Posted inUncategorized

ସୋନୁ ସୁଦ ସାହାଯ୍ୟ ନୁହେଁ, କରୁଛନ୍ତି ଘୋଟାଲା!

ବଲିଉଡ୍‌ ଅଭିନେତା ସୋନୁ ସୁଦ କରୋନା ସମୟରେ ପ୍ରବାସୀ ଶ୍ରମିକ ତଥା ଅସହାୟ ଲୋକଙ୍କୁ ସାହାଯ୍ୟ କରି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଏଥିପାଇଁ କିଛି ଲୋକ ତାଙ୍କୁ ଭଗବାନ ଭଳି ପୂଜା ମଧ୍ୟ କରୁଛନ୍ତି। ମାତ୍ର ଏବେ କିଛି ଦିନ ହେବ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ସୋନୁଙ୍କୁ ୨୦୨୦ର ସବୁଠାରୁ ବଡ ସ୍କାନର ବୋଲି କୁହାଯାଉଛି। ଏହା ପରେ ସୋନୁଙ୍କ ଦ୍ୱାରା ସହାୟତା ପାଇଥିବା ଅନେକ ଲୋକ ସେମାନଙ୍କ ଟୁଇଟ୍‌ ଏବଂ ଆକାଉଣ୍ଟ ଡିଲିଟ୍‌ ମଧ୍ୟ କରିଦେଉଥିବା କୁହାଯାଉଛି।
ଏ ନେଇ ସୋନୁ ଏବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଏହା ସବୁକିଛି ଟ୍ରୋଲ୍ସ ମାତ୍ର। ଯାହା ହଠାତ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେମାନେ ବାସ୍ତବ ଜୀବନରେ ବିଦ୍ୟମାନ ନୁହନ୍ତି। ସେମାନେ କ’ଣ ସବୁ ଲେଖଛନ୍ତି ମୁଁ ଦେଖିନାହିଁ। ଏ ସବୁ ପାଇଁ ମୋ ପାଖରେ ଆଦୌ ହେଲେ ସମୟ ନାହିଁ ବୋଲି ସୋନୁ କହିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି, କିଛି ଦିନ ପୂର୍ବେ ଜଣେ ବ୍ୟକ୍ତି କହିଥିଲେ ସୋନୁ ବିଦେଶରୁ କାହାକୁ ଆଣି ନାହାନ୍ତି। କେବଳ ମିଛ କୁହାଯାଉଛି ବୋଲି ସେ କହିଥିଲେ। ଏହାପରେ ଜଣେ ଛାତ୍ର ନିଜ କଲେଜ ନାମ ସୋସିଆଲ ମିଡିଆରେ ଶେୟାର କରିବା ସହ ବୋର୍ଡିଂ ପାସ୍‌ ଏବଂ ଫ୍ଲାଇଟ୍‌ ନମ୍ବର ମଧ୍ୟ ଦେଇଥିଲେ। ଏହାପରେ ଉକ୍ତ ଟ୍ରୋଲରମାନେ କୁଆଡେ ଗାଏବ ହୋଇଯାଇଥିଲେ। ଏହି ଟ୍ରୋଲମାନଙ୍କୁ ଟଙ୍କା ମିଳିଥାଏ, ତେଣୁ ସେମାନେ ଶହ ଶହ ଆକାଉଣ୍ଟ ଚଲାଇଥାନ୍ତି ବୋଲି ସୋନୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ସରକାରୀ ପଦରେ ଚାକିରି କରିଥିବା ୭ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୬।୭- କ୍ରିକେଟ୍‌ ଭାରତରେ ଏକ ଲୋକପ୍ରିୟ ଖେଳ। ଶ୍ରେଷ୍ଠ ଖେଳାଳିଙ୍କୁ ଭାରତୀୟ ଯୁବପୀଢ଼ି ନିଜର ଆଦର୍ଶ ଭାବେ ଗ୍ରହଣ କରନ୍ତି। ଫିଲ୍ମ ଷ୍ଟାର୍‌ ଓ...

ସୀମା ସମସ୍ୟାର ସମାଧାନ ଲୋଡ଼ା

ଦିଲ୍ଲୀପ ଦାଶଶର୍ମା ଉତ୍କଳ ଗୌରବ ମଧୁସୂଦନ ଦାସ, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, ବ୍ୟାସକବି ଫକୀର ମୋହନ ସେନାପତି, ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି...

ନ ଆଣୁ ବିପଦ…

ଏବେ ବଜାରରେ ଯେଉଁ ପ୍ରକାର ରଙ୍ଗ ବିକ୍ରି ହେଉଛି, ତାହା କୋମଳମତି ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ କି ନୁହେଁ ଏହା ସବୁଠାରୁ ବଡ଼ ପ୍ରଶ୍ନ...

ସୁରକ୍ଷାରେ ୪୦ ପ୍ଲାଟୁନ୍‌ ଫୋର୍ସ

ପୁରୀ ଅଫିସ,୧୩।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ...

ବ୍ୟବହାରକୁ ପ୍ରଭାବିତ କରେ ଭିଡିଓ ଗେମ୍‌

ଆଜିକାଲି କେବଳ ଛୋଟପିଲା ନୁହନ୍ତି ଯୁବପିଢ଼ି ଭିଡିଓ ଗେମ୍‌ ଖେଳୁଛନ୍ତି। କେତେକେ ଏହାକୁ ଏକ ଅଭ୍ୟାସରେ ପରିଣତ କରିସାରିଛନ୍ତି। ଭିଡିଓଗେମ୍‌ ଖେଳିବାରୁ ମୁକୁଳିବା ପ୍ରାୟ କଷ୍ଟକର।...

ଢାବାରେ ଛେପ ପକାଇ କରୁଥିଲେ ରୁଟି; ଭିଡିଓ ଭାଇରାଲ ହେବା ପରେ…

ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ‘ଛେପ ପକାବା’ ଘଟଣା ଏଯାଏ ଶାନ୍ତ ପଡ଼ି ନ ଥିବା ବେଳେ ଏବେ ଖାଦ୍ୟରେ ଛେପ ପକାଇବାର ଆଉ ଏକ...

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ବର୍ତ୍ତମାନ ସମୟର ଯୁବପିଢ଼ି ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେଥିଲାଗି ସେମାନେ ନିଜ ନିଜ ପାର୍ଟନରଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିଥାନ୍ତି।...

ବିବାହ ପୂର୍ବରୁ ବାପା ହୋଇଥିଲେ ସବୁ କ୍ରିକେଟର୍‌

ବିଶ୍ୱ କ୍ରିକେଟରେ ଏପରି ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ବିବାହ ପୂର୍ବରୁ ବାପା ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଏହି କ୍ରିକେଟରମାନେ ବିବାହ ପୂର୍ବରୁ ନିଜ...

Advertisement
Archives

Model This Week