ ଉନ୍‌…

ପ୍ୟୋଙ୍ଗୟାଙ୍ଗ,୩୧।୧୨ : ଦକ୍ଷିଣ କୋରିଆର ଆକାଶ ମାର୍ଗରେ ଡ୍ରୋନ ଉତକ୍ଷେପଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇବା ପରେ ଉତ୍ତର କୋରିଆ ଶନିବାର ଏହାର ପୂର୍ବ ଜଳ...

ଫେରିଲେ ଜ୍ୟାକ ମା…

ବେଜିଂ,୨୭।୩ : ଆଲିବାବା ପ୍ରତିଷ୍ଠାତା ଜ୍ୟାକ ମା ଚାଇନାକୁ ଫେରିଛନ୍ତି ଏବଂ ସେ ହାଙ୍ଗଜୋ ସହରରେ ପ୍ରତିଷ୍ଠା କରିଥିବା ଏକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ସୋମବାର...

ଶ୍ରୀଲଙ୍କାରେ ରାଜପକ୍ଷେଙ୍କ ଦଳକୁ ମିଳିଲା ବହୁମତ, ମୋଦି ଜଣାଇଲେ ଶୁଭେଚ୍ଛା

କଲମ୍ବୋ,୭।୮:ଶ୍ରୀଲଙ୍କା ହୋଇଥିବା ସାଧାରଣ ନିର୍ବାଚନରେ ମହିନ୍ଦ୍ରା ରାଜପକ୍ଷେଙ୍କ ଦଳ ବହୁମତ ହାସଲ କରିଛି। ଏହାସହ ରାଜପକ୍ଷେ ପୁଣିଥରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହେବା ହେବା ରାସ୍ତା ସଫା...

କରୋନା ଭାଇରସ: ଚାଇନାରେ ମୃତ୍ୟୁ ସଂଖ୍ୟା ୨,୭୮୮

ବେଜିଂ,୨୮।୨: ଚାଇନାରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଶୁକ୍ରବାର ସୁଦ୍ଧା ଏଠାରେ ମୃତ୍ୟୁସଂଖ୍ୟା ୨,୭୮୮ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ସେହିପରି...

Advertisement
Archives

Model This Week