ମିଳିଲାନି ଜାମିନ: ୨୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ,୨୧ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଫସି ଥିବା ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ଅଡୁଆ ବଢି ବଢି ଚାଲିଛି । ଗୁରୁବାର ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ଏହାକୁ ପୁଣିଥରେ ୨୬ ଅକ୍ଟୋବରକୁ ଘୁଞ୍ଚାଇ ଦିଆଯାଇଛି । ଏବେ ଅକ୍ଟୋବର ୨୬ ପର୍ଯ୍ୟନ୍ତ ସେ ଜେଲରେ ରହିବେ । ମଙ୍ଗଳବାର ବମ୍ବେ ହାଇକୋର୍ଟରେ ଏହାର ଶୁଣାଣି କରାଯିବ । ଜାମିନ ନ ମିଳିବା ପର୍ଯ୍ୟନ୍ତ ଆର୍ଯ୍ୟନ ଜେଲରେ ହିଁ ରହିବେ । ସୂଚନାଯୋଗ୍ୟ, ଆର୍ଯ୍ୟନ ଖାଁ, ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମାଦକ ଦ୍ରବ୍ୟ ରଖିବା, ସେବନ କରିବା ଓ କାରବାର କରିବା ଅଭିଯୋଗରେ ଏନ୍‌ସିବି ଅକ୍ଟୋବର ୩ରେ ଗିରଫ କରିଥିଲା । ଦୀର୍ଘ ପ୍ରାୟ ୧୭ ଦିନ ପରେ ଗୁରୁବାର ଆର୍ଯ୍ୟନଙ୍କ ପିତା ଶାହାରୁଖ ତାଙ୍କୁ ଦେଖା କରିବାକୁ ଜେଲ ଯାଇଥିଲେ । ସୂଚନାଯୋଗ୍ୟ, ବୁଧବାର ବିଶେଷ ଏନ୍‌ଡିପିଏସ୍ କୋର୍ଟ ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ଏହାପରେ ଆର୍ଯ୍ୟନଙ୍କ ଓକିଲ ତୁରନ୍ତ ବମ୍ବେ ହାଇକୋର୍ଟରେ ଅପିଲ କରି ତଳ କୋର୍ଟଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପରେଡ଼ରୁ ହଟିଲା ଦିଦିଙ୍କ ପ୍ରଜ୍ଞାପନ ମେଢ଼, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି…

କୋଲକାତା, ୧୬।୧: ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ଼ରୁ ପ୍ରଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼କୁ ହଟାଇ ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୯।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଫ୍ଲୋର ଟେଷ୍ଟ ପୂର୍ବରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ଗୁରୁବାର...

ଧୂମପାନର ଆଇନଗତ ବୟସ ୨୧ ହେବ

ନୂଆଦିଲ୍ଲୀ, ୩।୧(ଆଇଏଏନ୍‌ଏସ୍‌): ଭାରତରେ ଧୂମପାନର ସର୍ବନିମ୍ନ ଆଇନଗତ ବୟସ ୨୧ ବର୍ଷ ହେବ। ପୂର୍ବରୁ ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ...

ଦେବାଳିଆ ମାମଲାର ବିଚାର ୩୩୦ ଦିନ ମଧ୍ୟରେ ଶେଷ କରିବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୩।୯: ଦେବାଳିଆ ମାମଲାର ବିଚାର ୩୩୦ ଦିନ ମଧ୍ୟରେ ଶେଷ କରିବାକୁ ସୁପ୍ରିମ୍‌କୋର୍ଟ (ଏସ୍‌ସି) ସୋମବାର କହିଛନ୍ତି। ନ୍ୟାଶନାଲ କମ୍ପାନୀ ଲ ଆପେଲେଟ୍‌ ଟ୍ରିବ୍ୟୁନାଲକୁ ଏନେଇ...

ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେଲେ ମାଣିକ ଶାହା

ଅଗରତାଲା,୮।୩: ଭାଜପା ନେତା ମାଣିକ ଶାହା ବୁଧବାର ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର...

ପଡ଼ିଶା ଘର ଟ୍ରଙ୍କରୁ ମିଳିଲା ନିଖୋଜ ଝିଅର ମୃତଦେହ

ଲକ୍ଷ୍ନୌ,୪।୧୨: ଦୁଇ ଦିନ ହେଲା ନିଖୋଜ ଥିବା ୬ ବର୍ଷୀୟା ଝିଅର ମୃତଦେହ ମିଳିଛି ପଡ଼ିଶା ଘରର ଟ୍ରଙ୍କରୁ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ହାପୁର...

ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ,୪।୯-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଅଭିନେତା...

ବିବାହକୁ ନେଇ ମୁହଁ ଖୋଲିଲେ ଅର୍ଜୁନ

ବଲିଉଡରେ ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଅନ୍ୟତମ। ମଲାଇକା ଏବଂ ଅର୍ଜୁନ ଦୀର୍ଘ ଦିନ ହେବ ପରସ୍ପରକୁ...

Advertisement
Archives

Model This Week