ନେତାଙ୍କ ପାଇଁ କଳାପଥରର କଳା ଟଙ୍କା

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଲଘୁ ଖଣିଜ ସମ୍ପଦ କଳାପଥର, ମୋରମ, ବାଲି ଓ ମାଙ୍କଡା ପଥରର ପ୍ରାଚୁର୍ଯ୍ୟ ରହିଛି। ଗତ ପ୍ରାୟ ୧ ବର୍ଷ ହେବ ଲଘୁ ଖଣି ସମ୍ପଦର ସୁରକ୍ଷାଭାର ରାଜସ୍ବ ବିଭାଗଠାରୁ କାଢ଼ି ନେଇ ଖଣି ବିଭାଗକୁ ଦିଆଯାଇଛି। ହେଲେ ଏହି ପ୍ରାଚୂର୍ଯ୍ୟର ସୁରକ୍ଷା ବଦଳରେ ହରିଲୁଟ ପରିମାଣ ବେଶି ହୋଇଛି। ପ୍ରାୟ ୯୦ଟି କଳାପଥର ଖାଦାନ ମଧ୍ୟରୁ ୩୫ଟି ଖାଦାନକୁ ପ୍ରଶାସନ ପକ୍ଷରୁ ଲିଜ୍‌ ଦିଆଯାଇ ରାଜସ୍ବ ଆଦାୟ କରାଯାଉଛି। କିନ୍ତୁ ବାକି କଳାପଥର ଖାଦାନ ସମେତ ମୋରମ, ବାଲି ଓ ମାଙ୍କଡା ପଥର ଖାଦାନଗୁଡ଼ିକରୁ ବେଆଇନ ଲୁଟ୍‌ ଜୋର୍‌ ଧରିଛି। ଆଗାମୀ ନିର୍ବାଚନରେ ନେତାଙ୍କ ଖର୍ଚ୍ଚ ପାଇଁ ଖଣି ବିଭାଗର କେତେଜଣ ଅଧିକାରୀଙ୍କ ସହଯୋଗରେ କଳାପଥରରୁ କଳା ଟଙ୍କା ଜମା ହେଉଛି ବୋଲି ଜିଲାରେ ଚର୍ଚ୍ଚା ହେଉଛି। ତେବେ ଏଥିରେ କେବଳ ଶାସକ ଦଳ ନୁହେଁ, ବିରୋଧୀ ଦଳର ନେତାଙ୍କ ସହଭାଗିତା ରହିଛି ବୋଲି ମଧ୍ୟ ମତପ୍ରକାଶ ପାଇଛି। କାରଣ ଖଣିଜ ପଦାର୍ଥ ହରିଲୁଟ୍‌ ଉପରେ କୌଣସି ବିରୋଧୀ ଦଳର ନେତା ପ୍ରତିବାଦ କରୁନାହାନ୍ତି।
ଜିଲାର ଧର୍ମଶାଳା ତହସିଲ ଅଞ୍ଚଳ ମୂଲ୍ୟବାନ କଳାପଥର ଖାଦାନର ଗନ୍ତାଘର ଭାବେ ପରିଚିତ। ଆରୁହା ପାହାଡରୁ ଦୈନିକ ପ୍ରାୟ ୧୦ ହଜାର ଟନ କଳାପଥର ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏହି କାରବାରରେ ଶଶିକାନ୍ତ, ରତିକାନ୍ତ, କୁଲୁ, ଧିନିଆ ପ୍ରମୁଖ ଉଚ୍ଚ କ୍ଷମତାସମ୍ପନ୍ନ ଯନ୍ତ୍ରପାତି ବ୍ୟବହାର କରି ରାତିଦିନ କଳାପଥର ଉତ୍ତୋଳନ କରୁଛନ୍ତି। ଏଥିରେ ଟୁଟେନ ଓ ଟୁଟେନ ବେକ୍ରର ମେଶିନ ୪ଟି ଲେଖାଏ ଏବଂ ୪୦ରୁ ଊର୍ଦ୍ଧ୍ୱ ହାଇଓ୍ବା ଗାଡି ନିୟୋଜିତ ହୋଇଛି। ମୁରାରିପୁର ହାଇସ୍କୁଲ ନିକଟ ପଡ଼ିଆରେ କଳାପଥର ଗଦା କରାଯାଇଛି। ସେଠାରେ ମେଟାଲ ତିଆରି କରି ବାହାରକୁ ଚାଲାଣ ହେଉଛି। ଏହାବାଦ୍‌ ଆରୁହା ପାହାଡ଼ ଚାରିପଟେ ଏକାଧିକ ଷ୍ଟୋନ କ୍ରଶର ଗଢ଼ିଉଠି କଳାପଥର କାରବାର କରୁଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଡଙ୍କାରୀ, ରାହାଡ଼ପୁର, ଲୁଣିବର, ବିଛାଖଣ୍ଡି, ଅଞ୍ଜିରା ପ୍ରଭୃତି ପାହାଡ଼ରୁ ଅନୁରୂପ ଭାବେ କଳାପଥର ଲୁଟ୍‌ ଜାରି ରହିଛି। ଯଦି ଏହି ବେଆଇନ କଳାପଥର ଉତ୍ତୋଳନର ନିରପେକ୍ଷ ଓ ଉପଯୁକ୍ତ ଭାବେ ସାଟେଲାଇଟ୍‌ ମାପଚୁପ କରାଯାଏ ତେବେ ଏହି ବର୍ଷକ ମଧ୍ୟରେ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କଳାପଥର ଲୁଟ୍‌ ହୋଇଥିବାର ପ୍ରମାଣ ମିଳିବା ନିଶ୍ଚିତ ବୋଲି ମତପ୍ରକାଶ ପାଇଛି। ଏଥିରୁ ଆୟ ହେଉଥିବା ଟଙ୍କା ଆଗାମୀ ସାଧାରଣ ନିର୍ବାଚନରେ ଖର୍ଚ୍ଚ କରିବାକୁ ମସୁଧା ରହିଛି। ତେଣୁ ଜିଲା ଲଘୁ ଖଣି ବିଭାଗୀୟ ଅଧିକାରୀମାନେ ସବୁ ଜାଣିଥିଲେ ସୁଦ୍ଧା ନ ଜାଣିଲା ଭଳି ଅଭିନୟ କରୁଥିବା ଚର୍ଚ୍ଚା ହେଉଛି।
କଳିଙ୍ଗନଗର ଭିସିଆଇ କେମିକାଲ୍ସ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ କମ୍ପାନୀକୁ ଶିଳ୍ପ ପ୍ରତିଷ୍ଠା କରିବାକୁ ମିଳିଥିବା ୧୫ ଏକର ସରକାରୀ ଜମି ଏବେ ମୋରମ ଲୁଟ୍‌ର ଭୂସ୍ବର୍ଗ ପାଲଟିଛି। ଏହି ବେଆଇନ ମୋରମ ଯଖପୁରାଠାରୁ ବାଂଶପାଣି ରେଳପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏଯାଏ ପ୍ରାୟ ୨୦ କୋଟି ଟଙ୍କାର ମୋରମ ଚାଲାଣ ହୋଇଥିବା ଆକଳନ କରାଯାଉଛି। ଉକ୍ତ ମୋରମ ଅର୍ଥ ମଧ୍ୟ ସ୍ଥାନୀୟ କେତେଜଣ ନେତାଙ୍କ ନିର୍ବାଚନୀ ଖର୍ଚ୍ଚ ହେବ ବୋଲି ଆଲୋଚନା ହେଉଛି। ଏନେଇ ଅଭିଯୋଗ ହେବା ପରେ ଲଘୁ ଖଣି ବିଭାଗ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନରେ ଯାଇ ଫେରି ଆସି ହାତବାନ୍ଧି ବସିଛନ୍ତି। ରାତିରେ ଏହି ମୋରମ ଚୋରାଚାଲାଣ ହେଉଥିବାରୁ କୌଣସି ପଦକ୍ଷେପ ନେଇପାରୁ ନ ଥିବା ଖଣି ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ମିଳୁଛି। ସେହିପରି ବ୍ୟାସନଗର ତହସିଲ ତଥା କଟକ ବନଖଣ୍ଡ ଯାଜପୁର ରୋଡ୍‌ ରେଞ୍ଜ ପଛିକୋଟ ଡିପିଏଫ (ଡିମାର୍କେଟ ପ୍ରୋଟେକ୍ଟ ଫରେଷ୍ଟ ) ଅଧୀନ କୋରାବନ୍ଦୀ ଶାଳ ଜଙ୍ଗଲରୁ ମୋରମ୍‌ ଲୁଟ୍‌ ଚାଲିଛି। ଏହାସହ କୋରେଇ ବ୍ଲକ ଅନ୍ତର୍ଗତ କିଆପଦା ଓ ଅନ୍ଧାରୀ ପଞ୍ଚାୟତ ମଧ୍ୟରେ ନିର୍ମାଣାଧୀନ ରେଙ୍ଗାଲି ବହୁମୁଖୀ କେନାଲ ନିକଟରୁ ମୋରମ୍‌ ଲୁଟ୍‌ ହେଉଥିବା ଦେଖିବାକୁ ମିଳିଛି।
ମାଙ୍କଡ଼ା ପଥର ଚାଲାଣ ଶାସକ ଓ ବିରୋଧୀ ଦଳର ନେତା ମିଶି ଚଳାଉଥିବା ଅଭିଯୋଗ ହୋଇଆସୁଛି। ଦର୍ପଣ ତହସିଲ ବୈରୀ ଥାନା ଅଧୀନ ଅମିୟ ଝରି ଓ ବୈରୀ ମୌଜାର ଭାଲୁଖାଇଠାରେ ଦୈନିକ ଟ୍ରକ୍‌ ଯୋଗେ ୫୦ ଟ୍ରିପ୍‌ରୁ ଊର୍ଦ୍ଧ୍ୱ ମାଙ୍କଡା ପଥର ଖନନ କରାଯାଇ ବାହାରକୁ ଚାଲାଣ କରାଯାଉଛି। ଉକ୍ତ ମାଙ୍କଡ଼ା ବୋଝେଇ ଟ୍ରକଗୁଡ଼ିକ ବୈରୀ ଥାନା ଆଗ ରାସ୍ତା ଦେଇ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ଦୈନିକ ୧୮ ମେଶିନ ସାହାଯ୍ୟରେ ପଥର କଟାହେଉଛି। ୨ଟି ଜେସିବି ଦ୍ୱାରା ପ୍ଲଟ ସଫା କରାଯାଉଛି। ୪ଟି ଟ୍ରାକ୍ଟର ଦ୍ୱାରା ପ୍ଲଟ୍‌ରୁ ମୋରମ ସଫା ହେଉଛି ଓ ଖାଦାନରୁ ବାହାରୁ ଥିବା ଅଦରକାରୀ ଜିନିଷକୁ ହାଇଓ୍ବା ଯୋଗେ ମଣିଆବାଟ ଦେଇ ନିର୍ମାଣ ହେଉଥିବା ତୃତୀୟ ରେଳ ଲାଇନ କାର୍ଯ୍ୟରେ ବିନିଯୋଗ କରାଯାଉଛି। ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଡିଡିଏମ ଜୟପ୍ରକାଶ ନାୟକଙ୍କୁ ପଚାରିବାରେ ସେ କୁହନ୍ତି, ନିୟମିତ ଭାବେ ବେଆଇନ ଖାଦାନଗୁଡ଼ିକରେ ଚଢାଉ କରାଯାଉଛି। ଏହାସହ ଆଇନ ଅନୁସାରେ ଜରିମାନା ଆଦାୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?