ନୀଳପଥର ଚୋରି ବୃଦ୍ଧି ପାଉଛି

କାଳିଆପାଣି,୧୧ା୭(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ କ୍ରୋମାଇଟ ବ୍ୟତୀତ ଏକ ମୂଲ୍ୟବାନ ନୀଳପଥର ବହୁଳ ମାତ୍ରାରେ ମିଳୁଛି। ହେଲେ ତାହାର ଗୁରୁତ୍ୱକୁ ସରକାର ଅଣଦେଖା କରୁଛନ୍ତି। ଏଥିସହିତ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁ ଧୀରେଧୀରେ ଏହାର ଚୋରା କାରବାର ବୃଦ୍ଧି ପାଉଛି। ବ୍ଲକ୍‌ ଅଧୀନ କଅଁସ ପଞ୍ଚାୟତର ଟିକରପଡ଼ା ଗଁା ନିକଟ ଦୈତାରୀ ସଂରକ୍ଷିତ ପାହାଡ଼ରେ ନୀଳ ଓ ଧୁସର ପଥର ବହୁଳ ଭାବେ ମିଳୁଛି। ୭ ବର୍ଷ ପୂର୍ବରୁ ଏହା ଚୋରାଚାଲାଣ ହେଉଥିବା ପ୍ରଥମେ ନଜରକୁ ଆସିଥିଲା। ଟିକରପଡ଼ା ଗାଁ ପାହାଡ଼ ପର୍ବତ ଘେରା ହୋଇ ରହିଥିବାରୁ ବାହାର ଦୁନିଆଁ ସହ ସମ୍ପର୍କ ନ ଥିଲା। ଏହାର ସୁଯୋଗରେ ସ୍ଥାନୀୟ ଲୋକଙ୍କ ଦ୍ବାରା ମୂଲ୍ୟବାନ ପଥର ସଂଗ୍ରହ କରାଯାଇ ତାହାକୁ ସିମେଣ୍ଟ୍‌ ବସ୍ତାରେ ଭର୍ତ୍ତି କରି ରାଜସ୍ଥାନକୁ ଚାଲାଣ ହେଉଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍କାଳୀନ କାଳିଆପାଣି ଥାନା ଅଧିକାରୀ ଯୁବରାଜ ସ୍ବାଇଁ ରାଜସ୍ଥାନ ଯାଇ ଚୋରା ନୀଳପଥର ଜବତ କରିବା ସହ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ସେ ସମୟରେ ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଥିବାରୁ ଏକ ପ୍ରକାର କୋକୁଆ ସୃଷ୍ଟି ହୋଇଥିଲା। ଏହାର ସୁଯୋଗ ନେଇ ଚୋରାଚାଲାଣକାରୀ ବେଧଡ଼କଭାବେ କାରବାର କରୁଥିଲେ। ପୋଲିସର ଚଢ଼ାଉ ପରେ ସେ ସମୟରେ ଚୋରାଚାଲାଣ ବନ୍ଦ ହୋଇଯାଇଥିଲା। ମାତ୍ର କିଛିଦିନ ପରେ ପୋଲିସର କାର୍ଯ୍ୟ ଶିଥିଳତା ପଡ଼ିଥିଲା। ଫଳରେ ମାଫିଆ ପୁଣି ସକ୍ରିୟ ହୋଇ ଉଠିଥିଲେ। ଏବେ ମାଫିଆମାନେ ନୀଳପଥରକୁ ଲୋକଙ୍କ ଦ୍ବାରା ସଂଗ୍ରହ କରି ବିଭିନ୍ନ ଛୋଟ ଗାଡ଼ିରେ ଜଙ୍ଗଲ ରାସ୍ତା ଦେଇ ଢେଙ୍କାନାଳ ଜିଲାକୁ ଚାଲାଣ କରୁଛନ୍ତି। ଆଗ ଅପେକ୍ଷା ଏବେ ମାଫିଆ ଅଧିକ ସକ୍ରିୟ ହୋଇ ସପ୍ତାହରେ ୨/୩ ଟ୍ରିପ ପଥର ନେଉଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଏତେମାତ୍ରାରେ ନୀଳପଥର ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ଲୋକେ ତା’ର ମହତ୍ତ୍ୱ ବିଷୟରେ ଅଜ୍ଞ ଅଛନ୍ତି। ସେଥିପାଇଁ ଏକ ଝୁଡ଼ି ନୀଳପଥରକୁ ସଂଗ୍ରହ କରି ଚୋରା ବେପାରୀଙ୍କୁ ଦେଲେ ସେମାନେ ୫୦ ଟଙ୍କା ମଜୁରୀ ପାଉଛନ୍ତି। ଏଠାରେ ପ୍ରଶ୍ନ ଉଠେ ଟିକରପଡ଼ା ପାହାଡ ସଂଲଗ୍ନରେ କଅଁସ ଫରେଷ୍ଟ ଅଫିସ ରହିଥିବାବେଳେ ଫରେଷ୍ଟର ପ୍ରତିଦିନ ସକାଳୁ ସେ ଅଞ୍ଚଳକୁ ବୁଲିବାକୁ ଯାଉଛନ୍ତି। ହେଲେ ତାଙ୍କ ନଜରକୁ କିପରି ଏ ଘଟଣା ଆସୁନାହିଁ। ଏ ସମ୍ପର୍କରେ କାଳିଆପାଣୀ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କୁ ପଚାରିବାରେ ସେ ଏହା ଉପରେ ନଜର ଦେବେ ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଟମକା ରେଞ୍ଜ ଅଫିସରଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri