ଦୀର୍ଘ ୫ଘଣ୍ଟା ପରେ ଅପହରଣକାରୀ ଗିରଫ

ବଲାଙ୍ଗୀର ଅଫିସ,୧୫।୬: ଶେଷରେ ବଲାଙ୍ଗୀର ଶାନ୍ତିପଡ଼ାର ହାଇପ୍ରୋଫାଇଲ୍‌ ଡ୍ରାମାର ଅନ୍ତ ଘଟିଛି। ଘର ଭିତରେ ପଶି ସୁରକ୍ଷିତ ଭାବେ ଅପହରଣକାରୀଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ଏନେଇ ବଲାଙ୍ଗୀର ଏସ୍‌ପି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ମଙ୍ଗଳବାର ସକାଳେ ଜଣେ ବନ୍ଧୁକଧାରୀ ଯୁବକ ପଶିଯାଇଥିଲେ। ବନ୍ଧୁକଧାରୀ ହେଉଛନ୍ତି ବଲାଙ୍ଗୀର ସହରର ତାଳ ପାର୍ଲି ପଡ଼ାର ବିକ୍ରମ ପଣ୍ଡା। ବିକ୍ରମ ଘର ଭିତରେ ପଶି ପରିବାରର ୩ଜଣଙ୍କୁ ବନ୍ଧକ ରଖି ଆତଙ୍କ ଚଳାଇଥିଲେ। ଘଟଣାସ୍ଥଳରେ ପୋଲିସ ଏସ୍‌ଡିପିଓ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିବା ସହ ବନ୍ଧକଙ୍କୁ ଛାଡିବା ପାଇଁ ନିବେଦନ କରିଥିଲେ। କିନ୍ତୁ ଉକ୍ତ ଯୁବକ କାହା କଥା ଶୁଣି ନ ଥିଲେ। ତେବେ ଦୀର୍ଘ ୪ଘଣ୍ଟାର ଉଦ୍ୟମ ପରେ ସମସ୍ତ ବନ୍ଧକଙ୍କୁ ଅଗ୍ନିଶମ ବିଭାଗ ଘରର ଝରକା ଦେଇ ଉଦ୍ଧାର କରିଥିଲା। ଏହାପରେ ପୋଲିସ ବନ୍ଧୁକଧାରୀଙ୍କୁ ଧରିବାକୁ ଅପରେଶ୍‌ନ ଆରମ୍ଭ କରିଥିଲେ। ଆତ୍ମସମର୍ପଣ କରାଇବା ପାଇଁ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ଡ଼କାଯାଇଥିଲେ। ହେଲେ ଯୁବକ ଜଣକ ତାଙ୍କ ସାଙ୍ଗଙ୍କ କଥା ମଧ୍ୟ ଶୁଣି ନ ଥିଲେ। ଶେଷରେ ପୋଲିସ ଦୀର୍ଘ ୫ଘଣ୍ଟାର କସ୍‌ରତ ପରେ ସୁରକ୍ଷିତ ଭାବେ ବିକ୍ରମଙ୍କୁ ଗିରଫ କରିଛି। ତେବେ ଏହି ସମୟରେ ଘଟଣାସ୍ଥଳରେ ୨ରୁ ୩ରାଉଣ୍ଡ ଫାୟାରିଂ ହୋଇଥିବା ଜଣାପଡ଼ିଛି। ତେବେ ଏହା ପୋଲିସ ପକ୍ଷରୁ କି ବିକ୍ରମ ପକ୍ଷରୁ ଫାୟାରିଂ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପ୍ରତିକାର: ବିଶୋଧନ ହେଲା ସାକ୍ଷୀଗୋପାଳ ମନ୍ଦିର , ବଜାର

ସାକ୍ଷୀଗୋପାଳ,୧୪।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣରୁ ଦୁରେଇ ରହିବା ନିମନ୍ତେ ସାଧାରଣ ଲୋକ ଚଳାଚଳ କରୁଥିବା ସ୍ଥାନକୁ ବିଶୋଧନ କରାଯାଇଛି। ମଙ୍ଗଳବାର ସକାଳେ ସ୍ଥାନୀୟ ଆଗ୍ନିଶମ କେନ୍ଦ୍ର...

ବରିଷ୍ଠ ସହସମ୍ପାଦକଙ୍କ ମାତୃ ବିୟୋଗ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଧରିତ୍ରୀରେ କାର୍ଯ୍ୟରତ ବରିଷ୍ଠ ସହସମ୍ପାଦକ ଦୁର୍ଯ୍ୟୋଧନ ମିଶ୍ରଙ୍କ ମା’ ବିଶାଖା ଦେବୀଙ୍କ ରବିବାର ସନ୍ଧ୍ୟା ସାଢେ ୭ଟାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ...

ବ୍ରାହ୍ମଣୀ ବ୍ରହ୍ମପୁର ବାଲିଘାଟରୁ ବେଆଇନ ଉତ୍ତୋଳନ

କବାଟବନ୍ଧ,୧୬ା୫(ଡି.ଏନ.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ବ୍ରିଜ ନିକଟ ବ୍ରାହ୍ମଣୀ ନଦୀକୂଳ ପଠାରୁ ଅନୁମତି ନ ଥାଇ ବାଲି ଉଠାଣ ହେଉଛି। ଏନେଇ ନଦୀ ତଟବର୍ତ୍ତୀ...

ଇ- ବିଧାନସଭା: ୪୭ ବିଧାୟକ କିଣିଲେ କମ୍ପ୍ୟୁଟର

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ବିଧାୟକମାନେ ଆଉ କାଗଜପତ୍ର ନୁହେଁ କମ୍ପ୍ୟୁଟର ଜରିଆରେ ସମସ୍ତ ସୂଚନା ପାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ। ଏପରି କି ବିଧାନସଭାକୁ ମଧ୍ୟ ଲାପଟପ୍‌...

ଅଭିନେତା ଦୈତାରୀ ପଣ୍ଡା ନିଖୋଜ

ବାଲେଶ୍ୱର ଅଫିସ, ୭ା୭: ଓଡ଼ିଶା ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା ନିଖୋଜ ଥିବା ନେଇ ବାଲେଶ୍ୱର ଜିଲା ଔପଦା ଥାନାରେ ଅଭିଯୋଗ ହୋଇଛି। ପାର୍ବତୀ...

ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ସରକାର

ଭୁବନେଶ୍ୱର,୧୭।୫(ବ୍ୟୁରୋ): କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସଗୁଡ଼ିକ ଲୋକଙ୍କ ଠାରୁ ମନଇଚ୍ଛା ଭଡ଼ା ନେଉଥିବା ବେଳେ ଶେଷରେ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଛି। ଉଭୟ ଘରୋଇ...

ପାରାଦୀପରେ କରୋନା ସନ୍ଦିଗ୍ଧ: ସିଙ୍ଗାପୁରରୁ ଆସିଥିବା ଜାହାଜର ୨ଜଣଙ୍କୁ ଏସ୍‌ସିବି ପଠାଗଲା

ପାରାଦୀପ,୩।୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ମଙ୍ଗଳବାର ଲାଗିଥିବା ଏକ ଜାହାଜରେ ଦୁଇ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ପ୍ରାଥମିକ ଯାଞ୍ଚ କରାଯାଇ ଏସ୍‌ସିବି ମେଡିକାଲ ସ୍ଥାନାନ୍ତର...

ହାଣ୍ଡି, କଡ଼େଇ ଉଠାଇଆଣିଲା ପୋଲିସ

ଅନୁଗୋଳ ଅଫିସ, ୩।୪ – କରୋନା ସଂକ୍ରମଣ ଆଶଙ୍କା ସତ୍ତ୍ୱେ ଲୋକେ ଲକ୍‌ଡାଉନ୍‌କୁ ବେଖାତିର କରି ଭୋଜି କରିବା ଓ ତେଲଭାଜି ଦୋକାନ ଖୋଲିବା ଅନୁଗୋଳ...

Advertisement
Archives

Model This Week