Posted inଜାତୀୟ

ସ୍ପେଶିଆଲ ୨୬ ଭଳି ଲୋକଙ୍କୁ ଲୁଟୁଥିଲେ ନକଲି ଆୟକର ଅଧିକାରୀ

ମୁମ୍ବାଇ,୨୨।୮: ଖିଲାଡୀ ବୟ ଅକ୍ଷୟ କୁମାରଙ୍କ ହିନ୍ଦୀ ଫିଲ୍ମ ସ୍ପେଶିଆଲ ୨୬ ଭଳି ଫିଲ୍ମ ଷ୍ଟାଇଲ୍‌ରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ସୋମବାର ମହାରାଷ୍ଟ୍ରର ଚନ୍ଦ୍ରପୁର ବଲ୍ଲାରପୁର ପୋଲିସ ଜଣେ ନକଲି ଆୟକର ଅଧିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ୨୭ବର୍ଷୀୟ ବିଶାଲ ରାଜକୁମାର ନିଲଙ୍ଗେ। ସେ କର୍ନାଟକର ବିଦରର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବିଶାଲ ଫିଲ୍ମ ସ୍ପେଶିଆଲ ୨୬ରୁ ପ୍ରଭାବିତ ହୋଇ ଭଡ଼ାରେ ଦାମିକାର୍‌ ଆଣି ବିଭିନ୍ନ ସ୍ଥାନରୁ ଲୁଟ୍‌ କରୁଥିଲେ। ଏପରିକି ବିମାନରେ ବିଭିନ୍ନ ରାଜ୍ୟକୁ ଗସ୍ତ କରି ବଡ଼ ବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ କରିବା ସହ ଲୁଟ୍‌ କରୁଥିଲେ। ବିଶାଲ ଏମ୍‌ବିଏ ପଢ଼ିଥିବା ବେଳେ କର୍ନାଟକ, ମହାରାଷ୍ଟ୍ର, ଦିଲ୍ଲୀ, ତେଲେଙ୍ଗାନା, ବେଙ୍ଗାଲୁରୁ ବ୍ୟତୀତ ଆଉ କେଉଁ କେଉଁ ସ୍ଥାନରେ ଲୁଟ୍‌ କରିଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି। ପ୍ରତ୍ୟେକ ଥର ନିଜର ପରିଚୟ ବଦଳାଇବା ସହ ଫୋଟୋଶୁଟ ଜରିଆରେ ପରିଚୟ ପତ୍ର ଓ ଫୋନ ନମ୍ବରକୁ ବଦଳାଇ ଆୟକର ଅଧିକାରୀ ହୋଇ ଲୁଟ୍‌ କରୁଥିଲେ। ଏହି ମାମଲାରେ ବେଙ୍ଗାଲୁର ପୋଲିସ ବହୁ ଦିନରୁ ନିଖୋଜ ଥିବା ବିଶାଲଙ୍କୁ ଏବେ ଗିରଫ କରି ବଲ୍ଲାରପୁର ପୋଲିସକୁ ହସ୍ତାନ୍ତର କରିଛି। ବର୍ତ୍ତମାନ ବଲ୍ଲାରପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri