କବରରେ ୨୧୫ ପିଲାଙ୍କ ଦେହାବଶେଷ

ଅଟାଓ୍ବା, ୩୦ା୫ :ଆଦିବାସୀଙ୍କ ଭାଷା, କଳା ସଂସ୍କୃତିକୁ ଧ୍ୱଂସ ଓ ସେମାନଙ୍କୁ ବିଲୁପ୍ତ କରିଦେବାକୁ ଚକ୍ରାନ୍ତ ହେଉଥିଲା। ଆଦିବାସୀ ପିଲାଙ୍କୁ ସେମାନଙ୍କ ଘରୁ ଜୋରଜବରଦସ୍ତ ନିଆଯାଇ ରେସିଡେନ୍ସିଆଲ ସ୍କୁଲରେ ଭର୍ତ୍ତି କରାଯାଉଥିଲା। ଛୋଟ ପିଲାମାନଙ୍କୁ ଶାରୀରିକ ନିର୍ଯାତନା ଏପରି କି ବଳାତ୍କାର ମଧ୍ୟ କରାଯାଉଥିଲା। କେତେକ ଚର୍ଚ୍ଚ ଦ୍ୱାରା ପରିଚାଳିତ ହେଉଥିବା ରେସିଡେନ୍ସିଆଲ ସ୍କୁଲରେ ଚାଲିଥିଲା ‘କଲ୍‌ଚରାଲ ଜେନୋସାଇଡ୍‌’ ବା ‘ସାଂସ୍କୃତିକ ନରସଂହାର’। ଏକ ସ୍କୁଲ ପରିସରରେ ବିଶାଳ କବରରୁ ୨୧୫ ଆଦିବାସୀ ପିଲାଙ୍କ ଦେହାବଶେଷ ମିଳିବା ପରେ କାନାଡାର ସେହି କଳଙ୍କିତ ଇତିହାସ ପୁଣି ସାମ୍‌ନାକୁ ଆସିଛି।
କାନାଡାର ଏକ ରେସିଡେନ୍ସିଆଲ ବା ଆବାସିକ ସ୍କୁଲ ପରିସରରୁ ୨୧୫ ପିଲାଙ୍କ ଦେହାବଶେଷ ମିଳିଛି। ସେମାନଙ୍କ ମଧ୍ୟରୁ ମୃତ୍ୟୁବେଳେ କେତେଜଣଙ୍କ ବୟସ ମାତ୍ର ୩ ବର୍ଷ ହୋଇଥିଲା। ଟେମ୍‌ଲୁପ୍ସ ସି କ୍ୱେପେମସି ଫାଷ୍ଟ ନେଶନର ମୁଖ୍ୟ ଏହି କବର ଠାବ ହୋଇଥିବା ନେଇ ଗୁରୁବାର ଘୋଷଣା କରିଥିଲେ। ଭୂମି ଭେଦକ ବା ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌ ସ୍ପେଶିଆଲିଷ୍ଟ୍‌ ଟିମ୍‌ କବରକୁ ଖୋଜି ପାଇଥିବା ଫାଷ୍ଟ ନେଶନ ପକ୍ଷରୁ କୁହାଯାଇଛି। ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ବୋଲି ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଶୁକ୍ରବାର ଟୁଇଟ୍‌ କରିଛନ୍ତି। ଦେଶର କଳା ଇତିହାସ ଏବଂ ଏଭଳି ଲଜ୍ଜାଜନକ ଘଟଣା ମନେପଡ଼ିଲେ କଷ୍ଟ ହୁଏ ବୋଲି ଟ୍ରୁଡୋ କହିଛନ୍ତି। ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହ ସରକାର ଅଛନ୍ତି ବୋଲି ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି। ମୃତ ପିଲାମାନେ ବ୍ରିଟିଶ କଲମ୍ବିଆରେ ଥିବା କମ୍‌ଲୁପ୍ସ ଇଣ୍ଡିଆନ ରେସଡେନ୍ସିଆଲ ସ୍କୁଲରେ ରହୁଥିଲେ। ୧୯୭୮ ମସିହାରେ ବିଦ୍ୟାଳୟଟି ବନ୍ଦ ହୋଇଯାଇଥିଲା।
କାନାଡାରେ ୧୮୬୩ରୁ ୧୯୯୮ ପର୍ଯ୍ୟନ୍ତ ରେସିଡେନ୍ସିଆଲ ସ୍କୁଲ ବ୍ୟବସ୍ଥା ପ୍ରଚଳନ ଥିଲା। ଏହା କେତେକ ଚର୍ଚ୍ଚ ଦ୍ୱାରା ପରିଚାଳିତ ହେଉଥିଲା। ପ୍ରାୟ ଦେଢ଼ ଲକ୍ଷ ପିଲାଙ୍କୁ ସେମାନଙ୍କ ଘରୁ ନିଆଯାଇ ଏହି ସ୍କୁଲରେ ରଖାଯାଇଥିଲା। ସେହି ପିଲାମାନଙ୍କୁ ସେମାନଙ୍କ ନିଜ ଭାଷା, ସଂସ୍କୃତିଠାରୁ ଦୂରରେ ରହିବାକୁ ବାଧ୍ୟ କରାଯାଉଥିଲା। ଅନେକଙ୍କୁ ଶାରୀରିକ ନିର୍ଯାତନା ଏପରିକି ଛୋଟ ପିଲାଙ୍କୁ ବଳାତ୍କାର ମଧ୍ୟ କରାଯାଉଥିଲା। ଏହି ବ୍ୟବସ୍ଥାର ପ୍ରଭାବ ଯାଞ୍ଚ ପାଇଁ ୨୦୦୮ରେ ଦି ଟ୍ରୁଥ୍‌ ଆଣ୍ଡ ରିକନ୍‌ସିଲିଏସନ୍‌ କମିଶନ (ଟିଆର୍‌ସି) କାନାଡାରେ ଗଠନ ହୋଇଥିଲା।
୨୦୧୫ରେ ଟିଆର୍‌ସି ଏହାର ରିପୋର୍ଟ ପ୍ରଦାନ କରିଥିଲା। ଏହି ରିପୋର୍ଟରେ ପ୍ରାୟ ଦେଢ଼ ଲକ୍ଷ ଆଦିବାସୀଙ୍କ ଯନ୍ତ୍ରଣାମୟ ଜୀବନ ବଖାଣିଥିଲା। ଖ୍ରୀଷ୍ଟିଆନ ଚର୍ଚ୍ଚ ଦ୍ୱାରା ପରିଚାଳିତ ରେସିଡେନ୍ସିଆଲ ସ୍କୁଲଗୁଡ଼ିକରେ ଥିବା ପିଲାଙ୍କ ମଧ୍ୟରୁ ଅନେକ ସେମାନଙ୍କ ଘରକୁ ଫେରି ନ ଥିବା ଟିଆର୍‌ସି କହିଥିଲା। ଅନେକ ପିଲାଙ୍କୁ ବଳାତ୍କାର କରାଯାଇଥିବା, ଭୋକରେ ରଖାଯିବା ସହ ସେମାନଙ୍କ ଉପରେ ଅତ୍ୟାଚାର ସହ ଅନେକଙ୍କୁ ହତ୍ୟା କରାଯାଇଥିଲା। ସ୍କୁଲରେ ଥିବାବେଳେ ହିଁ ପ୍ରାୟ ୪,୧୦୦ ପିଲାଙ୍କ ମୃତ୍ୟୁ ଘଟିଥିଲା ବୋଲି ଟିଆର୍‌ସି କହିଥିଲା। ମୃତ୍ୟୁ ପରେ ପିଲାଙ୍କୁ ସେଠାରେ ପୋତି ଦିଆଯାଉଥିଲା। ଆବାସିକ ସ୍କୁଲ ବ୍ୟବସ୍ଥାକୁ ‘କଲଚରାଲ ଜିନୋସାଇଡ୍‌’ ବା ‘ସାଂସ୍କୃତିକ ନରସଂହାର’ ବୋଲି ଏହି କମିଶନ ନାମିତ କରିଥିଲା। ଗୋଟିଏ ଗୋଷ୍ଠୀକୁ ଏକ କରି ରଖୁଥିବା କାର୍ଯ୍ୟକଳାପ ତଥା ଭାଷା, ସଂସ୍କୃତିକୁ ଏହି ବ୍ୟବସ୍ଥାରେ ନଷ୍ଟ କରାଯିବାକୁ ଉଦ୍ୟମ ହେଉଥିଲା। ଏପରି ସ୍କୁଲ ବ୍ୟବସ୍ଥାକୁ ନେଇ ୨୦୦୮ରେ କାନାଡା ସରକାର ସାଧାରଣରେ କ୍ଷମା ମଧ୍ୟ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରୋନ’କୁ ନେଇ ଚେତାବନୀ ଦେଲା ଡବ୍ଲୁଏଚଓ

ଜେନେଭା,୨୭ ।୧୧: ବେଳକୁ ବେଳ ରୂପ ବଦଳାଉଛି କରୋନା ଭାଇରସ । ଏବେ ଏହାର ନୂଆ ସ୍ୱରୂପ ବା ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି...

୧୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

କଲମ୍ବୋ,୧୩।୨: ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ବେଆଇନ ଭାବେ ମାଛ ଧରିବା ପାଇଁ ୨ ଡଙ୍ଗା ମଧ୍ୟ ଜବତ କରିଛି।...

ବିଶ୍ୱର ୧୦% ଲୋକ ହୋଇପାରନ୍ତି ସଂକ୍ରମିତ

ଜେନିଭା,୬।୧୦: ମହାମାରୀ କରୋନା ବୋଲ ମାନୁନି। ସଂକ୍ରମିତଙ୍କ ସଂଖ୍ୟା ବଢ଼ାଇବା ସହ ନିରୀହ ଲୋକଙ୍କ ଜୀବନ ନେଉଛି। ବିିଶ୍ୱର ପ୍ରାୟ ୧୦% ଲୋକ ଏହା ଦ୍ୱାରା...

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣରେ ୨୪୦ ସାଧାରଣ ନାଗରିକ ମୃତ: ମିଳିତ ଜାତିସଂଘ

କ୍ୱିଭ୍‌,୨୭।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଚତୁର୍ଥ ଦିନ ପାଇଁ ରୁଷିଆ ଲଗାତର ଭାବରେ ୟୁକ୍ରେନ ଉପରେ ରକେଟ ସାଙ୍ଗକୁ ଗୁଳି...

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୦।୪: ୟୁଏଇର ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ବାମୀନାରାୟଣ ସଂସ୍ଥାର ମହନ୍ତ ସ୍ବାମୀ...

‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଫଳପ୍ରଦ ହୋଇ ନ ପାରେ’

ବେଜିଂ, ୧୭।୪: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ଉପାଦେୟ ଔଷଧ ବୋଲି ଭାରତ ସମେତ ଅନେକ ରାଷ୍ଟ୍ର ଏହାର ବ୍ୟବହାର...

ହିନ୍ଦ ମହାସାଗରରେ ଚାଇନାର ଅଣ୍ଡରୱାଟର ଡ୍ରୋନ୍‌!

ନ୍ୟୁଜର୍ସି,୩୧ ।୧୨: ହିନ୍ଦ ମହାସାଗରରେ ଚାଇନା, ପାଣି ଭିତରେ ଡ୍ରୋନ୍ ସଜାଇ ରଖିଥିବା ଜଣାପଡିଛି । ଯାହା ମାସ ମାସ ଧରି କାମ କରିବ ।...

ଥରିଲା ଆଲବାନିଆ: ବହୁ କୋଠା ଧରାଶାୟୀ

ଟିରାନା,୨୬।୧୧: ଆଲବାନିଆରେ ବୁଧବାର ଭୟଙ୍କର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ବୋଲି ଆମେରିକା ଜିଓଲୋଜିକାଲ୍‌ ସର୍ଭେ ପକ୍ଷରୁ ସୂଚନା...

Advertisement
Archives

Model This Week