ମାଛ ଧରିବା ନେଇ ବ୍ଲାଷ୍ଟିଂ

ସୋନପୁର,୨୧।୪: (ନି.ପ୍ର.) ମହାନଦୀରୁ ମାଛ, ଚିଙ୍ଗୁଡି ଧରିବା ପାଇଁ ଚାଲିଛି ବେଆଇନ ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ। ମୁଷ୍ଟିମେୟ ଅଣପାରମ୍ପରିକ ମତ୍ସ୍ୟଜୀବୀ ସୁବିଧାରେ ମାଛ ଧରିବା ପାଇଁ ନଦୀଗର୍ଭରେ ଡିନାମାଇଟ୍‌ ଫୁଟାଉଛନ୍ତି। ବିସ୍ଫୋରଣ ଯୋଗୁ ମାଛ ମରି ପାଣିରେ ଭାସୁଛନ୍ତି । ସେହିପରି ଚିଙ୍ଗୁଡି ଧରିବା ପାଇଁ ବିଷାକ୍ତ କୀଟନାଶକ ପ୍ରୟୋଗ କରାଯାଉଛି । ଗୁରୁବାର ସୋନପୁର ସହର ନିକଟସ୍ଥ ମହାନଦୀ ଗର୍ଭରେ ଥିବା ଲଙ୍କେଶ୍ୱର ଗଣ୍ଡ ଉପରମୁଣ୍ଡରେ ୧୦ରୁ ୧୨ଜଣ ଲୋକ ମାଛ ମାରିବା ପାଇଁ ବେଆଇନ ଭାବେ ବ୍ଲାଷ୍ଟିଂ କରିଥିଲେ। ଶବ୍ଦ ଶୁଣି ପାରମ୍ପରିକ ମତ୍ସ୍ୟଜୀବୀମାନେ ଘଟଣାସ୍ଥଳକୁ ଯିବା ସହିତ ଏହାର ବିରୋଧ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କାଉନସିଲର ତଥା ମହାନଦୀ ସୁରକ୍ଷା କମିଟିର ଗଙ୍ଗାଧର ତରିଆ ପୋଲିସକୁ ଖବର ଦେଇଥିଲେ। ତେବେ ସୋନପୁର ପୋଲିସ ଘଟଣାସ୍ଥଳରେ ନ ପହଞ୍ଚତ୍ବାରୁ ବ୍ଲାଷ୍ଟିଂ କରିଥିବା ଲୋକେ ଫେରାର ହୋଇଯାଇଥିଲେ। ମତ୍ସ୍ୟଜୀବୀମାନେ ଘଟଣାସ୍ଥଳରୁ ଅବ୍ୟବହୃତ ବିସ୍ଫୋରକ, ଗଞ୍ଜେଇ ଚିଲମ ଓ ଦିଆସିଲ ଠାବ କରିଥିଲେ। ଘଟଣାକୁ ନେଇ ମହାନଦୀ ସୁରକ୍ଷା କମିଟିର ମତ୍ସ୍ୟଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ମହାନଦୀରେ ବ୍ଲାଷ୍ଟିଂ କରିବା ଦ୍ୱାରା ମାଛ, ଚିଙ୍ଗୁଡି ମରି ପାଣିରେ ଭାସିବା ପରେ ଅଣପାରମ୍ପରିକ ମତ୍ସ୍ୟଜୀବୀ ଏଗୁଡିକୁ ବଜାରରେ ବିକ୍ରି କରୁଛନ୍ତି। ତେବେ ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ ଦ୍ୱାରା ମାଛବଂଶ ଲୋପ ପାଇଯାଉଛନ୍ତି। ମହାନଦୀ କୂଳରେ ବସବାସ କରି ପାରମ୍ପରିକ କୌଶଳରେ ମାଛ ମାରୁଥିବା କୈବର୍ତ୍ତ୍ୟମାନେ ଆଗଭଳି ମାଛ ପାଉନାହାନ୍ତି। ସେମାନଙ୍କ ଜୀବିକା ଏବେ ସଙ୍କଟରେ। ମାଛ ଧରି ଜୀବିକା ନିର୍ବାହ କରୁଥିବା ଶତାଧିକ ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗା ଏବେ ଅଦରକାରୀ ହୋଇପଡିଛି। ସୋନପୁର ସହରର ଟିକିରିପଡା, ତଲପଡା, ତରିଆପଡା ଓ ସଡକପଡାରେ ବସବାସ କରୁଥିବା ୧୫୦ମତ୍ସ୍ୟଜୀବୀ ପରିବାର କର୍ମସଂସ୍ଥାନ ହରାଇ ଏବେ ଚିନ୍ତାରେ ଅଛନ୍ତି। ମହାନଦୀରେ ଜଳସ୍ତର ଏବେ କମିଛି। ଏହି ସୁଯୋଗରେ ନଦୀଗର୍ଭରେ ପୁଣି ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ ବୃଦ୍ଧି ପାଇଛି। ଏହାକୁ କେନ୍ଦ୍ର କରି ମତ୍ସ୍ୟଜୀବୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଦ୍ୱାରା ଗଠିତ ମହାନଦୀ ସୁରକ୍ଷା କମିଟିର ଋଷଭ ବୁଡେକ, ସୁରୁବାବୁ ସାହୁ, ବେଲାରସେନ ନାଏକ ଓ ମୁନା ପାଣ୍ଡେ ପ୍ରମୁଖ ଏଭଳି ବେଆଇନ୍‌ ଭାବେ ମାଛ ମାରିବାକୁ ବିରୋଧ କରିଛନ୍ତି। ପ୍ରଶାସନ ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ମତ୍ସ୍ୟଜୀବୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri