ଶିମିଳିପାଳରେ କଳାବାଘ, ଭିଡିଓ ଭାଇରାଲ

ବାରିପଦା ଅଫିସ,୧ା୮: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଳା ବାଘ କ୍ୟାମେରାରେ କଏଦ ହୋଇଛି।
ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୬ ସେକେଣ୍ଡର ଏହି ଭିଡିଓରେ କଳା ବାଘଟି ଏକ ଗଛ ଉପରକୁ ଚଢ଼ୁଥିବାର ଦେଖିବାକୁ ମିଳିଛି। ପ୍ରଥମେ ବାଘଟି ଗଛ ଉପରକୁ ଚଢ଼ିବାକୁ ଚେଷ୍ଟା କରିବା ପରେ ଶେଷରେ ସେଠାରୁ ଚାଲିଯାଉଛି।

 

ଏହି ଭିଡିଓକୁ ଆଇଏଫ୍‌ଏସ ଅଧିକାର ପ୍ରବୀଣ କଶ୍ୱାନ ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ସେ ଭିଡିଓ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ‘ଭାରତର କଳାବାଘ। ଶିମିଳିପାଳରେ ସିଉଡୋ-ମେଲାନିଷ୍ଟିକ୍‌ ପ୍ରଜାତିର ଏକ ବାଘ ଦେଖିବାକୁ ମିଳିଛି। ଯାହାକି ବିରଳ ଅଟେ। ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ସେହିପରି ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ ମଧ୍ୟ ତାଙ୍କ ଟୁଇଟର ପେଜ୍‌ରେ ଭିଡିଟିକୁ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ବାଘମାନେ ଭାରତର ଜଙ୍ଗଲର ସ୍ଥିରତାର ପ୍ରତୀକ।
ଅନ୍ତର୍ଜାତୀୟ ଟାଇଗର ଦିବସରେ ବିରଳ ମେଲାନିଷ୍ଟିକ୍‌ ଟାଇଗରର ଏକ ଆକର୍ଷଣୀୟ କ୍ଲିପ୍‌। ସେମାନଙ୍କର ସଂଖ୍ୟା ବୃଦ୍ଧି ଲାଗି ‘ବ୍ୟାଘ୍ର ସଂରକ୍ଷଣ’ ଉଦ୍ୟମ ଚଳାଇଛି।

ସୂଚନାଯୋଗ୍ୟ, ଜଙ୍ଗଲରେ ରହୁଥିବା ମହାବଳ ବାଘ ସବୁ ନିଜ ନିଜର ଚଳପ୍ରଚଳ ଅଞ୍ଚଳ ମଧ୍ୟକୁ ନ ଆସିବା ପାଇଁ ଅନ୍ୟ ବାଘମାନଙ୍କୁ ସତର୍କ କରାଇବା ଉଦ୍ଦେଶ୍ୟରେ ଗଛବୃକ୍ଷ ରାମ୍ପି ଚିହ୍ନ ଦେଇ ଥାଆନ୍ତି। କଳା ମହାବଳ ବାଘର ଦେହ ରଙ୍ଗ ଧଳା ଅଥବା ସୁନେଲି ରଙ୍ଗର ହୋଇଥିବା ବେଳେ ତା’ଉପରେ ଗାଢ଼ କଳା ପଟା ଗାର ପଡ଼ିଛି। ଶିମିଳିପାଳରେ ଏହି ଦୃଶ୍ୟଟି ବୋଧହୁଏ ବର୍ତ୍ତମାନ ପାଇଁ ଏକମାତ୍ର ତଥା ଦୁର୍ଲଭ ଭିଡିଓ। ତେବେ ଏଭଳି ପ୍ରଜାତିର କଳାବାଘ ୩୦ ବର୍ଷ ପୂର୍ବେ ଶିମିଳିପାଳରେ ରହିଆସୁଛନ୍ତି। ଏନେଇ ପୂର୍ବରୁ ପୂର୍ବରୁ ‘ଧରିତ୍ରୀ’ରେ ମଧ୍ୟ ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri