ପୁରୀ ବେଳାଭୂମିରେ ଉଡ଼ିଲା ବ୍ଲୁ ଫ୍ଲାଗ୍‌

ପୁରୀ ଅଫିସ, ୨୯।୧୨: ପୁରୀର ସ୍ବର୍ଣ୍ଣିମ ବେଳାଭୂମିକୁ ବିଧିବଦ୍ଧ ଭାବେ ମର୍ଯ୍ୟାଦାଜନକ ବ୍ଲୁ ଫ୍ଲାଗ୍‌ ମାନ୍ୟତା ମିଳିଛି। ଏଥିଲାଗି ପୁରୀ ବେଳାଭୂମି ୩୩ଟି ସର୍ତ୍ତ ପୂରଣ କରିଛି। ଅନ୍ତର୍ଜାତୀୟ ଜୁରି ସଂସ୍ଥା ଡେନ୍‌ମାର୍କର ଫି (ଫାଉଣ୍ଡେଶନ ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଏଜୁକେଶନ) ପକ୍ଷରୁ ଏହି ପ୍ରମାଣନ ମିଳିଥିବା ସୋମବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଦେଢବର୍ଷ ଧରି ଦିଗ୍‌ବାରେଣୀ ଛକଠାରୁ ହୋଟେଲ ମେ’ ଫେୟାର ପର୍ଯ୍ୟନ୍ତ ୮୬୦ ମିଟର ପରିବ୍ୟାପ୍ତ ବେଳାଭୂମି ଅଞ୍ଚଳକୁ ସ୍ବତନ୍ତ୍ର ଭାବେ ସୌନ୍ଦର୍ଯ୍ୟକରଣ ସହ ବିକଶିତ କରାଯାଇଥିଲା। ଫଳସ୍ବରୂପ ପୁରୀ ବେଳାଭୂମି ଏହି ଅନ୍ତର୍ଜାତୀୟ ସଫଳତା ପାଇପାରିଛି।
ଏହି ଉପଲକ୍ଷେ ସୋମବାର ଆୟୋଜିତ କାର୍ଯ୍ୟକ୍ରମକୁ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଭିଡିଓ କନଫରେନ୍ସ ଜରିଆରେ ଉଦ୍‌ଘାଟନ କରିଛନ୍ତି। ସେହିପରି ପୁରୀ ବେଳାଭୂମିରେ ବ୍ଲୁ-ଫ୍ଲାଗ୍‌ ଉତ୍ତୋଳନ ହୋଇଛି। ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ପୁରୀର ସ୍ବର୍ଣ୍ଣିମ ବେଳାଭୂମି ବେଶ୍‌ ଆକର୍ଷଣୀୟ। ଏବେ ଏହି ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ଭାବେ ବିଧିବଦ୍ଧ ଘୋଷଣା ପରେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ପୁରୀ ବ୍ଲୁ-ଫ୍ଲାଗ୍‌ ବିଚ୍‌କୁ ପ୍ରଦୂଷଣମୁକ୍ତ ଓ ସ୍ବଚ୍ଛ ରଖିବା ପାଇଁ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି। ପର୍ଯ୍ୟଟକଙ୍କ ଲାଗି ଏଠାରେ ସମସ୍ତ ସୁବିଧା ରହିଛି। ସ୍ବଚ୍ଛ ଓ ସବୁଜିମା ପରିବେଶ ସାଙ୍ଗକୁ ବସିବା ପାଇଁ ଛତ୍ରୀ, ବାଥିଂଜୋନ୍‌, ଚେଞ୍ଜିଂରୁମ୍‌, ଅତ୍ୟାଧୁନିକ ଶୌଚାଳୟ ସୁବିଧା, ପାନୀୟଜଳ, ପାର୍କିିଂ, ଫାଷ୍ଟଏଡ୍‌, ବ୍ୟାୟାମ ଉପକରଣ, ପିଲାଙ୍କ ପାଇଁ କ୍ରୀଡ଼ା ଉପକରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସ୍ନାନ ନିମନ୍ତେ ପାଣିର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ପରିବେଶଭିତ୍ତିକ ନିର୍ମାଣକୁ ପ୍ରାଥମିକତା ଦିଆଯାଇ ବାଉଁଶର ବ୍ୟାପକ ବ୍ୟବହାର, ୱାଚ୍‌ ଟାୱାର ନିର୍ମାଣ ସହ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ସିସିଟିଭି ଖଞ୍ଜାଯିବା ସହ ଲାଇଫ୍‌ଗାର୍ଡ ତଥା ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପର୍ଯ୍ୟଟକଙ୍କୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଦେବା ଲାଗି ପ୍ରାୟ ସାଢେ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେଣୁ ୟୁଏନ୍‌ଇପି, ୟୁନେସ୍କୋ, ଆଇୟୁସିଏନ୍‌, ୟୁଏନ୍‌ଡବ୍ଲ୍ୟୁଟିଓ, ଏଫ୍‌ଇଇ ଏବଂ ଆଇଏଲ୍‌ଏସ୍‌ ଭଳି ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ଅନୁସନ୍ଧାନ ଦାୟିତ୍ୱରେ ଥିବା ସଂସ୍ଥା ପୁରୀ ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ପ୍ରମାଣନ ଦେଇଛନ୍ତି। ପ୍ରଦୂଷଣ ରୋକିବା କ୍ଷେତ୍ରରେ ୫୦ ବିକଶିତ ରାଷ୍ଟ୍ରର ଉପକୂଳ ବେଳାଭୂମି ତାଲିକାରେ ପୁରୀ ବିଚ୍‌ ୩ୟ ସ୍ଥାନ ହାସଲ କରିଛି। ପୁରୀ ବେଳାଭୂମିରେ ବ୍ଲୁ-ଫ୍ଲାଗ୍‌ ଉତ୍ତୋଳନ ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି କନୱର ବିଶାଲ ସିଂ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲୁ-ଫ୍ଲାଗ୍‌ ବିଚ୍‌କୁ ନେଇ ଗର୍ବାନ୍ବିତ ମନେ କରିବା ସହ ଅଧିକ ମାନ୍ୟତା ଉପରେ ଧ୍ୟାନ ଦିଆଯିବ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ଜାଭେଡକର କହିଥିଲେ। ପରିବେଶ ମନ୍ତ୍ରଣାଳୟର ଯୁଗ୍ମସଚିବ ଜିଗ୍‌ମେତ୍‌ ତକ୍‌ପା ଶେଷ ଅଭିଭାଷଣ ରଖିଥିଲେ। ଉଲ୍ଲେଖଯୋଗ୍ୟ, ଦେଶର ୮ଟି ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ମିଳିଛି। କେରଳ, ଗୁଜରାଟ, ଓଡ଼ିଶା, ଡିଉ, ଆଣ୍ଡାମାନ ଓ ଆନ୍ଧ୍ରପ୍ରଦେଶରୁ ଗୋଟିଏ ଲେଖାଏ ଏବଂ ଦେଶର ଏକମାତ୍ର ରାଜ୍ୟ ଭାବେ କର୍ନାଟକର ୨ଟି ବେଳାଭୂମି ବ୍ଲୁ-ଫ୍ଲାଗ୍‌ ଟ୍ୟାଗ୍‌ ହାସଲ କରିଛି। ଗତ ଅକ୍ଟୋବର ୧୧ରେ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା ମିଳିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri