ବିଜେଡି ଛାଡି ଭାଜପାରେ ଯୋଗ ଦେଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ

ପାଟଣା,୧୮।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ହଲଚଲ ଦେଖା ଦେଇଛି। ରବିବାର ପାଟଣା ଏବଂ ସାହାରପଡ଼ା ବ୍ଲକରୁ ବିଜେଡି ଓ ଭାଜପା ଛାଡି କେତେକ ନେତା ଭୁବନେଶ୍ୱରଠାରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ସୋମବାର ରାଜ୍ୟ ଭାଜପା କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ବିଜେଡି ଛାଡି କେତେକ ନେତା ଭାଜପାରେ ସାମିଲ ହୋଇଛନ୍ତି। ଫଳରେ ବିଜେଡି ପାଟଣା ନିର୍ବାଚନ ମଣ୍ଡଳୀରେ ଦୁର୍ବଳ ହୋଇଥିବା ଆଲୋଚନା ଆରମ୍ଭ ହୋଇଯାଇଛି।

ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ରହିଛନ୍ତି ପାଟଣା ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକ, ତାଙ୍କ ସ୍ବାମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶନାଥ ନାୟକ। ଏପରିକି ପାଟଣା ବ୍ଲକର ୧୦ ସରପଞ୍ଚ, ୧୧ସମିତି ସଭ୍ୟ। ସେମାନେ ହେଲେ ଚିନାମାଳି ପଶି ସରପଞ୍ଚ ଝୁମିତା ନାଏକ, ମୁଷଖୋରି ସରପଞ୍ଚ ଭାମା ମଣି ଦାସ, ପଲାଣ ଘାଟିର ରାଉତ ମୁଣ୍ଡା, ମୁରୁସୁଆଁ ହରିଶଙ୍କର ଦେହୁରୀ, ତୁରୁମୁଙ୍ଗାର ସୁଲେଖା ନାଏକ, ବୁଢ଼ୀକାପୁଡି ମମତା ନାଏକ, ଚେମେଣାର ହେମଲତା ନାଏକ, ବାଉଁଶୁଳୀ ସୁଜାତା ସର୍ଦ୍ଦାର, ରାଜନଗର ସୁଧାଂଶୁ ଶେଖର ନାଏକ, ଚାକୁଣ୍ଡାପାଳର ରକ୍ଷାମଣି ନାଏକ।

ସେହିପରି ତୁରୁମୁଙ୍ଗାର ସମିତି ସଭ୍ୟାସଭ୍ୟଙ୍କ ମଧ୍ୟରେ ଅଛନ୍ତି ଆଶୁମତି ସାହୁ, କେନ୍ଦେଇପୋଶି ପ୍ରଦୀପ ନାଏକ, ଟାଙ୍ଗରପଡ଼ାର ଭାଗବତ ନାଏକ, ଚାକୁଣ୍ଡା ପାଳ ଉତ୍ତମ ଚନ୍ଦ୍ର ବେହେରା, ମିରିଗିଖୋଜିର ଦ୍ରୌପଦି ମହାନ୍ତ, କଣ୍ଟିଆପଡ଼ାର ସଞ୍ଜୁ ମହାନ୍ତ, ଏରେଣ୍ଡେଇର ଜମ୍ବୁ ନାଏକ, ଡୁମୁରିଆ ଜୟନ୍ତୀ ନାଏକ, ଚୀନା ମାଳି ପୋଷି ଚନ୍ଦ୍ର ମଣି ପାତ୍ର ।

ସେହିପରି ଜଣା ଶୁଣା ବ୍ୟକ୍ତିଙ୍କ ମଧ୍ୟରେ ପାଟଣାର ସମବାୟବିତ ଦିନ ବନ୍ଧୁ ମିଶ୍ର, ଘନ ଶ୍ୟାମ ମିଶ୍ର, ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷା ରମ୍ଭା ବତୀ ଦେହୁରୀ, ବିଜେଡି ନେତା ଭାଗିରଥି ଦାଶ, ଉଦୟପୁର କଂଗ୍ରେସ ନେତା ରବି ବୋଘେଲ, ଗୋରାସର ନାରାୟଣ ନାଏକ।

ସାହାରପଡ଼ା ବ୍ଲକ ଡାଳପକା ସମିତି ସଭ୍ୟ ଦିପୁ ମହାନ୍ତ, ଦାମହୁଦାର ପରେଶ ଚନ୍ଦ୍ର ସେଠୀ, ତେଣ୍ଡରାର ଲଳିତ ମୁଣ୍ଡା, ଉଦୟ ପୁରର ରିନୁ ମୁଣ୍ଡା, ମାଛଗଡର ଟିପୁ ନାଥ ହୋ, ଖୁଣ୍ଟାପଡ଼ାର ନିରଞ୍ଜନ ଲୋହାର, ଖଜିରା ପାଟର ଅଞ୍ଜୁଲତା ନାଏକ। ସାହାର ପଡ଼ା ବ୍ଲକ ରାଇଡିହା ସରପଞ୍ଚ ବିଜୁ ନାଏକ, ଗୋରାସର ଜଳଧର ନାଏକଙ୍କ ସହ ଚମ୍ପୁଆ ବ୍ଲକର ଅନେକ ନେତା ଭାଜପାରେ ଯୋଗ ଦେଇଛନ୍ତି।

ଏହି ଅବସରରେ ରାଜ୍ୟ ଭାଜପା ପ୍ରଭାରୀ ବୀଜୟ ପାଲସିଂ ତୋମାର, ରାଜ୍ୟ ଭାଜପା ଉପସଭାପତି ବିରଞ୍ଚି ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ଚରଣ ନାଏକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ପାଟଣା ବିଧାୟକଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ପୂର୍ବତନ ସାହାରପଡ଼ା ବ୍ଲକ ଅଧକ୍ଷ ଗୌତମ ନାଏକ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଯୋଗଦେଇଥିବା କର୍ମକର୍ତ୍ତାଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ବଡ଼ ଅଦଳବଦଳ: ଜାଣନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…

ନୂଆଦିଲ୍ଲୀ,୨୩।୯: ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ପୁଣିଥରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି। ନୂଆ ରାଙ୍କିଙ୍ଗ୍‌ରେ ଭାରତର ଇଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?