ହସ୍ପିଟାଲରେ ଥିବା ଫଟୋ ଟୁଇଟ୍‌ କଲେ ବୋଲସୋନାରୋ

ଓ୍ବାଶିଂଟନ୍‌,୧୧ା୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋ ଆମେରିକାର ଫ୍ଲୋରିଡାସ୍ଥିତ ଓର୍ଲାଣ୍ଡୋର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳର ଫଟୋକୁ ମଙ୍ଗଳବାର ଟୁଇଟ୍‌ କରିଛନ୍ତି। ୨୦୧୮ରେ ଏକ ରାଜନୈତିକ ରାଲି ବେଳେ ପେଟରେ ଛୁରାମାଡ଼ ଯୋଗୁ ସୃଷ୍ଟି ହୋଇଥିବା ପୁରୁଣା କ୍ଷତ ପାଇଁ ସେ ଚିକିତ୍ସାଧୀନ ଥିବା ନିଜ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି। ସୋମବାର ବୋଲସୋନାରୋଙ୍କ ସମର୍ଥକମାନେ ନବନିର୍ବାଚିତ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭାଙ୍କ ଇସ୍ତଫା ଦାବିରେ ପାର୍ଲାମେଣ୍ଟରେ ଧସେଇ ପଶି ଭଙ୍ଗାରୁଜା କରିଥିଲେ। ଏହି ମାମଲାରେ ବ୍ରାଜିଲ ପୋଲିସ ୧,୫୦୦ରୁ ଊର୍ଦ୍ଧ୍ୱ ବୋଲସୋନାରୋ ସମର୍ଥକଙ୍କୁ ଗିରଫ କରିଛି। ସେପଟେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଦେଶରୁ ତୁରନ୍ତ ବିଦା କରାଯାଉ ବୋଲି ଅନେକ ଆମେରିକୀୟ ଆଇନପ୍ରଣେତା ଦାବି କରିଛନ୍ତି। ଏଭଳି ସମୟରେ ବୋଲସୋନାରୋଙ୍କ ଫଟୋକୁ ନେଇ ନାନା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଜୀବନ ଗଲା

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ମାଛ ମାରିବାକୁ ଯାଇଥିବାବେଳେ ରବିବାର  ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ, ଭଟଲି ଥାନା…

‘କରାଚିରେ ଭାରତ କରିଥିଲା ଆକ୍ରମଣ’ – ପାକିସ୍ତାନ ଅଭିଯୋଗର କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୬: କରାଚୀ ଆତଙ୍କବାଦୀ ଆକ୍ରମଣରେ ଜଣେ ‘ଭାରତୀୟ ଏଜେଣ୍ଟ’ଙ୍କ ସମ୍ପୃକ୍ତି ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ଖାରଜ କରିଦେଇଛି, ଏହାକୁ ଭିତ୍ତିହୀନ ବୋଲି କହିଛି। ଏହା ପାକିସ୍ତାନକୁ…

୫ମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କାର୍‌, ଡାହାଣ ଗୋଡ଼ରେ ଚକା ଚଢ଼ିଯିବାରୁ…

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ଗ୍ରାମର ସୁବାସ ନାଇକଙ୍କ ପୁଅ ୫ମ ଶ୍ରେଣୀରେ ପଢୁଥିବା ଛାତ୍ର…

କରାଚୀ ଆକ୍ରମଣରେ ବିଚଳିତ ପାକିସ୍ତାନ, ଆଫଗାନିସ୍ତାନରେ ବିମାନ ଆକ୍ରମଣ କରି ୩୫ ସାଧାରଣ ନାଗରିକଙ୍କୁ ହତ୍ୟା

ଇସଲାମାବାଦ,୨୯।୬: କରାଚୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ, ପାକିସ୍ତାନ ରବିବାର ଏବଂ ସୋମବାର ମଧ୍ୟରାତ୍ରିରେ ପ୍ରାୟ 12:30 AM ସମୟରେ ତିନୋଟି ଆଫଗାନିସ୍ତାନ ପ୍ରଦେଶ…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri