ଗଳାବାଟ ବନ୍ଦ କର

ସାମଗ୍ରୀ ସେବା ଟିକସ( ଜିଏସ୍‌ଟି) ବ୍ୟବସ୍ଥା ମୁଖ୍ୟତଃ ଏହାର ସଂରଚନା ଓ କାର୍ଯ୍ୟ କରିବାର ଧାରା ଅଧିକାରୀମାନଙ୍କୁ ସମସ୍ୟାରେ ପକାଉଛି। ଏହି ବ୍ୟବସ୍ଥାରେ ଥିବା ଗଳାବାଟ ଦେଇ ଠକମାନେ ଠକୁଛନ୍ତି। କେବଳ ଆମ ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ଜିଏସ୍‌ଟି ଠକାମି ସାମ୍‌ନାକୁ ଆସିଛି। ଅତି ନିକଟରେ ହୋଇଥିବା ଏହି ଠକାମିରେ ରାଜ୍ୟ ପ୍ରବର୍ତ୍ତନ ସ୍କ୍ବାଡ୍‌ ସୋମବାର ଏକ ର଼୍ୟାକେଟ୍‌କୁ ରେଡ୍‌ କରିଛି ଏବଂ ନକଲି ଚାଲାଣ ଦେଇ ରାଜକୋଷରୁ ୭୧୨ କୋଟି ଟଙ୍କା ଠକେଇ ପଦାକୁ ଆସିଛି। ବିଭିନ୍ନ ବାଟରେ ୧୨୯ କୋଟି ଟଙ୍କାର ଜାଲ୍‌ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି) ପାସ କରିଥିବା ଯୋଗୁ ଏହାର ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିଛିି। ରାଜକୋଷରୁ ଠକିବା, ଜାଲ ଫାର୍ମ ପଞ୍ଜୀକରଣ କରିବା ଏବଂ ଆଇଟିସି ଠକାମି ଏହି ସର୍ବବୃହତ୍‌ ପରୋକ୍ଷ ଟିକସ ବବସ୍ଥାକୁ ସବୁଠୁ ବଡ଼ କ୍ଷତି ପହଞ୍ଚାଇଥିବା ଜଣାପଡୁଛି। ନକଲି ଚାଲାଣ ଓ ଜାଲ୍‌ ଫାର୍ମ ଘଟଣାରେ ଟିକସ ଚୋରିକୁ କେନ୍ଦ୍ର କରି ଦେଶରେ ପ୍ରବର୍ତ୍ତନ ଅଧିକାରୀମାନେ ୬,୦୦୦ କେସ୍‌ ଆରମ୍ଭ କରିଛନ୍ତି। ଅନେକଙ୍କୁ ମଧ୍ୟ ଗିରଫ କରାଯାଇଛି। ଖୁବ୍‌ ନିକଟରେ ଏଠାକାର କେସ୍‌ରେ ମେମର୍ସ ମଧୁସ୍ମିତା ଷ୍ଟିଲ୍ସ ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ କଶ୍ମୀର କୁମାର ଅଗ୍ରଓ୍ବାଲ୧୧୪ କୋଟି ଟଙ୍କା ଜାଲ ଆଇଟିସି ଦ୍ୱାରା ପାଇଛନ୍ତି ଓ ୧୨୯ କୋଟି ଟଙ୍କାର ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ ୧୪ଟି ଜାଲ୍‌ କମ୍ପାନୀ ନାମରେ ପାସ୍‌ କରିଛନ୍ତି। ଏମିତିକା ହଜାର ହଜାର କେସ୍‌ ରହିଛି। ଠକାମିରେ କ୍ଷତି ହୋଇଥିବା ସବୁ ଟଙ୍କା ସରକାର ଫେରିପାଇବା ସମ୍ଭବ ହୋଇ ନ ପାରେ। ଏକ ମହତ୍‌ ଲକ୍ଷ୍ୟ ନେଇ ଜୁଲାଇ ୨୦୧୭ରେ ଆରମ୍ଭ କରାଯାଇଥିବା ଏହି ପରୋକ୍ଷ ଟିକସ ବ୍ୟବସ୍ଥାରେ ଭୁଲ୍‌ ରହିଲା କେଉଁଠି? ତେବେ ଜ୍ଞାନକୌଶଳ ଯାହା ଏହି ବ୍ୟବସ୍ଥାର ସଫଳତାର ଆଧାରଶିଳା ବୋଲି ମନେକରାଯାଉଥିତ୍ଲା ତାହା ବିଫଳତାର ସବୁଠୁ ବଡ କାରଣ ପାଲଟିଛି। ଶତ ପ୍ରତିଶତ ଆଇଟି ଆଧାରରେ ଏହାର ସମସ୍ୟାକୁ ସମାଧାନ କରିବା ଲାଗି ନୂଆ ନିୟମର ବ୍ୟବସ୍ଥା କରାଯାଇଥିଲା। ଏଥିତ୍ପାଇଁ ଜିଏସ୍‌ଟି ପୋର୍ଟାଲ ମଧ୍ୟ ବିକାଶ କରାଯାଇଥିଲା। ଗୋଟିଏ ସଂସ୍ଥାର ଆରମ୍ଭରୁ ଶେଷ ଯାଏ ସବୁ କାରବାର ଓ ରସିଦଗୁଡିକର ରେକର୍ଡ ରଖିବା ପାଇଁ ପୋର୍ଟାଲ କରାଯାଇଥିଲା। ଯାଞ୍ଚ ପରେ ପୋର୍ଟାଲ ଆଇଟିସି କ୍ରେଡିଟ୍‌କୁ ଅନୁମତି ଦିଏ। ତେବେ ଏହି କାର୍ଯ୍ୟ କରିବାକୁ ପୋର୍ଟାଲ ସମ୍ପୂର୍ଣ୍ଣ ବିଫଳ ହେଲା। ମାସକୁ ମାସ ଆଇଟିସିର ପୁନଃ ଯାଞ୍ଚ କରିବା ପରିବର୍ତ୍ତେ ଏହା ୬ ମାସ ପରେ ହୋଇଥିଲା। ଏହାଦ୍ୱାରା ଠକମାନେ ପୂରା ଜିଏସ୍‌ଟି ବ୍ୟବସ୍ଥାକୁ ଧ୍ୱଂସ କରିଦେବାକୁ ଯଥେଷ୍ଟ ସମୟ ପାଇଲେ। ଠକାମିକୁ ରୋକିବା ଲାଗି ଟ୍ରାକିଂ କିମ୍ବା ପୁନଃ ଯାଞ୍ଚ ପ୍ରକ୍ରିୟା ନ ଥିବାରୁ ଅଧିକାରୀମାନେ ଘଟୁଥିତ୍ବା ଅନିୟମିତତା ସମ୍ପର୍କରେ କୌଣସି ଖବର ବି ଜାଣିପାରିଲେ ନାହିଁ।
ମୋଦି ସରକାର ରାଜନୈତିକ ପ୍ରଶଂସା ସାଉଁଟିବାକୁ ୨୦୧୭ରେ ଜିଏସ୍‌ଟିକୁ ତରବରିଆ ଭାବେ ଲାଗୁ କରିଥିଲେ। ଏଥିପାଇଁ ଆଇଟି ଭିତ୍ତିଭୂମି ମଜଭୁତ କରିବାକୁ ହେବ ବୋଲି ନିଶ୍ଚିତ ନ କରି ଏହାକୁ ଲାଗୁ କରିଥିଲେ। ଏହି ବ୍ୟବସ୍ଥାକୁ ଏତେ ତରବରିଆ ଭାବେ ଲାଗୁ କରିବାର କୌଣସି କାରଣ ନ ଥିତ୍ଲା। ଆଇଟି ଭିତ୍ତିଭୂମିର ପୂରା ବିକାଶ କିମ୍ବା ପରୀକ୍ଷା ହୋଇ ନ ଥିବାବେଳେ ଏହାକୁ ଲାଗୁ କରାଯାଇଥିଲା। ଭାରତରେ ଅର୍ଥବ୍ୟବସ୍ଥା ପାଇଁ ଏକକ ଟିକସ ବ୍ୟବସ୍ଥା ଚାଲିବା ବାସ୍ତବତାଠାରୁ ସମ୍ପୂର୍ଣ୍ଣ ଦୂରରେ ଥିଲା। ଏହା ସହ ତାହା ଏକ ଦୁର୍ବଳ ତଥା ବାଧ୍ୟତାମୂଳକ ସଂରଚନା ଓ ଦୃଷ୍ଟିକୋଣ ଥିତ୍ଲା। ଏହି ବ୍ୟବସ୍ଥାର କାର୍ଯ୍ୟାନ୍ବୟନରେ ରହିଥିବା ଅଭାବ ଲୋକମାନଙ୍କୁ ଏହାକୁ ବଦଳାଇ ଦେବା ଲାଗି ପ୍ରୋତ୍ସାହିତ କରିଛି। ବିଭିନ୍ନ ପ୍ରକାର କାର୍ଯ୍ୟଧାରା ବିକଶିତ ହେଲା। ଜାଲ ଫାର୍ମ ପଞ୍ଜୀକରଣ କରାଗଲା, ବିନା ସାମଗ୍ରୀ ପରିବହନରେ ନକଲି ଚାଲାଣ ବି କଟାହେଲା। ନକଲି ଚାଲାଣ ବଦଳରେ ଆଇଟିସି ଦାବି କରାଗଲା। ଏହା ସହ କମ୍‌ ଟିକସ ଦେବା ପାଇଁ କାରବାରର ବାସ୍ତବ ଚାଲାଣଠାରୁ କମ୍‌ କଟାହେଲା। ଜିଏସ୍‌ଟି ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ହୋଇଗଲା, ଯାହାଦ୍ୱାରା ଠକମାନଙ୍କୁ ଯାହା ଇଚ୍ଛା ତାହା କରିବା ପାଇଁ ସୁଯୋଗ ଦେଲା। ବିଭିନ୍ନ ପ୍ରକାର ଉପତ୍ାଦ ଉପରେ ନିର୍ଦ୍ଧାରିତ ଟିକସଠାରୁ କମ୍‌ ଦେବା ପାଇଁ ଏମାନେ ଉପତ୍ାଦର ନାମକୁ ଭୁଲ ଦର୍ଶାଇଲେ। ବ୍ରାଣ୍ଡେଡ୍‌ ପ୍ରଡକ୍ଟ ବା ଉପତ୍ାଦ ଲାଗି ଉଚ୍ଚ ଟ୍ୟାକ୍ସ ସ୍ଲାବ୍‌ ଥିବାବେଳେ ଅଣ ବ୍ରାଣ୍ଡେଡ୍‌ ଉପତ୍ାଦ ଲାଗି ଏହା ଖୁବ କମ୍‌ ରହିଛି। କିନ୍ତୁ କମ୍‌ ଟିକସ ହାର ଦାବି କରିବା ଲାଗି ବହୁସମୟରେ ବ୍ରାଣ୍ଡେଡ୍‌ ପ୍ରଡକ୍ଟର ଦାମ୍‌ କମ୍‌ କରିବା ଲାଗି ଏହାକୁ ଅଣ ବ୍ରାଣ୍ଡେଡ୍‌ ପ୍ରଡକ୍ଟ ନାମରେ ପାସ କରାଯାଉଥିଲା। ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଯାହାକୁ ଦୂର କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri