‘ତିନି ବର୍ଷ ଧରି ଡିପ୍ରେସନରେ ଥିଲି’

ବମ୍ବେ: ଅଭିନେତାଙ୍କ ପୁଅ ହେବା ସତ୍ତ୍ୱେ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ ନୁହେଁ। କାରଣ ପିତାଙ୍କୁ ନେଇ ଦର୍ଶକମାନେ ତୁମକୁ ପ୍ରତିକ୍ଷଣ ତର୍ଜମା କରିଥାନ୍ତି। ଦିନକୁ ଦିନ ସମୟ ବିତିବା ସହ କାମ ମିଳିବା ବନ୍ଦ ହୋଇଯାଥାଏ। ଫଳରେ ମାନସିକ ଚାପ ବୃଦ୍ଧି ପାଇଥାଏ। କିଛି ଏଭଳି ଘଟିଛି ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲଙ୍କ କ୍ଷେତ୍ରରେ।

ଜି-୫ରେ ରିଲିଜ ହୋଇଛି ଓ୍ବେବ୍‌ ସିରିଜ୍‌ ‘ଲଭ୍‌ ହଷ୍ଟେଲ’। ଏଥିରେ ବବି ନଜର ଆସୁଛନ୍ତି। ସିରିଜ୍‌କୁ ନେଇ ଏକ ସାକ୍ଷାତକାରରେ ସେ ଡିପ୍ରେସନ୍‌କୁ ନେଇ ଜୀବନର କିଛି ଘଟଣାବଳି ଉପରୁ ପରଦା ଉଠାଇଛନ୍ତି। ବବି କହିଛନ୍ତି, ୨୦୧୮ରେ ‘ରେସ-୩’ ଏବଂ ‘ହାଉସ୍‌ଫୁଲ-୪’ରେ ବଲିଉଡ୍‌କୁ ଫେରିବାକୁ ଚାହିଁଥିଲି। ହେଲେ ଉଭୟ ଫ୍ଲପ୍‌ ହୋଇଥିଲା। ପରେ ତିନି ବର୍ଷ ଧରି ମୁଁ ଡିପ୍ରେସନରେ ଥିଲି। ହେଲେ ସେହି ସମୟରେ ମୁଁ ନିଜର କ୍ଷମତା ଜାଣିଥିଲି। ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ କେବଳ ଜଣେ ମୋତେ ସହାୟତା କରିଥିଲେ। ସେ ହେଉଛି ମୁଁ। କାରଣ ଜଣଙ୍କ ପରିବାର କେବଳ ଏହି ସମୟରେ ପାଖରେ ଛିଡ଼ା ହୋଇପାରିବେ। ହେଲେ କାମ ଦେଇପାରିବେ ନାହିଁ। ଏଭଳି ସ୍ଥିତିରେ ନିଜ ଉପରେ ପୁଣିଥରେ ଭରସା କରିଥିଲି। ଯେତେବେଳେ କ୍ୟାରିୟର ଆରମ୍ଭ କରିଥିଲି ସେତେବେଳେ ଲୋକମାନେ ମୋତେ ସ୍କ୍ରିନ୍‌ରେ ଦେଖିବାକୁ ପସନ୍ଦ କରିଥିଲେ। ଏଥିଯୋଗୁ ମୋତେ କାମ ମିଳୁଥିଲା। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମରେ କାମ କରିଥିଲି, ହେଲେ ଭୁଲ ଫିଲ୍ମ ଚୟନ କରିଥିଲି। ଏଣୁ ପରେ ଫିଲ୍ମ ମିଳି ନ ଥିଲା। ଦେଖିବାକୁ ଗଲେ ଜୀବନରେ ଅନେକ ସୁଖଦୁଃଖ ଦେଖିଛି। ମୋର ଏଭଳି ଅବସ୍ଥା ପରିବାରଲୋକେ ଦେଖିପାରୁ ନ ଥିଲେ। ସବୁ ଦେଖିବା ପରେ ପୁଣିଥରେ ଛିଡ଼ା ହୋଇ ନିଜକୁ ପ୍ରସ୍ତୁତ କରିବାକୁ ହେବ ବୋଲି ଭାବିଥିଲି। ପ୍ରଶଂସକମାନେ ମୋତେ ପରଦାରେ ଦେଖିବାକୁ ଚାହୁଁଛନ୍ତି ଚିନ୍ତା କରିଥିଲି। ତାହା ହିଁ ହୋଇଛି। ମୁଁ ଓ୍ବେବ୍‌ ସିରିଜ୍‌ ଜରିଆରେ ଫେରିଛି। ଏବେ ଲୋକେ ମୋ କାମର ପ୍ରଶଂସା କରୁଥିବା ଦେଖି ଖୁସି ଲାଗୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଏମିତି ନାଁ ଦେଲେ ବିପାଶା

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନଙ୍କ ଠାରୁ ଏବେ ଖାଲି ଖୁସି ଖବର ମିଳିବାରେ ଲାଗିଛି। କିଛିଦିନ ପୂର୍ବରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏକ କନ୍ୟାସନ୍ତାନର...

ଚର୍ମ ରୋଗରେ ପୀଡ଼ିତ ୟାମି

ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଚର୍ମ ରୋଗରେ ପୀଡ଼ିତ । ଏକତା ସେ ନିଜେ ଜଣାଇଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ପୋଷ୍ଟ...

ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି

ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି-ଥରେ ମନେପକାନ୍ତୁ ନା ଅତୀତର ଏହି ଲୋକପ୍ରିୟ ଗୀତକୁ। ପ୍ରଶାନ୍ତ ନନ୍ଦ ଏବଂ ମହାଶ୍ୱେତା ରାୟଙ୍କ ଉପରେ...

ବାଇକ୍‌ ଚଲାଇବା ଯୋଗୁ ସିନେମାରେ କାମ ପାଇଥିଲି

ଯେତେ ବି ଅନୁଭୂତି ଥାଉ, ପ୍ରଥମ ଥର କ୍ୟାମେରା ସମ୍ମୁଖୀନ କରିବାର ଅନୁଭୂତି ଚିରସ୍ମରଣୀୟ।ମଡେଲିଂ କରୁଥିବା ଯୋଗୁ ମୋତେ ସିନେମାରେ ପ୍ରବେଶ କରିବା ସହଜ ହୋଇଥିଲା।...

ଚଳଚ୍ଚିତ୍ର ନିର୍ମାତା କରିମ ମୋରାନିଙ୍କୁ ଇଡିର ସମନ

ମୁମ୍ବାଇ,୨୪।୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କୁ ସମନ ପଠାଇଛି।...

ବର୍ଷ ଶେଷରେ ବିବାଦରେ କପିଲ ଶର୍ମା ଶୋ’

ମୁମ୍ବାଇ: ଟେଲିଭିଜନ ରିୟଲିଟି ଶୋ’ ‘ଦ କପିଲ ଶର୍ମା ଶୋ’ ହାଇଏଷ୍ଟ ଟିଆର୍‌ ପିକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ଥରେ ବିବାଦକୁ...

ନିକ୍‌ଙ୍କ ସହ କର୍‌ଓ୍ବାଚୌଥ୍‌ ପାଳନର ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ କର୍‌ଓ୍ବାଚୌଥ ଫଟୋ ଶେୟାର କରିଛନ୍ତି। ଗୁରୁବାର ପ୍ରିୟଙ୍କା କର୍‌ଓ୍ବାଚୌଥ୍‌ ସ୍ବାମୀ ନିକ୍‌ଙ୍କ ସହ ପାଳନ କରିଥିଲେ। ତେବେ...

ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’

ଆସନ୍ତା ବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ଏସ୍‌ଏସ୍‌ ରାଜମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ। ଅରିଜିନାଲ ସଙ୍ଗ୍‌ କାଟାଗୋରିରେ ଏହାକୁ ମନୋନୀତ...

Advertisement
Archives

Model This Week