ବି-ଟାଉନର ଏହି ଅଭିନେତ୍ରୀମାନଙ୍କର ପଡ଼ିବନି ହାତଗଣ୍ଠି !

ମୁମ୍ବାଇ: ବି-ଟାଉନର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ତଥାପି ସେମାନେ ସଫଳ। ନିଜ ସର୍ତ୍ତରେ ଜୀବନଯାପନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ବିବାହ ସ୍ଥିର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହାତଗଣ୍ଠି ପଡ଼ିନାହିଁ। ଆଉ ମଧ୍ୟ ପଡ଼ିବ ନାହିଁ ବୋଲି ସେମାନେ କୁହନ୍ତି। ତେବେ ଜାଣନ୍ତୁ ଏମାନଙ୍କ ସମ୍ପର୍କରେ…

ସୁସ୍ମିତା ସେନ୍‌: ପୂର୍ବତନ ମିସ୍‌ ୟୁନିଭର୍ସ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ମାତ୍ର ଦୁଇଟି ଝିଅଙ୍କୁ ସେ ପାଳୁଛନ୍ତି। ପ୍ରଯୋଜକ ବିକ୍ରମ ଭଟ୍ଟଙ୍କ ପ୍ରେମରେ ପଡ଼ିଥିବା ସୁସ୍ମିତା ଜୀବନ ସାରା ଏକାକୀ ରହିବାର ନିଷ୍ପତ୍ତି ନେଲେ।

ତବୁ: ପ୍ରତିଭାଶାଳୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ତବୁ ଜଣେ। ତାଙ୍କର ବଳିଷ୍ଠ ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରିଥାଏ। ତବୁଙ୍କର ଆଜି ପର୍ଯ୍ୟନ୍ତ ହାତଗଣ୍ଠି ପଡ଼ିନାହିଁ। ଶୁଣିବାକୁ ମିଳେ ତବୁଙ୍କର କିଛି ସାଥୀ କଳାକାରଙ୍କ ସହ ସମ୍ପର୍କ ଥିଲା। ତଥାପି ବିବାହ କରିନାହାନ୍ତି। କୁଆଡ଼େ ଅଜୟ ଦେବଗନଙ୍କ ଯୋଗୁ ତବୁ ଆଜି ଏକା।

ଆଶା ପରେଖ୍‌: ସିଲ୍‌ଭର ସ୍କ୍ରିନ୍‌ର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ଆଶା ପରେଖ ରାଜେଶ ଖାନ୍ନା, ଦେବ ଆନନ୍ଦ ଏବଂ ଶ୍ୟାମି କପୁରଙ୍କ ପରି ପ୍ରଖ୍ୟାତ ଅଭିନେତାଙ୍କ ସହ କାମ କରିଥିଲେ। ତଥାପି କୌଣସି ରାଜକୁମାରଙ୍କୁ ଆକର୍ଷିତ କରିପାରି ନ ଥିଲେ। ଆଶା ଏକ ସାକ୍ଷାତକାରରେ କହିଥିଲେ, ପୁରୁଷମାନେ ତାଙ୍କୁ ବିବାହ କରିବାକୁ ଅନୁପଯୁକ୍ତ ବୋଲି ଜାଣିଛନ୍ତି।

ଅମୀଷା ପଟେଲ: ବ୍ଲକବଷ୍ଟର ଫିଲ୍ମ‘କହୋନା ପ୍ୟାର ହୈ’ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଅମୀଷା ପଟେଲ ଲକ୍ଷଲକ୍ଷ ଯୁବକଙ୍କ ହୃଦୟରେ ଥିଲେ। ତଥାପି ଅମୀଷାଙ୍କୁ ପ୍ରକୃତ ପ୍ରେମ ମିଳିନାହିଁ। ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri