ଘାଟକୂଳରେ ପଡ଼ିରହିଛି ବୋଟ୍‌ ଆମ୍ବୁଲାନ୍ସ: କାନ୍ଧରେ ବୁହାହୋଇ ବୋଟ୍‌କୁ ଯାଉଛନ୍ତି ରୋଗୀ

ମହାକାଳପଡ଼ା, ୯ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ନଦୀନାଳ ଘେରା ବତିଘର ପଞ୍ଚାୟତରେ ୧୨ ହଜାର ଲୋକଙ୍କ ସ୍ବାସ୍ଥ୍ୟସେବା ଯୋଗାଇଦେବା ଅପହଞ୍ଚ ପାଲଟିଛି। ଏହି ଅଞ୍ଚଳକୁ ସଡ଼କ ପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ରୋଗୀମାନେ ବାଧ୍ୟହୋଇ ନଦୀ ପାର ହୋଇ ପାରାଦୀପ, ମହାକାଳପଡ଼ା ଓ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ଏହି ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮-୧୯ଠାରୁ ଏକ ସ୍ବତନ୍ତ୍ର ବୋଟ୍‌ ଆମ୍ବୁଲାନ୍ସ ଯୋଗାଇ ଦେଉଛନ୍ତି। ଅଧିକ ଚିକିତ୍ସା ପାଇଁ ରୋଗୀମାନେ ବୋଟ୍‌ ଆମ୍ବୁଲାନ୍ସରେ ପାରାଦୀପ, ରାମନଗର, ମହାକାଳପଡ଼ାକୁ ଯାତାୟାତ କରିଥାନ୍ତି। ହେଲେ ସମୁଦ୍ର ଜୁଆର ପତ୍ତନ ପାଣି ମାଡ଼ିଲେ ଘାଟ କୂଳକୁ ଯାତାୟାତ ପ୍ରଭାବିତ ହେଉଛି। ଅପରପକ୍ଷରେ ଉତ୍ତର ଖୋଳା ନଦୀ ଆମ୍ବୁଲାନ୍ସ ଘାଟ କୂଳରେ ଆମ୍ବୁଲାନ୍ସ ରହୁଛି। ଫଳରେ ରୋଗୀମାନେ ଚିକିତ୍ସା ପାଇଁ ରାତି ହେଉ କି ଦିନରେ ଏହି ଘାଟକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
୩ ଦିନ ପୂର୍ବେ ଜଣେ ଗୁରୁତର ଅବସ୍ଥାରେ ରୋଗୀଙ୍କୁ ବୋଟ୍‌ ଆମ୍ବୁଲାନ୍ସ ଯୋଗେ ନେବାକୁ ଘାଟ କୂଳକୁ ପରିବାର ଲୋକେ ନେଇଥିଲେ। ହେଲେ ଠିକାଦାର ଘାଟ କୂଳରେ ବାଲି,ଗୋଡ଼ି, ପଥର, ମୋରମ ଜମା କରିଥିବାରୁ ପରିବାର ଲୋକେ ରୋଗୀଙ୍କୁ ବାଧ୍ୟ ହୋଇ କାନ୍ଧ ଭାରରେ ବୋଟ୍‌ ଆମ୍ବୁଲାନ୍ସ ନେଇଥିବା ଦେଖିବକୁ ମିଳିଛି। ବତିଘର ପଞ୍ଚାୟତରେ ବିଭିନ୍ନ ସ୍ଥାନରେ କୋଠାବାଡ଼ି, ଘେରି ନଦୀବନ୍ଧ ନିର୍ମାଣ କାର୍ଯ୍ୟ ହେଉଥିବାରୁ ଠିକାଦାରମାନେ ଏହି ଆମ୍ବୁଲାନ୍ସ ଘାଟକୂଳରେ ସାମଗ୍ରୀ ରଖିଥିବା କୁହାଯାଇଛି। ତୁରନ୍ତ ଏହି ଘାଟକୂଳରୁ ସାମଗ୍ରୀଗୁଡିକୁ ହଟାଇବାକୁ ସ୍ଥାନୀୟ ଲୋକାମାନେ ଦାବି କରିଛନ୍ତି। ନଚେତ୍‌ ଜିଲା ପ୍ରଶାସନ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋରଞ୍ଜନ ରାଉତଙ୍କୁ ପଚାରିବାରେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର୍‌ ଆୟାରଙ୍କୁ ପଚାରିବାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri