ଜଙ୍ଗଲରେ ଦନ୍ତାହାତୀର ମୃତଦେହ: ଦାନ୍ତ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ

ଅମରପାଲି,୧।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ଥ ବୀରମହାରାଜପୁର ରେଞ୍ଜ ହାତିଲିମୁଣ୍ଡା ଫରେଷ୍ଟ ବିଟ୍‌ର ବରଘାଟ ଦାଦର ଓ ବ୍ରାହ୍ମଣୀପାଲି ମଝିରେ ଥିବା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ସୂଚନା ଅନୁସାରେ, ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ବରଘାଟ ଦାଦର ଜଙ୍ଗଲରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବା କେତେକ ବ୍ୟକ୍ତି ଦେଖିଥିଲେ। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଖବରପାଇ ହାତୀର ମୃତଦେହ ଦେଖିବାକୁ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ମାତ୍ର ବନ ବିଭାଗ କୌଣସି ଲୋକଙ୍କୁ ହାତୀର ମୃତଦେହ ପାଖକୁ ଛାଡ଼ି ନ ଥିଲେ। ହାତୀର ମୃତଦେହକୁ ଚାରିପଟୁ ଘୋଡ଼େଇ ଦେଇଥିଲେ। ଭବାନୀପାଟଣା ଡିଭିଜନର ଆରସିସିଏଫ ସନ୍ତୋଷ ଯୋଶୀ, ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ମଧ୍ୟ ଘଟଣାସ୍ଥଳକୁ ଆସି ସ୍ଥିତି ନିରୀକ୍ଷଣ କରିଛନ୍ତି। ସୂଚନା ଅନୁସାରେ ଦୁଇଦିନ ପୂର୍ବରୁ ରେଢାଖୋଲ ବନଖଣ୍ଡ ଅଧିନସ୍ଥ କୁଆଖୋଲ ସଂରକ୍ଷିତ ଜଙ୍ଗଲରୁ ୫ ରୁ ୬ ଟି ହାତୀଥିବା ଏକ ହାତୀପଲ ହାତିଲିମୁଣ୍ଡା ସଂରକ୍ଷିତ ଜଙ୍ଗଲକୁ ଆସିଥିଲେ। ଏବେ ଧାନ ଅମଳର ସମୟ ହୋଇଥିବାରୁ ସନ୍ଧ୍ୟା ହେବାରୁ ହାତୀପଲ ଭାଲୁଡୁଙ୍ଗୁରୀ ଜଙ୍ଗଲ ଦେଇ ଅମରପାଲି ଓ ଗୁଦୁଗୁଦା ଅଞ୍ଚଳକୁ ଆସିଥିଲେ। ସ୍ଥାନୀୟ ଅଞ୍ଚଳର ଲୋକେ ହାତୀ ଘଉଡ଼ାଇଥିଲେ। ବୀରମହାରାଜପୁର ବନବିଭାଗ ମଧ୍ୟ ଶନିବାର ରାତିସାରା ଡ୍ରୋନ ସାହାଯ୍ୟରେ ହାତୀପଲକୁ ଘଉଡ଼ାଇବା ସହିତ ଏମାନଙ୍କର ଗତିବିଧି ଉପରେ ନଜର ରଖିବା ଦେଖିବାକୁ ମିଳିଥିଲା। ତେବେ ଏହି ପଲରୁ ଗୋଟିଏ ଦନ୍ତା ହାତୀ ଗୋଠ ଛଡ଼ା ହୋଇ ବଡ଼ମାଳ, କାଞ୍ଚନପାଲ ଜଙ୍ଗଲ ଦେଇ ବ୍ରାହ୍ମଣୀପାଲି – ବରଘାଟ ଦାଦର ଜଙ୍ଗଲ ଅଞ୍ଚଳକୁ ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ତେବେ ବନ ବିଭାଗ ମଧ୍ୟ ଏହି ଦନ୍ତାର ଟ୍ରାକିଙ୍ଗ କରୁଥିବା ବେଳେ ସୋମବାର ସକାଳୁ ଏହାର ମୃତଦେହ ପାଇଥିଲା। ସ୍ଥାନୀୟ ଲୋକେ ଦାନ୍ତ ପାଇଁ ହାତୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଦନ୍ତା ହାତୀର ମୃତଦେହ ଯେଉଁଠାରେ ପଡ଼ିଛି ସେଠାରୁ ପ୍ରାୟ ଶହେ ମିଟର ଦୂର ରେ ୧୧ କେଭିର ବିଦ୍ୟୁତ ତାର ଯାଇଛି। ସେଠାରୁ ଶିକାରୀମାନେ ବିଦ୍ୟୁତ ତାର ଲଗାଇ ଜନ୍ତୁ ଶିକାର କରୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ହାତୀର ମୃତ୍ୟୁ ପରେ ସେଠାରେ ବିଛାଯାଇଥିବା ବିଦ୍ୟୁତ ତାରକୁ ଶିକାରୀମାନେ ନେଇଯାଇଥିବା ଅନୁମାନ କରାଯାଉଛି। ବିଦ୍ୟୁତ ସଂସ୍ପର୍ଶରେ ଆସବା ପରେ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଯାଇ ମୁହଁ ମାଡ଼ି ପଡ଼ି ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି। ଭବାନୀପାଟନା ସର୍କଲର ଆରସିସିଏଫ ସନ୍ତୋଷ ଯୋଶୀ ଘଟଣାସ୍ଥଳକୁ ଆସି ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ସହିତ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା। ସୋମବାର ସନ୍ଧ୍ୟା ହୋଇଯାଇବାରୁ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପାରି ନାହିଁ। ମଙ୍ଗଳବାର ଭୁବନେଶ୍ୱରରୁ ଏକ ବୈଷୟିକ ଦଳ ଓ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଆସି ସ୍ଥିତି ନିରୀକ୍ଷଣ କରିବା ସହିତ ହାତୀର ମୃତଦେହ ଓ ମୃତ୍ୟୁର କାରଣ ବିଷୟରେ ତଦନ୍ତ କରିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି।

ବୀରମହାରାଜପୁର ରେଞ୍ଜ ଉପାନ୍ତ ଏହି ଅଞ୍ଚଳରେ ଅଧିକାଂଶ ସମୟରେ ଜନ୍ତୁ ଶିକାର ହୋଇଥାଏ। ଜନ୍ତୁ ଶିକାରୀ ମାନେ ବେଆଇନ ଭାବେ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ଜନ୍ତୁ ଶିକାର କରିଥାନ୍ତି। ଏହି ଅଞ୍ଚଳରୁ ଜନ୍ତୁ ମାଂସ କୁ ବିଭିନ୍ନ ଅଞ୍ଚଳକୁ ପଠାଯାଉ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ପୂର୍ବରୁ ଏହି ଅଞ୍ଚଳର ସୀମାରେ ଥିବା ସୁନାପାଲି ଜଙ୍ଗଲରେ ମଧ୍ୟ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ପରେ ସେହି ହାତୀର ଦାନ୍ତକୁ କାଟି ମାଫିଆମାନେ ଲୁଟ କରିନେଇଥିବା ନଜିର ରହିଛି।

ଦନ୍ତା ହାତୀର ମୃତ୍ୟୁକୁ ନେଇ ସୁବର୍ଣ୍ଣପୁର ବାନଖଣ୍ଡ ଅଧିକାରୀ ମଦନଲାଲ ଶର୍ମାଙ୍କୁ ପଚାରିବାରୁ ଦନ୍ତାର ମୃତ୍ୟୁର କାରଣ ଅସ୍ପଷ୍ଟ ବୋଲି କହିଛନ୍ତି। ତେବେ ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି। ଘଟଣାସ୍ଥଳରେ ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ଏସିଏଫ ତଥା ଅତିରିକ୍ତ ରେଞ୍ଜ ଅଧିକାରୀ ଦାୟିତ୍ୱରେ ଥିବା ଅବିନାଶ ବରିହା, ଏସିଏଫ ଗିରିଧାରୀ ନାଗ, ଉଲୁଣ୍ଡା ରେଞ୍ଜଅଧିକାରୀ ଦେବରାଜ ଛତ୍ରିଆ, ବୀରମହାରାଜପୁର ଡେପୁଟି ରେଞ୍ଜର ଜଗବନ୍ଧୁ ବାରିକ, ହାତିଲିମୁଣ୍ଡା ବନପାଳ ଶଙ୍କର ବାଘ, ଯାଲୋଏ ବନପାଳ ପ୍ରଦୀପ କୁମାର ଜେନାଙ୍କ ସମେତ ବନବିଭାଗ କର୍ମଚାରୀ , ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧିକାରୀ ବିଭୁନ୍ଦ୍ର ବରାଳ ଙ୍କ ସହ ପୋଲିସ ଟିମ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri