ଦୃଷ୍ଟିବାଧିତ ଶିକ୍ଷାର୍ଥୀଙ୍କ ଗହଣରେ ଦୀପାବଳି ପାଳିଲା ବିଏମ୍‌ସି

ଭୁବନେଶ୍ୱର, ୨୩।୧୦ (ବ୍ୟୁରୋ): ସନ୍ଥ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ବିଏମ୍‌ସି ପକ୍ଷରୁ ଶନିବାର ପାଳନ ହୋଇଛି ଦୀପାବଳି ପର୍ବ। ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର ମଞ୍ଜୁଲତା କଅଁର, କମିଶନର ବିଜୟ ଅମୃତା କୁଲାଙ୍ଗେ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ମିତା ବିଶ୍ୱାଳ, ବିଏମ୍‌ସିର କର୍ପୋରେଟରଙ୍କ ଉପସ୍ଥିତିରେ ଏହି ଉସତ୍ବ ପାଳନ ହୋଇଥିଲା। ୨ବର୍ଷ ପରେ ବିନା କଟକଣାରେ ପର୍ବ ପାଳନ ହେବାକୁ ଯାଉଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ରହିଛି। ଅପରପକ୍ଷେ ବିଦ୍ୟାଳୟରେ ଥିବା ଏହି ସ୍ବତନ୍ତ୍ର ବର୍ଗର ଶିକ୍ଷାର୍ଥୀମାନେ କିପରି ସମାନ ଆନନ୍ଦ ଉପଭୋଗ କରିବେ ସେଥିପାଇଁ ବିଏମ୍‌ସି ପକ୍ଷରୁ ପ୍ରୟାସ କରାଯାଇଥିଲା।
ସହର ତଥା ରାଜ୍ୟରେ ସମସ୍ତେ ଏହି ମନୋବୃତ୍ତି ଆପଣେଇ ସହଭାଗିତା ଏବଂ ଅନ୍ତର୍ଭୁକ୍ତିକରଣକୁ ଗୁରୁତ୍ୱ ଦିଅନ୍ତୁ ବୋଲି ମେୟର କହିଥିଲେ। ଏଥିସହ ଅନୁଷ୍ଠାନର ଶିକ୍ଷାର୍ଥୀଙ୍କୁ ସହରର ସ୍ବଚ୍ଛତା ସମ୍ପର୍କିତ ଶିକ୍ଷା ସୂଚନା ଦେଇ ସେମାନଙ୍କୁ ସ୍ବଚ୍ଛ ଭୁବନେଶ୍ୱରର ଅନ୍ୟତମ ସାରଥି ଭାବେ ପରିଗଣିତ କରାଯିବ, ଯାହା ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିବ ବୋଲି ମେୟର ସୂଚନା ଦେଇଥିଲେ। ସେହିପରି ସମାଜର ବିଭିନ୍ନ ବର୍ଗଙ୍କୁ ସାମିଲ୍‌ କରାଯାଇ ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଥିବା କମିଶନର ବିଜୟ ଅମୃତା କୁଲାଙ୍ଗେ କହିଥିଲେ। ଏଥିସହ ସ୍ବତନ୍ତ୍ର ବର୍ଗଙ୍କ ପାଇଁ ପାର୍କରେ ଖେଳିବା ଏବଂ ଜାଣିବାର ସୁବିଧା ମଧ୍ୟ କରାଯାଇଛି। ଟିମ୍‌ ବିଏମ୍‌ସିର ଏହି ପଦକ୍ଷେପ ସହରର ଅନ୍ୟମାନଙ୍କୁ ପ୍ରଭାବିତ କରିବ ଏବଂ ଅନ୍ତର୍ଭୁକ୍ତିକରଣ ବିକାଶର ସ୍ବାଦ ସମସ୍ତଙ୍କୁ ଜଣାପଡିବ ବୋଲି କମିଶନର କହିଥିଲେ। ଆୟୋଜନରେ ଯୋଗଦେଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ବିଧାୟକ ଜେନା ଉଦ୍‌ବୋଧନ ଦେଇଥିଲେ।
ଶବ୍ଦରହିତ ବାଣ ଫୁଟାଇବା, ଗୀତ ଗାଇବା, ଅନ୍ତେବାସୀ ଶିକ୍ଷାର୍ଥୀଙ୍କ ସହିତ କଥାବାର୍ତ୍ତା ହେବାରେ କର୍ପୋରେଟରମାନେ ମଜ୍ଜି ରହିଥିଲେ। ଶେଷରେ ସାନିଟେଶନ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍‌ ବିରଞ୍ଚତ୍ ନାରାୟଣ ମହାସୂପକାର ଅନ୍ୟ କର୍ପୋରେଟରଙ୍କ ସହ ମିଶି ବିଦ୍ୟାଳୟ ହତାରେ ପଡ଼ିଥିବା ପୋଡ଼ା ବାଣର ବର୍ଜ୍ୟ ନିଷ୍କାସନ କରି ସେହି ସ୍ଥାନ ପରିଷ୍କାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri