ଜଙ୍ଗଲରେ ଦନ୍ତାହାତୀର ମୃତଦେହ: ଦାନ୍ତ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ

ଅମରପାଲି,୧।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ଥ ବୀରମହାରାଜପୁର ରେଞ୍ଜ ହାତିଲିମୁଣ୍ଡା ଫରେଷ୍ଟ ବିଟ୍‌ର ବରଘାଟ ଦାଦର ଓ ବ୍ରାହ୍ମଣୀପାଲି ମଝିରେ ଥିବା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ସୂଚନା ଅନୁସାରେ, ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ବରଘାଟ ଦାଦର ଜଙ୍ଗଲରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବା କେତେକ ବ୍ୟକ୍ତି ଦେଖିଥିଲେ। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଖବରପାଇ ହାତୀର ମୃତଦେହ ଦେଖିବାକୁ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ମାତ୍ର ବନ ବିଭାଗ କୌଣସି ଲୋକଙ୍କୁ ହାତୀର ମୃତଦେହ ପାଖକୁ ଛାଡ଼ି ନ ଥିଲେ। ହାତୀର ମୃତଦେହକୁ ଚାରିପଟୁ ଘୋଡ଼େଇ ଦେଇଥିଲେ। ଭବାନୀପାଟଣା ଡିଭିଜନର ଆରସିସିଏଫ ସନ୍ତୋଷ ଯୋଶୀ, ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ମଧ୍ୟ ଘଟଣାସ୍ଥଳକୁ ଆସି ସ୍ଥିତି ନିରୀକ୍ଷଣ କରିଛନ୍ତି। ସୂଚନା ଅନୁସାରେ ଦୁଇଦିନ ପୂର୍ବରୁ ରେଢାଖୋଲ ବନଖଣ୍ଡ ଅଧିନସ୍ଥ କୁଆଖୋଲ ସଂରକ୍ଷିତ ଜଙ୍ଗଲରୁ ୫ ରୁ ୬ ଟି ହାତୀଥିବା ଏକ ହାତୀପଲ ହାତିଲିମୁଣ୍ଡା ସଂରକ୍ଷିତ ଜଙ୍ଗଲକୁ ଆସିଥିଲେ। ଏବେ ଧାନ ଅମଳର ସମୟ ହୋଇଥିବାରୁ ସନ୍ଧ୍ୟା ହେବାରୁ ହାତୀପଲ ଭାଲୁଡୁଙ୍ଗୁରୀ ଜଙ୍ଗଲ ଦେଇ ଅମରପାଲି ଓ ଗୁଦୁଗୁଦା ଅଞ୍ଚଳକୁ ଆସିଥିଲେ। ସ୍ଥାନୀୟ ଅଞ୍ଚଳର ଲୋକେ ହାତୀ ଘଉଡ଼ାଇଥିଲେ। ବୀରମହାରାଜପୁର ବନବିଭାଗ ମଧ୍ୟ ଶନିବାର ରାତିସାରା ଡ୍ରୋନ ସାହାଯ୍ୟରେ ହାତୀପଲକୁ ଘଉଡ଼ାଇବା ସହିତ ଏମାନଙ୍କର ଗତିବିଧି ଉପରେ ନଜର ରଖିବା ଦେଖିବାକୁ ମିଳିଥିଲା। ତେବେ ଏହି ପଲରୁ ଗୋଟିଏ ଦନ୍ତା ହାତୀ ଗୋଠ ଛଡ଼ା ହୋଇ ବଡ଼ମାଳ, କାଞ୍ଚନପାଲ ଜଙ୍ଗଲ ଦେଇ ବ୍ରାହ୍ମଣୀପାଲି – ବରଘାଟ ଦାଦର ଜଙ୍ଗଲ ଅଞ୍ଚଳକୁ ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ତେବେ ବନ ବିଭାଗ ମଧ୍ୟ ଏହି ଦନ୍ତାର ଟ୍ରାକିଙ୍ଗ କରୁଥିବା ବେଳେ ସୋମବାର ସକାଳୁ ଏହାର ମୃତଦେହ ପାଇଥିଲା। ସ୍ଥାନୀୟ ଲୋକେ ଦାନ୍ତ ପାଇଁ ହାତୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଦନ୍ତା ହାତୀର ମୃତଦେହ ଯେଉଁଠାରେ ପଡ଼ିଛି ସେଠାରୁ ପ୍ରାୟ ଶହେ ମିଟର ଦୂର ରେ ୧୧ କେଭିର ବିଦ୍ୟୁତ ତାର ଯାଇଛି। ସେଠାରୁ ଶିକାରୀମାନେ ବିଦ୍ୟୁତ ତାର ଲଗାଇ ଜନ୍ତୁ ଶିକାର କରୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ହାତୀର ମୃତ୍ୟୁ ପରେ ସେଠାରେ ବିଛାଯାଇଥିବା ବିଦ୍ୟୁତ ତାରକୁ ଶିକାରୀମାନେ ନେଇଯାଇଥିବା ଅନୁମାନ କରାଯାଉଛି। ବିଦ୍ୟୁତ ସଂସ୍ପର୍ଶରେ ଆସବା ପରେ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଯାଇ ମୁହଁ ମାଡ଼ି ପଡ଼ି ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି। ଭବାନୀପାଟନା ସର୍କଲର ଆରସିସିଏଫ ସନ୍ତୋଷ ଯୋଶୀ ଘଟଣାସ୍ଥଳକୁ ଆସି ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ସହିତ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା। ସୋମବାର ସନ୍ଧ୍ୟା ହୋଇଯାଇବାରୁ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପାରି ନାହିଁ। ମଙ୍ଗଳବାର ଭୁବନେଶ୍ୱରରୁ ଏକ ବୈଷୟିକ ଦଳ ଓ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଆସି ସ୍ଥିତି ନିରୀକ୍ଷଣ କରିବା ସହିତ ହାତୀର ମୃତଦେହ ଓ ମୃତ୍ୟୁର କାରଣ ବିଷୟରେ ତଦନ୍ତ କରିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି।

ବୀରମହାରାଜପୁର ରେଞ୍ଜ ଉପାନ୍ତ ଏହି ଅଞ୍ଚଳରେ ଅଧିକାଂଶ ସମୟରେ ଜନ୍ତୁ ଶିକାର ହୋଇଥାଏ। ଜନ୍ତୁ ଶିକାରୀ ମାନେ ବେଆଇନ ଭାବେ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ଜନ୍ତୁ ଶିକାର କରିଥାନ୍ତି। ଏହି ଅଞ୍ଚଳରୁ ଜନ୍ତୁ ମାଂସ କୁ ବିଭିନ୍ନ ଅଞ୍ଚଳକୁ ପଠାଯାଉ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ପୂର୍ବରୁ ଏହି ଅଞ୍ଚଳର ସୀମାରେ ଥିବା ସୁନାପାଲି ଜଙ୍ଗଲରେ ମଧ୍ୟ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ପରେ ସେହି ହାତୀର ଦାନ୍ତକୁ କାଟି ମାଫିଆମାନେ ଲୁଟ କରିନେଇଥିବା ନଜିର ରହିଛି।

ଦନ୍ତା ହାତୀର ମୃତ୍ୟୁକୁ ନେଇ ସୁବର୍ଣ୍ଣପୁର ବାନଖଣ୍ଡ ଅଧିକାରୀ ମଦନଲାଲ ଶର୍ମାଙ୍କୁ ପଚାରିବାରୁ ଦନ୍ତାର ମୃତ୍ୟୁର କାରଣ ଅସ୍ପଷ୍ଟ ବୋଲି କହିଛନ୍ତି। ତେବେ ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି। ଘଟଣାସ୍ଥଳରେ ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ଏସିଏଫ ତଥା ଅତିରିକ୍ତ ରେଞ୍ଜ ଅଧିକାରୀ ଦାୟିତ୍ୱରେ ଥିବା ଅବିନାଶ ବରିହା, ଏସିଏଫ ଗିରିଧାରୀ ନାଗ, ଉଲୁଣ୍ଡା ରେଞ୍ଜଅଧିକାରୀ ଦେବରାଜ ଛତ୍ରିଆ, ବୀରମହାରାଜପୁର ଡେପୁଟି ରେଞ୍ଜର ଜଗବନ୍ଧୁ ବାରିକ, ହାତିଲିମୁଣ୍ଡା ବନପାଳ ଶଙ୍କର ବାଘ, ଯାଲୋଏ ବନପାଳ ପ୍ରଦୀପ କୁମାର ଜେନାଙ୍କ ସମେତ ବନବିଭାଗ କର୍ମଚାରୀ , ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧିକାରୀ ବିଭୁନ୍ଦ୍ର ବରାଳ ଙ୍କ ସହ ପୋଲିସ ଟିମ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଚାଲିଗଲେ ‘ଗଛର ମଣିଷ’ ବିଶୁ ଭାଇ: କଥା ହେଉ ହେଉ ଟଳିପଡ଼ିଲେ, ଗଞ୍ଜାମ ସହରରେ ଶୋକର ଛାୟା

ଗଞ୍ଜାମ (ବିଦ୍ୟାଧର ସାହୁ): ଏମିତି ବି ଆସେ ମୃତ୍ୟୁ! ନିଜ ଦାଣ୍ଡ ପିଣ୍ଡାରେ ବସି ଗଛ ଲଗାଇବା ଓ ଅଞ୍ଚଳର ଉନ୍ନତି ପାଇଁ ଚର୍ଚ୍ଚା କରୁଥିବା ବେଳେ…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri