ଟ୍ରକକୁ ପଛପଟୁ ପିଟିଲା ବୋଲେରୋ, ଚାଲିଗଲା ୨ ଜୀବନ

ପାଟଣା,୧୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନଂ. ଜାତୀୟ ରାଜପଥ ତୁରୁମୁଙ୍ଗାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ରବିବାର ବିଳମ୍ବିତ ରାତିରେ ଠିଆ ହୋଇଥିବା ଏକ ଟ୍ରକକୁ ପଛ ପଟୁ ବୋଲେରୋ ଆସି ଧକ୍କା ଦେଇଥିଲା। ଫଳରେ ବୋଲେରୋରେ ଥିବା ୨ ଜଣ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଖିରେଇଟାଙ୍ଗିରି ଗ୍ରାମର ଚାଳକ ଗୋପାଳ ଚନ୍ଦ୍ର ମହାନ୍ତ(୩୩) ଓ ଦିଲ୍ଲୀପ କୁମାର ମହାନ୍ତ (୩୫)। ଚାଳକ ଦିଲୀପଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୋପାଳଙ୍କୁ କେନ୍ଦୁଝରରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଉଥିବା ବେଳେ ଘଟଗାଁ ନିକଟରେ ମୃତ୍ୟୁ ଘଟିଛି। ଏହି ୨ ବ୍ୟକ୍ତି ୪୯ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଠିକାସଂସ୍ଥାରେ ନିୟୋଜିତ ଥିବା କର୍ମଚାରୀ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଫସିରହିଛି ହାତୀ

ସବଡେଗା,୩ା୧୨(ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସବଡେଗା ବ୍ଲକର ଡମକୁଡା ପଞ୍ଚାୟତର ଭଦ୍ରାପଡ଼ା ଗାଁମୁଣ୍ଡ ଜଙ୍ଗଲ ପାଖେ ଥିବା ଛୋଟ ପୋଖରୀରେ ଶନିବାର ରାତିରୁ ଏକ ହାତୀ...

କୋରାପୁଟରେ ଭାଲୁ ଆକ୍ରମଣ ଜଣେ ଗୁରୁତର 

କୋରାପୁଟ,୩।୧୨(ଅମିତାଭ ବେହେରା): କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚଯାତର ରଙ୍ଗେଇଗୁଡା ଗ୍ରାମ ନିକଟରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଜିତେନ୍ଦ୍ର କୁମାର...

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ...

କାର୍ଯ୍ୟାଳୟରେ ତାଲା, ଅନୁକମ୍ପା ରାଶି ନ ପାଇ ଫେରିଲେ ମତ୍ସ୍ୟଜୀବୀ

ଅସ୍ତରଙ୍ଗ,୩।୧୨(ମମତା ଜେନା)ବର୍ତ୍ତମାନ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସମୟ ଚାଲିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ସମୁଦ୍ରରୁ ମାଛ ମାରିବା ନିଷେଦ୍ଧ କରାଯାଇଛି। ଏହି ସମୟ ଭିତରେ...

ମଣ୍ଡି ଖୋଲିନି, ଧାନ ବ୍ୟବସାୟୀ ସକ୍ରିୟ

ସୋନପୁର,୩।୧୨(ମୃତ୍ୟୁଞ୍ଜୟ ଶତପଥୀ)ଅଧିକ ଧାନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଥିବା ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ପ୍ରାୟତଃ ୭୦ ପ୍ରତିଶତ ଅମଳ ହୋଇ ସାରିଲାଣି। ହୀରାକୁଦ କେନାଲ...

ସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତା

ସୁନ୍ଦରଗଡ,୩ା୧୨(ଜୟ ନାରାୟଣ ମେଣ୍ଡୁଳି)ଆବହମାନ କାଳରୁ ପୁଷ୍ଟିଶସ୍ୟ ବା ମିଲେଟ୍ସ ମଣିଷ ସଭ୍ୟତାର ମୁଖ୍ୟ ଓ ପ୍ରଥମ ଖାଦ୍ୟ ଥିଲା। ପ୍ରାମାଣିକ ତଥ୍ୟ ଅନୁସାରେ ମିଲେଟ୍ସ ଚାଷ...

ଉଦ୍‌ଘାଟନ ସରିଛି, କାର୍ଯ୍ୟକାରୀ ହେଉନି

ସମ୍ବଲପୁର,୩ା୧୨ (ଭବାନୀ ଶଙ୍କର ଭୋଇ)ରାସ୍ତାଘାଟରେ ବଜାର ବସିବା କାରଣରୁ ସମ୍ବଲପୁରର ସର୍ବପୁରାତନ ଗୋଳବଜାର ସଙ୍କୁଚିତ ହୋଇଯାଇଛି। ଏଥିପାଇଁ ଟ୍ରାଫିକ ସମସ୍ୟା ଏଠାକାର ନିତିଦିନିଆ ସମସ୍ୟା ଭାବେ...

ପ୍ରକଳ୍ପ ଅଛି, ମିଳୁନି ପାଣି: ବସୁଧା ଯୋଜନାରୁ ଗ୍ରାମବାସୀ ବଞ୍ଚିତ

କାଲିମେଳା, ୩ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ତେଲରାଇ ଗ୍ରାମରେ ପ୍ରକଳ୍ପ ଅଛି, କିନ୍ତୁ ପାଣି ମିଳୁନି। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri