ସୀମାରେ ରକ୍ତାକ୍ତ ସଂଘର୍ଷ

ବାକୁ/ୟୋରଭାନ୍‌, ୧୪ା୯: ପ୍ରାୟ ୨ ବର୍ଷର ବ୍ୟବଧାନରେ ପୁଣି ଅଶାନ୍ତ ହୋଇପଡ଼ିଛି ଆର୍ମେନିଆ ଓ ଆଜରବୈଜାନ ସୀମା। ନାଗୋର୍ନୋ-କାରାବାଖ୍‌ ବିବାଦୀୟ ଅଞ୍ଚଳକୁ ନେଇ ମୁହାଁମୁହିଁ ହୋଇଛନ୍ତି ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା ଏହି ଦୁଇ ପଡ଼ୋଶୀ। ଆକ୍ରମଣରେ ୪୯ ଆର୍ମେନୀୟ ସୈନ୍ୟ ନିହତ ହୋଇଥିବା ଏହାର ପ୍ରଧାନମନ୍ତ୍ରୀ ନିକୋଲ ପାଶିନ୍‌ୟାନ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ଆର୍ମେନିଆର ଜର୍ମୁକ୍‌, ଗୋରିସ୍‌, କପାନ୍‌ ସମେତ ଅନେକ ସହରକୁ ଆଜରବୈଜାନ ଟାର୍ଗେଟ କରିଛି। ନାଗୋର୍ନୋ-କାରାବାଖ୍‌ର ବର୍ତ୍ତମାନ ସ୍ଥିତି ଉପରେ ବୁଝାମଣା ପାଇଁ ଆର୍ମେନିଆ ରାଜି ନ ହେବାରୁ ଆଜରବୈଜାନ ଆକ୍ରମଣ କରିଥିବା ସେ କହିଛନ୍ତି। ତେବେ ଆଜରବୈଜାନ ଏଥିପାଇଁ ଆର୍ମେନିଆକୁ ଦାୟୀ କରିଛି। ଆର୍ମେନିଆ ପ୍ରଥମେ ଆକ୍ରମଣ କରିବାରୁ ଆଜରବୈଜାନ ଆତ୍ମରକ୍ଷା କରୁଥିବା କହିଛି।
ରୁଷିଆ, ଇରାନ୍‌ ଆଦି ଦେଶ ସମେତ ୟୁରୋପୀୟ ସଂଘ ତୁରନ୍ତ ଅସ୍ତ୍ରବିରତି ପାଇଁ ନିବେଦନ କରିଛନ୍ତି। ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ସଶସ୍ତ୍ର ସଂଘର୍ଷ ଚିନ୍ତାଜନକ। ସାମରିକ ବଳ ଦ୍ୱାରା ବିବାଦର ସମାଧାନ ହୋଇପାରିବ ନାହିଁ ବୋଲି ଆମେରିକା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ଯୁଦ୍ଧବିରତି ବୁଝାମଣା ପାଇଁ ଉଭୟ ପକ୍ଷ ଆଲୋଚନା କରନ୍ତୁ ବୋଲି ଆର୍ମେନିଆର ବନ୍ଧୁ ରାଷ୍ଟ୍ର ରୁଷିଆ କହିଛି। ଦୁଇ ପୂର୍ବ ସୋଭିଏଟ୍‌ ରାଷ୍ଟ୍ର ମଧ୍ୟରେ ବିବାଦ ଦୂର କରିବା ପାଇଁ ମସ୍କୋ ସବୁପ୍ରକାର ଚେଷ୍ଟା କରିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଦୁଇ ଦେଶ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ବାହାର କରିବାକୁ ସୀମାନ୍ତ ଦେଶ ଇରାନ୍‌ ନିବେଦନ କରିଛି। ୟୁରୋପୀୟ ୟୁନିୟନ(ଇୟୁ)ର ବିଦେଶ ନୀତି ମୁଖ୍ୟ ଜୋସେପ୍‌ ବୋରେଲ ପୂର୍ବ ଅସ୍ତ୍ରବିରତି ଚୁକ୍ତିକୁ ଉଭୟ ପକ୍ଷ ସମ୍ମାନ ଜଣାଇ ସଂଘର୍ଷ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ସମାଧାନର ତ୍ୱରିତ ରାସ୍ତା ବାହାର କରିବାକୁ ଏକ ସ୍ବତନ୍ତ୍ର ଇୟୁ ଟିମ୍‌ ସେଠାକୁ ଯାଉଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଆର୍ମେନିଆ ଆଜରବୈଜାନକୁ ଉସୁକାଉଥିବା ତୁର୍କୀ କହିଛି। ଏହା ବଦଳରେ ଆର୍ମେନିଆ ଅସ୍ତ୍ରବିରତି କରିବା ସହ ଶାନ୍ତି ଆଲୋଚନା ପାଇଁ ଆଗକୁ ଆସୁ ବୋଲି ତୁର୍କୀ ବହିର୍ବ୍ୟାପାର ମନ୍ତ୍ରୀ ମେଭ୍‌ଲୁଟ୍‌ କାଭୁସୋଲ୍‌ଗୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri