କାଳିଆ ଟଙ୍କା ପ୍ରଦାନ ନିର୍ବାଚନୀ ଅସ୍ତ୍ର: ବିରୋଧୀ

ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ରାଜ୍ୟର ୫୩ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଦେବାପରେ ପୁଣିଥରେ ରାଜନୀତି ଜୋର ଧରିଛି। ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ଅର୍ଥ ଦେଇ ଭୋଟ ରାଜନୀତି କରିବାକୁ ଚେଷ୍ଟା କରାଯାଉଥିବା ଭାଜପା ଓ କଂଗ୍ରେସ ଅଭିଯୋଗ କରିଛନ୍ତି।
ଭାଜପା ନେତା ଗୋଲକ ମହାପାତ୍ର କହିଛନ୍ତି, ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କଲେ। ନିର୍ବାଚନ ଜିତିବା ପରେ ପାଖପାଖି ଦୁଇ ବର୍ଷ ହେବ କାଳିଆ ଯୋଜନାରେ ଟଙ୍କାଟିଏ ମଧ୍ୟ କାହା ପାଖରେ ପହଞ୍ଚିଲା ନାହିଁ ା ଏହା ଚାଷୀଙ୍କ ପ୍ରତି ଛଳନା, ଅପମାନ ଓ ପ୍ରତାରଣ ସଦୃଶ। ପ୍ରଧାନମନ୍ତ୍ରୀ କିଷାନ ଟଙ୍କା ଓଡିଶାର ଚାଷୀଙ୍କ ପାଖରେ ପହଞ୍ଚିବାରେ ରାଜ୍ୟ ସରକାର କଣ୍ଟା ନ ହୁଅନ୍ତୁ। ରାଜ୍ୟରେ ଚାଷୀ ଅସନ୍ତୋଷ ଚାପିବା ପାଇଁ ରାଜ୍ୟ ସରକାରଙ୍କ କାଳିଆ ଥୋପ। ଯଦି ରାଜ୍ୟ ସରକାରଙ୍କ ପାଖରେ ୫୩ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ତାଲିକା ଅଛି ତେବେ ପିଏମ୍‌ କିଷାନ ପାଇଁ କାହିଁକି କେନ୍ଦ୍ରକୁ ଠିକ୍‌ ତାଲିକା ପଠାଉନାହାନ୍ତି। ୫୩ ଲକ୍ଷ ଚାଷୀଙ୍କ ତାଲିକା ପଞ୍ଚାୟତ ଅଫିସ ବାହାରେ ଲଗାଯାଉ ବୋଲି ସେ କହିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ଇଏ ପ୍ରଚାର ସର୍ବସ୍ବ ସରକାର। ଚାଷୀ ଆନ୍ଦୋଳନ ସବୁଆଡ଼େ ଚାଲିଥିବା ବେଳେ ସେଥିପ୍ରତି ଦରଦ ନାହିଁ। ମଣ୍ଡିରେ ଚାଷୀମାନେ ଧାନ ପକାଇ ବସିଛନ୍ତି। କେନ୍ଦ୍ର ଆଣିଥିବା ୩ଟି କୃଷି ଆଇନକୁ ପାର୍ଲାମେଣ୍ଟରେ ବିଜେଡି ସମର୍ଥନ ଜଣାଇଛି। ଗତ ବର୍ଷ ମଧ୍ୟ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଜରିଆରେ ଲୋକଙ୍କୁ ବୋକା ବନେଇବାକୁ ଚେଷ୍ଟା କରିଥିଲା। ଏବେ ପଞ୍ଚାୟତ ନିର୍ବାଚନ ଏବଂ ରାଜ୍ୟରେ ଚାଷୀମାନେ ମଣ୍ଡିରେ ଜୋରଦାର ଆନ୍ଦୋଳନ ଚଳାଇଥିବାରୁ ସରକାର ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି।
ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଚାଷୀଙ୍କୁ ସହାୟତା ଯୋଗାଇ ଦେବା ଲାଗି ଏହି ଯୋଜନା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। କାଳିଆ ଯୋଜନା ଘୋଷଣା ସମୟରେ ବିରୋଧୀ ଏହାକୁ ନିର୍ବାଚନ ଚାଲ୍‌ ବୋଲି କହିଲେ। ଯେଉଁମାନେ ଏହାକୁ ନିର୍ବାଚନ ଚାଲ୍‌ ବୋଲି କହିଲେ ପରବର୍ତ୍ତୀ ସମୟରେ କେତେଜଣ ଚାଷୀ ଏହି ଯୋଜନାରେ ଅର୍ଥ ପାଇଛନ୍ତି ବୋଲି ପ୍ରଶ୍ନ କଲେ। ଏବେ ସରକାରଙ୍କ ପୂର୍ବ ଘୋଷଣା ମୁତାବକ କୃଷକଙ୍କୁ ପ୍ରତ୍ୟକ୍ଷ ଭାବେ ସହାୟତା ଯୋଗାଇଛନ୍ତି ବୋଲି ଶତପଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri