ରକ୍ତତୀର୍ଥ କୁଦୋପାଲି ସୁରକ୍ଷାରେ ‘ରଣଭୂମି’

ସମ୍ବଲପୁର,୧୫ା୧୧(ବ୍ୟୁରୋ):ସମ୍ବଲପୁର ସହର ଉପକଣ୍ଠରେ ରହିଛି କୁଦୋପାଲି ପାହାଡ଼। ଇଂରେଜ ଓ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଯୁଦ୍ଧର ମୂକସାକ୍ଷୀ ଏହି ଐତିହ୍ୟସ୍ଥଳ ଆଜି ଅବହେଳିତ। ଅବହେଳା ଯୋଗୁ ରକ୍ତତୀର୍ଥ କୁହାଯାଉଥିବା ଏହି ସ୍ଥାନର ପ୍ରାଚୀନ କୀର୍ତ୍ତି, ମନ୍ଦିର, ଗୁମ୍ଫା, ମୂର୍ତ୍ତି ଅସ୍ତିତ୍ୱ ହରାଇବାକୁ ବସିଛି। ଏହାର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ଆଗେଇ ଆସିଛନ୍ତି ଯୁବଗୋଷ୍ଠୀ। ରଣଭୂମି ନାମରେ ଅନୁଷ୍ଠାନ ଗଠନକରି ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାସହ ଏକ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି। ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଯୁବକ, ମହିଳା, ରାଜନେତା ଏହି ଅନୁଷ୍ଠାନରେ ସାମିଲ ହୋଇଛନ୍ତି।
ଅନୁଷ୍ଠାନର କର୍ମକର୍ତ୍ତା ରବିବାର ପାହାଡ଼ ଶୀର୍ଷରୁ ଆରମ୍ଭ କରି ପାଦଦେଶ ପର୍ଯ୍ୟନ୍ତ ରହିଥିବା ଅନାବନା ଗଛଲତା କାଟି ସଫା କରିଥିଲେ। ନିୟମିତ ଭାବେ ଏହି ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମତପ୍ରକାଶ ପାଇଥିଲା। ଏହାସହ ଏହାର ପୁନରୁଦ୍ଧାର କରି ଏକ ପର୍ଯ୍ୟଟନସ୍ଥଳ କରାଯିବାକୁ ସରକାରଙ୍କ ପାଖରେ ଦାବି କରିବାକୁ ସ୍ଥିର କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇ ସ୍ବାଧୀନତା ସଂଗ୍ରାମୀଙ୍କ ବାସଭବନର ପୁନରୁଦ୍ଧାର ଓ ତାଙ୍କ ଜୀବନୀ ବିଷୟରେ ପ୍ରଚାର ପ୍ରସାର କରାଯାଉଛି। ରାଜ୍ୟ ସରକାର ମଧ୍ୟ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି। ସମ୍ବଲପୁରର ଏହି ଐତିହ୍ୟ କୀର୍ତ୍ତିରାଜିର ପୁନରୁଦ୍ଧାର କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଐତିହାସିକ ତଥ୍ୟ ଅନୁସାରେ ପ୍ରାୟ ୧୮୫୭ ଡିସେମ୍ବର ୩୦ରେ ବୀର ସୁରେନ୍ଦ୍ର ସାଏ, ଭାଇ ଛବିଳ ସାଏ ଓ ତାଙ୍କ ସାଥୀ କୁଦୋପାଲିର ଏହି ଦୁର୍ଗ ନିକଟରେ ଥିବା ଗାଁ ପାଖ ଆମ୍ବତୋଟାରେ ବିଶ୍ରାମ ନେଉଥିଲେ। ଭୋର ସମୟରେ ହଠାତ୍‌ ଘୋଡ଼ା ଟାପୁ ଶବ୍ଦ ଶୁଭିଥିଲା। ସୁରେନ୍ଦ୍ର ସାଏ ଓ ସାଥୀମାନେ କୁଦୋପାଲି ଦୁର୍ଗରେ ଥିବାବେଳେ ଶତାଧିକ ଇଂରେଜ ସୈନିକ ଚାରିପଟରୁ ଘେରିଯାଇଥିଲେ। ପରସ୍ପର ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା। ବୀର ସୁରେନ୍ଦ୍ର ସାଏ ଇଂରେଜମାନଙ୍କୁ ଆହତକରି ଫେରାର ହୋଇଯାଇଥିଲେ। ହେଲେ ତାଙ୍କ ଭାଇ ଛବିଳ ସାଏଙ୍କ ସମେତ ୫୩ଜଣ ସଂଗ୍ରାମୀ ଜୀବନ ହାରିଥିଲେ। ୧୧ଜଣଙ୍କୁ ଇଂରେଜମାନେ ଗିରଫ କରିଥିଲେ। ସେମାନଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ୪ଜଣଙ୍କୁ ଫାଶୀ ଦିଆଯାଇଥିଲା। ଗୋଟିଏ ସ୍ଥାନରେ ୫୩ ଜଣ ବୀର ପୁରୁଷ ନିଜ ଦେଶ ପାଇଁ ଜୀବନ ହାରିଥିଲେ। ପାହାଡ଼ ଓ ଗାଁଖୁଲି ମାଟି ରକ୍ତରଞ୍ଜିତ ହୋଇଥିଲା। ତେଣୁ ସେହିଦିନଠାରୁ ଉକ୍ତ ସ୍ଥାନକୁ ରକ୍ତତୀର୍ଥ ବୋଲି କୁହାଯାଇଆସୁଛି। ଏଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ମଧ୍ୟ ଇଂରେଜ ସୈନିକ ଗାଁର ପ୍ରତ୍ୟେକ ଘରକୁ ଯାଇ ସୁରେନ୍ଦ୍ର ସାଏଙ୍କୁ ଖୋଜିଥିଲେ। ମହିଳା ଓ ବୃଦ୍ଧଙ୍କ ଉପରେ ଅତ୍ୟାଚାର କରିଥିଲେ। ଆଜି ସେ ସମୟର ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ହେଲେ ସେମାନଙ୍କ ଦାୟାଦ ବସବାସ କରୁଛନ୍ତି। ପ୍ରଶାସନ ପକ୍ଷରୁ କେବଳ ଜୟନ୍ତୀ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?