ଜନ୍ମଦିନରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ

ଯାଜପୁର, ୨୫/୫ : ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ତାଙ୍କର ଜନ୍ମଦିନ ଅତ୍ୟନ୍ତ ଗୁରୁତ୍ୱ ବହନ କରିଥାଏ । ନିଜ ନିଜ ଜନ୍ମଦିନ ଦିନକୁ କେମିତି ସ୍ମରଣୀୟ କରିବେ ସେଥିପାଇଁ ସମସ୍ତେ ଲାଗିପଡିଥାନ୍ତି ।ତେବେ ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜୟ ମହାକାଳ ଫାଉଣ୍ଡେସନ ଓ କ୍ୟାନ୍ସର ହେଲପିଂ ଉଇଂ ର ମିଳିତ ଆନୁକୂଲ୍ୟରେ ଜୟ ମହାକାଳ ଫାଉଣ୍ଡେସନର ସମ୍ପାଦକ ପ୍ରଦୀପ କୁମାର ଦାସ ଏବଂ ଭଉଣୀ ପ୍ରଣତି ଦାସଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଜପୁର ରୋଡ ଠାରେ ଏହା ଆୟୋଜିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ କ୍ୟାନ୍ସର ହେଲପିଂ ଉଇଂ ର ସଭାପତି ଶଙ୍କର୍ଷଣ ଜେନା, ସେକ୍ରେଟାରୀ ରଶ୍ମିରେଖା ପାତ୍ର ଏବଂ ଜୟ ମହାକାଳ ଫାଉଣ୍ଡେସନର ଆବାହକ ଅଜୟ କୁମାର ଦାସ ଉଦ୍ଘାଟନ କରିଥିଲେ। ତେବେ ଏହି ରକ୍ତଦାନ ଶିବିରରୁ ମୋଟ 27 ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ଥାଲାସେମିଆ ଓ କର୍କଟ ରୋଗୀମାନଙ୍କ ରକ୍ତ ଅଭାବକୁ ଦୂର କରିବାକୁ ଫାଉଣ୍ଡେସନ ତରଫରୁ ସର୍ବଦା ପ୍ରଚେଷ୍ଟା ଜାରି ରହିଛି ।ଏହା ପୂର୍ବରୁ ମଧ୍ୟ ଅନେକ ସମୟରେ ଫାଉଣ୍ଡେସନର ସଦସ୍ୟଙ୍କ ଜନ୍ମଦିନ ଓ ଅନ୍ୟାନ୍ୟ ସମୟରେ ରକ୍ତଦାନ ପରି ମହତ କାର୍ଯ୍ୟକ୍ରମ ଫାଉଣ୍ଡେସନ ପକ୍ଷରୁ କରାଯାଇଛି । କାର୍ଯ୍ୟକ୍ରମରେ କେବଳ ଯେ ଯୁବବର୍ଗ ଯୋଗ ଦେଇଥିଲେ ତାହା ନୁହେଁ ସବୁ ବର୍ଗର ବ୍ୟକ୍ତି ବିଶେଷ ରକ୍ତଦାନ ଶିବିରରେ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସବୁଠାରୁ ଖୁସିର କଥା ଯାଜପୁରରେ ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିରରେ ଭୁବନେଶ୍ୱର,ଭଦ୍ରକ ଏବଂ କେଉଁଝର ଅଂଚଳରୁ ଲୋକ ଆସି ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ କ୍ୟାନ୍ସର ହେଲପିଂ ଉଇଙ୍ଗର ସତ୍ୟଜିତ ସାହୁ, ଅମର କୁମାର ପାତ୍ର, ପ୍ରଦୀପ ପଣ୍ଡା, ଅନନ୍ତ ଚରଣ ସାହୁ, ଅରବିନ୍ଦ ସାହୁ ଆଦି ଯୋଗ ଦେଇଥିଲେ । ସେହିପରି ଜୟ ମହାକାଳ ଫାଉଣ୍ଡେସନର ମନୋଜ କୁମାର ଦାସ, ପ୍ରତାପ କେଶରୀ ମହାପାତ୍ର, ସୁବାସିନୀ ସାହୁ,ପ୍ରଣତି ଦାସ,ଶ୍ରଦ୍ଧାଞ୍ଜଳି ସାହୁ, ଅତସିନୀ ସାହୁ, ତନୁଶ୍ରୀ ସାହୁ, ତ୍ରିଲୋଚନ ଜେନା, ଅଭିଷେକ ସାହୁ, ଦେବବ୍ରତ ମାଝୀ, ଅଲିଭାରାଣୀ ଧୀର, ରାକ୍ଷୀରାଣୀ ତରାଇ, ସରୋଜ ପ୍ରଧାନ, ସୁନୀଲ କୁମାର ଜେନା,ରାଜେନ୍ଦ୍ର ସାହୁ, ରମେଶ ସେନାପତି, ସୋମନାଥ ଦାସ, ଭରତ ଚନ୍ଦ୍ର ସାହୁ ଆଦି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଆଗାମୀ ଦିନରେ ସମାଜର ହିତ ପାଇଁ ଏମିତି ଆହୁରି ଅନେକ କାର୍ଯ୍ୟ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ବ୍ୟବସାୟୀ ଅପହରଣ ମାମଲା: ମହିଳା ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ସହ ଜଣେ ସାମ୍ବାଦିକ ଗିରଫ, ୪କୁ ବୃଦ୍ଧି ପାଇଲା ସଂଖ୍ୟା

ବଲାଙ୍ଗୀର,୧୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଓ ଜଣେ ଖବରଦାତାଙ୍କୁ…

ଡିଜିପି ଦାୟିତ୍ୱ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବିନୟତୋଷ ମିଶ୍ର

ପୁରୀ, ୧୬।୮ (ଅଜିତ୍ କୁମାର ମହାନ୍ତି): ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିନୟତୋଷ ମିଶ୍ର ରବିବାର ରାତିରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀ…

ଅଧିକାର ପାଇଁ ଆନ୍ଦୋଳନ: ସମୁଦ୍ର ଆଁରୁ ଭିଟାମାଟି ବଞ୍ଚାଇବାକୁ…

ଛତ୍ରପୁର, ୧୭।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀଠାରେ ସମୁଦ୍ର କୂଳ ଲଙ୍ଘିବା ଘଟଣା ଏବେ ଆନ୍ଦୋଳନର ରୂପ ନେଇଛି। ସମୁଦ୍ରର…

ସମୁଦ୍ରରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ, ୨ ଟ୍ରଲର ସହ ୫ କ୍ୱିଣ୍ଟାଲ ମାଛ ଜବତ କରି…

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପୁଣିଥରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଆନ୍ଧ୍ର ପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri