ଗଣେଶ ଚତୁର୍ଥୀରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଦେଶରେ ଜାରି ରହିଥିବା କରୋନା ସଙ୍କଟ ଯୋଗୁ ଚଳିତ ଥର ସବୁ ପର୍ବପର୍ବାଣି ଫିକା ପଡ଼ିଯାଇଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ଗଣେଶ ପୂଜା। ଶନିବାର ସାରା ଦେଶ ବିଘ୍ନରାଜଙ୍କୁ ସ୍ବାଗତ କରିବାରେ ଲାଗିପଡ଼ିଛି। ଚଳିତ ଥର ଗଣେଶ ଚତୁର୍ଥୀ ଫିକା ପଡ଼ିଯାଇଥିବା ବେଳେ ସମସ୍ତେ ନିଜ ନିଜ ଘରେ ବିଘ୍ନବିନାଶକଙ୍କୁ ପୂଜା କରିଛନ୍ତି। ଏହି ସ୍ବତନ୍ତ୍ର ଅବସରରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଥ୍ରୋବ୍ୟାକ୍‌ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଶୁଭକାମନା ଜଣାଇଛନ୍ତି।

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ମଧ୍ୟ ଟୁଇଟ କରି ଲୋକଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଅଜୟ ଦେବଗନ ଗଣପତି ସେଲିବ୍ରେସନର ଏକ ଭିଡିଓ ଶେୟାର କରି ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ବିବେକ ଓବରୟ ନିଜ ଘରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରି ପୂଜାର୍ଚ୍ଚନା କରିଛନ୍ତି। ବିବେକଙ୍କ ପତ୍ନୀ ଆଳତୀ କରିଥିବା ବେଳେ ତାଙ୍କ ଝିଅ ନଡ଼ିଆ ଭାଙ୍ଗି ଗଣେଶଙ୍କୁ ସ୍ବାଗତ କରିଥିଲେ। ଏହାର ଏକ ଭିଡିଓକୁ ବିବେକ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ସେହିଭଳି ଶିଳ୍ପା ସେଟ୍ଟୀଙ୍କ ଘରେ ବି ଗଣେଶ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ସେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ସେ ପୂଜାର୍ଚ୍ଚନା କରିବା ପରେ ଗଣପତି ବାପ୍ପାଙ୍କ ଆର୍ଶୀବାଦ ଭିକ୍ଷା କରିଥିବା ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ଝୁରୁଛନ୍ତି ପ୍ରିୟଙ୍କା, ଜନ୍ମବାର୍ଷିକୀରେ ଫଟୋ ଶେୟାର କରି ହେଲେ ଭାବବିହ୍ବଳ

ମୁମ୍ବାଇ: ବାପା ଅଶୋକ ଚୋପ୍ରାଙ୍କ ମୃତ୍ୟୁକୁ ଛଅ ବର୍ଷ ବିତିଥିଲେ ସୁଦ୍ଧା ଏବେ ବି ତାଙ୍କୁ ଝୁରୁଛନ୍ତି ପ୍ରିୟଙ୍କା। ଆଜି ଜନ୍ମବାର୍ଷିକ ଅବସରରେ ଏକ ଭାବବିହ୍ବଳ...

ତକିଆ ଧରି ବୋଲ୍ଡ ହେଲେ ଜନ୍‌

ବଲିଉଡ୍‌ର ଆକ୍ସନ ହିରୋ ଜନ୍‌ ଆବ୍ରାହମ୍‌ ନିଜର ଫିଟ୍‌ ବଡ଼ିକୁ ଫିଲ୍ମ ହେଉ ଅବା ଫଟୋ ମାଧ୍ୟମରେ ପ୍ରଶଂସକଙ୍କ ସହ ଅଧିକାଂସ ସମୟରେ ଶେୟାର କରିଥାନ୍ତି।...

ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଗୁରୁତ୍ୱପୂର୍ଣ୍ଣ: ଏହିଦିନ ଆରମ୍ଭ ହୋଇଥିଲା ରଙ୍ଗୀନ ପ୍ରସାରଣ

ମୁମ୍ବାଇ: ଠିକ୍‌ ଆଜିର ଦିନ ଅର୍ଥାତ୍‌ ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୮୨ ମସିହାରେ ଏହି ଚ୍ୟାନେଲ ପ୍ରଥମେ ରଙ୍ଗୀନ ପ୍ରସାରଣ ପରୀକ୍ଷା...

ଫିଲ୍ମକୁ ବାଏ ବାଏ କହିବେ ଅମିର ଖାନ୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତା, ପ୍ରଡ୍ୟୁସର ତଥା ନିର୍ଦ୍ଦେଶକ ଅମିର ଖାନ୍‌ଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ଦେଖିବାକୁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି...

୩୫ ବର୍ଷରେ ସୋନମ୍‌ କପୁର

ମୁମ୍ବାଇ,୯।୬: ବଲିଉଡ୍‌ ନାୟିକା ସୋନମ୍‌ କପୁର ମଙ୍ଗଳବାର ୩୫ ବର୍ଷରେ ପାଦ ଥାପିଛନ୍ତି। ୧୯୮୫ ଜୁନ୍‌ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ।...

୧୨ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ଶାହିଦ୍‌ କପୁର: ହାତଗଣ୍ଠି ପୂର୍ବରୁ ସ୍ତ୍ରୀ ରଖିଥିଲେ ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ବିବାହକୁ ଆଜି ୬ ବର୍ଷ ପୂରଣ ହୋଇଛି। ଶାହିଦ ୨୦୧୫ ମସିହାରେ ଦିଲ୍ଲୀ ଝିଅ ମୀରଙ୍କୁ...

ମା’ ହେବାକୁ ଯାଉଛନ୍ତି କି ନେହା କକ୍କଡ? ‘ଇଣ୍ଡିଆନ୍‌ ଆଇଡଲ୍‌’ ଛାଡ଼ିଥିବାକୁ ନେଇ ହେଉଛି ଚର୍ଚ୍ଚା…

ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଗାୟିକା ହେବାର ଯାତ୍ରା,ସବୁକିଛିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଗାୟିକା ନେହା କକ୍କଡ। ଏବେ ତାଙ୍କୁ ନେଇ ଭିନ୍ନ ଚର୍ଚ୍ଚା।...

ବାବୁସାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସ୍ତ୍ରୀ ତୃପ୍ତି

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ୍‌ଙ୍କ ଘରୋଇ କଳି ସମାଧାନ ଆଡ଼କୁ ଗତି କରୁଥିବା ଅନୁମାନ କରାଯାଉଛି। ଆଜି ଅର୍ଥାତ୍‌ ଜୁଲାଇ ୩୦ରେ ବାବୁସାନ୍‌ଙ୍କ ଜନ୍ମଦିନ ଥିବାରୁ...

Advertisement
Archives

Model This Week