Posted inଜାତୀୟ

ବ୍ଲଡ କ୍ୟାନସର ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଭାରତର ପ୍ରଥମ ସ୍ବଦେଶୀ ସିଏଆର-ଟି ଥେରାପିକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୪।୧୦: ବ୍ଲଡ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଏକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରାଯାଇଛି। ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସକୋ) ବିଶେଷଜ୍ଞ କାର୍ଯ୍ୟ କମିଟିର ସୁପାରିଶ କ୍ରମେ ଭାରତର ପ୍ରଥମ ସ୍ବଦେଶୀ କାଇମେରିକ ଆଣ୍ଟିଜେନ ରିସେପ୍ଟର (CAR -T) ସେଲ ଥେରାପି ଆରମ୍ଭ କରିବାକୁ ଯାଉଛି। ଏହି ଚିକିତ୍ସା ଗମ୍ଭୀର ଲିମ୍ଫୋସାଇଟିକ ଲ୍ୟୁକେମିଆ ଏବଂ ବି-ସେଲ ଲିମ୍ଫୋମା ପରି କ୍ୟାନସର ରୋଗର ଚିକିତ୍ସାରେ ବ୍ୟବହୃତ ହେବ।

ଏହି ଥେରାପିରେ କ୍ୟାନସର ରୋଗୀଙ୍କଠାରୁ ଶ୍ୱେତରକ୍ତ କଣିକା ସହିତ ଟି କୋଷିକା ବାହାର କରାଯାଇଥାଏ। ଏହା ପରେ, ସେଗୁଡିକୁ ଲାବୋରେଟୋରୀକୁ ଅଣାଯାଇ ଟି କୋଷିକା ଏବଂ ଶ୍ୱେତରକ୍ତ କଣିକାକୁ ଅଲଗା କରାଯାଇଥାଏ। ଏହା ପରେ ଏଗୁଡିକୁ ପୁନର୍ବାର ରୋଗୀ ଶରୀରରେ ପ୍ରବେଶ କରାଯାଇଥାଏ। ଏହି ପ୍ରକ୍ରିୟା କେବଳ ଥରେ କରାଯାଏ। ରୋଗୀର ଶରୀରରେ ପ୍ରବେଶ କରିବା ପରେ, ଟି କୋଷଗୁଡ଼ିକ କ୍ୟାନସର ସହ ଲଢିବା ସହ ଭିତରୁ ସେଗୁଡିକୁ ନଷ୍ଟ କରିଥାନ୍ତି।
ଲ୍ୟୁକେମିଆ (ଶ୍ୱେତରକ୍ତ କଣିକା ଉତ୍ପାଦନ କରୁଥିବା କୋଷରୁ ଉତ୍ପନ୍ନ କ୍ୟାନସର) ଏବଂ ଲିମ୍ଫୋମା (ଲିମ୍ଫାଟିକ ସିଷ୍ଟମରୁ ଉତ୍ପନ୍ନ କ୍ୟାନସର) ପାଇଁ ଏହି ଚିକିତ୍ସା ଅନୁମୋଦିତ।

ଏହି ଥେରାପି ୨୦୧୭ରେ ଆମେରିକାରେ ଅନୁମୋଦିତ ହୋଇଥିଲା ଯେଉଁଠାରେ ଜଣେ ରୋଗୀଙ୍କୁ ପ୍ରାୟ ତିନିରୁ ଚାରି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ଏହା ଉପରେ ୨୦୧୮ରେ ପରୀକ୍ଷା କରିବା ଆରମ୍ଭ କରିଥିଲେ। ସ୍ବଦେଶୀ ଉପାୟରେ ହେବାକୁ ଥିବା ଏହି ଚିକିତ୍ସାରେ ଭାରତରେ ପ୍ରାୟ ୩୦ରୁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ।
ତେବେ ସମସ୍ତ କର୍କଟ ରୋଗୀଙ୍କ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା କଷ୍ଟ ହୋଇପାରେ। କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ଆଗାମୀ ଦିନରେ ଏହି ଥେରାପି କେବଳ ଶସ୍ତା ହେବ ନାହିଁ ବରଂ ଦେଶର ସବୁ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ। ଆଇଆଇଟି ବମ୍ବେ ଏବଂ ଟାଟା ମେମୋରିଆଲ ସେଣ୍ଟର (ଟିଏମସି) ମିଳିତ ଭାବେ ଏହି ସ୍ବଦେଶୀ ଚିକିତ୍ସାକୁ ବିକଶିତ କରିଛନ୍ତି ଯାହା ଦେଶର ଅନେକ ପ୍ରମୁଖ ଡାକ୍ତରଖାନାରେ ଦୁଇଟି ଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରାଯାଇଛି। ଏହି ଚିକିତ୍ସା କ୍ୟାନସର ରୋଗୀଙ୍କ ଉପରେ ୮୮ ପ୍ରତିଶତ ପ୍ରଭାବଶାଳୀ ବୋଲି ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri