୯ ବର୍ଷରେ ୧୫ ଫିଲ୍ମରେ କାମ କରିଛନ୍ତି ଆଲିଆ: ଏବେ ଏତିକି କୋଟିର ମାଲିକାଣୀ

ମହେଶ ଭଟ୍ଟ ଏବଂ ସୋନୀ ରାଜଦାନଙ୍କ ସାନ ଝିଅ ଆଲିଆ ଭଟ୍ଟ ଇତିମଧ୍ୟରେ ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୫ ମାର୍ଚ୍ଚ, ୧୯୯୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଆଲିଆ। ଶିଶୁ କଳାକାର ଭାବେ ସେ ଫିଲ୍ମ ‘ସଂଘର୍ଷ’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ମୁଖ୍ୟ ଅଭିନେତ୍ରୀ ରୂପେ ସେ ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ରୁ ଅଭିନୟ ଆରମ୍ଭ କରିଥିଲେ। ପରେ ହାଇଓ୍ବେ, ୨ ଷ୍ଟେଟ୍‌ସ୍‌, ହମ୍ପ୍‌ଟି ଶର୍ମା କି ଦୁଲହନିୟା, ଉଡ୍‌ତା ପଞ୍ଜାବ, ଡିୟର ଜିନ୍ଦେଗୀ, ବଦ୍ରୀନାଥ କି ଦୁଲ୍‌ହନିୟା, ରାଜି ଏବଂ ଗଲିବୟ ପରି ହିଟ୍‌ ଫିଲ୍ମରେ କାମ କରିସାରିଛନ୍ତି। ତେବେ ଆଲିଆଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଏକ ରିପୋର୍ଟ ଅନୁଯାୟୀ ତାଙ୍କ ପାଖରେ ୧୦ ମିଲିୟନ ଅର୍ଥାତ୍‌ ୭୪ କୋଟିର ପ୍ରପର୍ଟି ରହିଛି। ଏଥିମଧ୍ୟରେ କେବଳ ୫୪ କୋଟି ଟଙ୍କାର କେବଳ ୪ଟି ଘର ଅଛି।
ମିଡିଆ ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୦ରେ ଆଲିଆ ବାନ୍ଦ୍ରାରେ ରଣବୀର କପୁର ରହୁଥିବା ବିଲ୍ଡିଂରେ ନିଜର ଏକ ଆପାର୍ଟମୋଣ୍ଟ କିଣିଛନ୍ତି। ଆଲିଆଙ୍କର ଏହି ଘର ୨୪୬୦ ସ୍କୋୟାରଫିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ମୂଲ୍ୟ ୩୨ କୋଟି ଟଙ୍କା। ବର୍ତ୍ତମାନ ଆଲିଆ ବଡ଼ ଭଉଣୀ ଶାହୀନ ଭଟ୍ଟଙ୍କ ସହ ଜୁହୁସ୍ଥିତ ଘରେ ରହୁଛନ୍ତି। ତେବେ ଖୁବ୍‌ଘୀଘ୍ର ସେ ନିଜର ନୂଆ ପାର୍ଟମେଣ୍ଟକୁ ଶିପ୍ଟ କରିବେ ବୋଲି ଜଣାପଡ଼ିଛି।
ମୁମ୍ବାଇସ୍ଥିତ ଜୁହୁଠାରେ ଆଲିଆଙ୍କର ପୂର୍ବରୁ ମଧ୍ୟ ଆଉ ଏକ ବଙ୍ଗଳା ରହିଛି। ଯାହାର ମୂଲ୍ୟ ୧୩.୧୧ କୋଟି ଟଙ୍କା ହେବ। ଏଥିସହ ୨୦୧୫ରେ ଏହି ସମାନ ସୋସାଇଟିରେ ଆଲିଆ ଅନୁପମ ଖେରଙ୍କଠାରୁ ୨ଟି ଫ୍ଲାଟ କିଣିଥିଲେ। ଗୋଟିଏର ମୂଲ୍ୟ ୫.୧୬ କୋଟି ଏବଂ ଅନ୍ୟଟିର ମୂଲ୍ୟ ୩.୮୩ କୋଟି ଟଙ୍କା। ଆଲିଆଙ୍କ ଏହି ଘରକୁ ବଲିଉଡ୍‌ ନିର୍ଦ୍ଦେଶକ ବିକାଶ ବହଲଙ୍କ ସ୍ତ୍ରୀ ରିଚା ବହଲ ଡିଜାଇନ୍‌ କରିଥିଲେ। ଖୁବ୍‌ଶୀଘ୍ର ଆଲିଆଙ୍କୁ ଗଙ୍ଗୁବାଇ, କାଠିଆଓ୍ବାଡି, ବ୍ରହ୍ମାସ୍ତ୍ର ଏବଂ ଆର୍‌ଆର୍‌ଆର୍‌ ଆଦି ଫିଲ୍ମରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପାଇଁ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ, ୩ ଦିନ ହେଲା ଶାଶୁଙ୍କ ଶବକୁ ଜଗିବସିଛନ୍ତି ବୋହୂ

ରାଜନଗର,୨୧ା୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଯେଉଁଠି ହଜିଯାଇଛି ମାନବିକତା।…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୮: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ବାସଭବନରେ ଶୁକ୍ରବାର ପରଲୋକ ଘଟିଛି। ଦେହାନ୍ତ ବେଳକୁ ତାଙ୍କୁ…

ସ୍ବାମୀଙ୍କ ହାତଗୋଡ଼ ବାନ୍ଧି ସ୍ତ୍ରୀଙ୍କ କାନ ଛିଣ୍ଡାଇ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ ଆହୁରି…

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଲକ୍ଷାଧିକ…

ପାକିସ୍ତାନରେ କେତେ ଟଙ୍କାରେ ମିଳୁଛି ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି, ଦାମ୍‌ ଜାଣିଲେ ଚମକି ପଡିବେ…

ଇସଲାମାବାଦ,୨୧।୮: ପାକିସ୍ତାନରେ ପ୍ରବଳ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା…

ହଠାତ୍‌ ଥାନାରେ ପହଞ୍ଚିଲେ ରାହୁଲ ଗାନ୍ଧୀ , ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧। ୮: ଦିଲ୍ଲୀରେ ଛାତ୍ରମାନଙ୍କ ପ୍ରଦର୍ଶନ ସମୟରେ ପେଲେଟ ଗନ ବ୍ୟବହାରକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ ଥାନାରେ ପହଞ୍ଚିଛନ୍ତି।…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Amarpali Nodal UP School: ୭ ଦିନରେ ଜଣେ ଶିକ୍ଷକଙ୍କ ଅବସର, ୨ ବଦଳି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚେତାବନୀ

ଅମରପାଲି,୨୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅମରପାଲି ନୋଡାଲ ୟୁପି ସ୍କୁଲ। ଏହି ସ୍କୁଲ ଏବେ ଶିକ୍ଷକ ଅଭାବରେ ଘାଣ୍ଟି…

କିଏ ସେହି ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା!

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ପତ୍ନୀ ସୁନୀତା ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri