ନେତାଙ୍କ ପାଇଁ କଳାପଥରର କଳା ଟଙ୍କା

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଲଘୁ ଖଣିଜ ସମ୍ପଦ କଳାପଥର, ମୋରମ, ବାଲି ଓ ମାଙ୍କଡା ପଥରର ପ୍ରାଚୁର୍ଯ୍ୟ ରହିଛି। ଗତ ପ୍ରାୟ ୧ ବର୍ଷ ହେବ ଲଘୁ ଖଣି ସମ୍ପଦର ସୁରକ୍ଷାଭାର ରାଜସ୍ବ ବିଭାଗଠାରୁ କାଢ଼ି ନେଇ ଖଣି ବିଭାଗକୁ ଦିଆଯାଇଛି। ହେଲେ ଏହି ପ୍ରାଚୂର୍ଯ୍ୟର ସୁରକ୍ଷା ବଦଳରେ ହରିଲୁଟ ପରିମାଣ ବେଶି ହୋଇଛି। ପ୍ରାୟ ୯୦ଟି କଳାପଥର ଖାଦାନ ମଧ୍ୟରୁ ୩୫ଟି ଖାଦାନକୁ ପ୍ରଶାସନ ପକ୍ଷରୁ ଲିଜ୍‌ ଦିଆଯାଇ ରାଜସ୍ବ ଆଦାୟ କରାଯାଉଛି। କିନ୍ତୁ ବାକି କଳାପଥର ଖାଦାନ ସମେତ ମୋରମ, ବାଲି ଓ ମାଙ୍କଡା ପଥର ଖାଦାନଗୁଡ଼ିକରୁ ବେଆଇନ ଲୁଟ୍‌ ଜୋର୍‌ ଧରିଛି। ଆଗାମୀ ନିର୍ବାଚନରେ ନେତାଙ୍କ ଖର୍ଚ୍ଚ ପାଇଁ ଖଣି ବିଭାଗର କେତେଜଣ ଅଧିକାରୀଙ୍କ ସହଯୋଗରେ କଳାପଥରରୁ କଳା ଟଙ୍କା ଜମା ହେଉଛି ବୋଲି ଜିଲାରେ ଚର୍ଚ୍ଚା ହେଉଛି। ତେବେ ଏଥିରେ କେବଳ ଶାସକ ଦଳ ନୁହେଁ, ବିରୋଧୀ ଦଳର ନେତାଙ୍କ ସହଭାଗିତା ରହିଛି ବୋଲି ମଧ୍ୟ ମତପ୍ରକାଶ ପାଇଛି। କାରଣ ଖଣିଜ ପଦାର୍ଥ ହରିଲୁଟ୍‌ ଉପରେ କୌଣସି ବିରୋଧୀ ଦଳର ନେତା ପ୍ରତିବାଦ କରୁନାହାନ୍ତି।
ଜିଲାର ଧର୍ମଶାଳା ତହସିଲ ଅଞ୍ଚଳ ମୂଲ୍ୟବାନ କଳାପଥର ଖାଦାନର ଗନ୍ତାଘର ଭାବେ ପରିଚିତ। ଆରୁହା ପାହାଡରୁ ଦୈନିକ ପ୍ରାୟ ୧୦ ହଜାର ଟନ କଳାପଥର ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏହି କାରବାରରେ ଶଶିକାନ୍ତ, ରତିକାନ୍ତ, କୁଲୁ, ଧିନିଆ ପ୍ରମୁଖ ଉଚ୍ଚ କ୍ଷମତାସମ୍ପନ୍ନ ଯନ୍ତ୍ରପାତି ବ୍ୟବହାର କରି ରାତିଦିନ କଳାପଥର ଉତ୍ତୋଳନ କରୁଛନ୍ତି। ଏଥିରେ ଟୁଟେନ ଓ ଟୁଟେନ ବେକ୍ରର ମେଶିନ ୪ଟି ଲେଖାଏ ଏବଂ ୪୦ରୁ ଊର୍ଦ୍ଧ୍ୱ ହାଇଓ୍ବା ଗାଡି ନିୟୋଜିତ ହୋଇଛି। ମୁରାରିପୁର ହାଇସ୍କୁଲ ନିକଟ ପଡ଼ିଆରେ କଳାପଥର ଗଦା କରାଯାଇଛି। ସେଠାରେ ମେଟାଲ ତିଆରି କରି ବାହାରକୁ ଚାଲାଣ ହେଉଛି। ଏହାବାଦ୍‌ ଆରୁହା ପାହାଡ଼ ଚାରିପଟେ ଏକାଧିକ ଷ୍ଟୋନ କ୍ରଶର ଗଢ଼ିଉଠି କଳାପଥର କାରବାର କରୁଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଡଙ୍କାରୀ, ରାହାଡ଼ପୁର, ଲୁଣିବର, ବିଛାଖଣ୍ଡି, ଅଞ୍ଜିରା ପ୍ରଭୃତି ପାହାଡ଼ରୁ ଅନୁରୂପ ଭାବେ କଳାପଥର ଲୁଟ୍‌ ଜାରି ରହିଛି। ଯଦି ଏହି ବେଆଇନ କଳାପଥର ଉତ୍ତୋଳନର ନିରପେକ୍ଷ ଓ ଉପଯୁକ୍ତ ଭାବେ ସାଟେଲାଇଟ୍‌ ମାପଚୁପ କରାଯାଏ ତେବେ ଏହି ବର୍ଷକ ମଧ୍ୟରେ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କଳାପଥର ଲୁଟ୍‌ ହୋଇଥିବାର ପ୍ରମାଣ ମିଳିବା ନିଶ୍ଚିତ ବୋଲି ମତପ୍ରକାଶ ପାଇଛି। ଏଥିରୁ ଆୟ ହେଉଥିବା ଟଙ୍କା ଆଗାମୀ ସାଧାରଣ ନିର୍ବାଚନରେ ଖର୍ଚ୍ଚ କରିବାକୁ ମସୁଧା ରହିଛି। ତେଣୁ ଜିଲା ଲଘୁ ଖଣି ବିଭାଗୀୟ ଅଧିକାରୀମାନେ ସବୁ ଜାଣିଥିଲେ ସୁଦ୍ଧା ନ ଜାଣିଲା ଭଳି ଅଭିନୟ କରୁଥିବା ଚର୍ଚ୍ଚା ହେଉଛି।
କଳିଙ୍ଗନଗର ଭିସିଆଇ କେମିକାଲ୍ସ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ କମ୍ପାନୀକୁ ଶିଳ୍ପ ପ୍ରତିଷ୍ଠା କରିବାକୁ ମିଳିଥିବା ୧୫ ଏକର ସରକାରୀ ଜମି ଏବେ ମୋରମ ଲୁଟ୍‌ର ଭୂସ୍ବର୍ଗ ପାଲଟିଛି। ଏହି ବେଆଇନ ମୋରମ ଯଖପୁରାଠାରୁ ବାଂଶପାଣି ରେଳପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏଯାଏ ପ୍ରାୟ ୨୦ କୋଟି ଟଙ୍କାର ମୋରମ ଚାଲାଣ ହୋଇଥିବା ଆକଳନ କରାଯାଉଛି। ଉକ୍ତ ମୋରମ ଅର୍ଥ ମଧ୍ୟ ସ୍ଥାନୀୟ କେତେଜଣ ନେତାଙ୍କ ନିର୍ବାଚନୀ ଖର୍ଚ୍ଚ ହେବ ବୋଲି ଆଲୋଚନା ହେଉଛି। ଏନେଇ ଅଭିଯୋଗ ହେବା ପରେ ଲଘୁ ଖଣି ବିଭାଗ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନରେ ଯାଇ ଫେରି ଆସି ହାତବାନ୍ଧି ବସିଛନ୍ତି। ରାତିରେ ଏହି ମୋରମ ଚୋରାଚାଲାଣ ହେଉଥିବାରୁ କୌଣସି ପଦକ୍ଷେପ ନେଇପାରୁ ନ ଥିବା ଖଣି ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ମିଳୁଛି। ସେହିପରି ବ୍ୟାସନଗର ତହସିଲ ତଥା କଟକ ବନଖଣ୍ଡ ଯାଜପୁର ରୋଡ୍‌ ରେଞ୍ଜ ପଛିକୋଟ ଡିପିଏଫ (ଡିମାର୍କେଟ ପ୍ରୋଟେକ୍ଟ ଫରେଷ୍ଟ ) ଅଧୀନ କୋରାବନ୍ଦୀ ଶାଳ ଜଙ୍ଗଲରୁ ମୋରମ୍‌ ଲୁଟ୍‌ ଚାଲିଛି। ଏହାସହ କୋରେଇ ବ୍ଲକ ଅନ୍ତର୍ଗତ କିଆପଦା ଓ ଅନ୍ଧାରୀ ପଞ୍ଚାୟତ ମଧ୍ୟରେ ନିର୍ମାଣାଧୀନ ରେଙ୍ଗାଲି ବହୁମୁଖୀ କେନାଲ ନିକଟରୁ ମୋରମ୍‌ ଲୁଟ୍‌ ହେଉଥିବା ଦେଖିବାକୁ ମିଳିଛି।
ମାଙ୍କଡ଼ା ପଥର ଚାଲାଣ ଶାସକ ଓ ବିରୋଧୀ ଦଳର ନେତା ମିଶି ଚଳାଉଥିବା ଅଭିଯୋଗ ହୋଇଆସୁଛି। ଦର୍ପଣ ତହସିଲ ବୈରୀ ଥାନା ଅଧୀନ ଅମିୟ ଝରି ଓ ବୈରୀ ମୌଜାର ଭାଲୁଖାଇଠାରେ ଦୈନିକ ଟ୍ରକ୍‌ ଯୋଗେ ୫୦ ଟ୍ରିପ୍‌ରୁ ଊର୍ଦ୍ଧ୍ୱ ମାଙ୍କଡା ପଥର ଖନନ କରାଯାଇ ବାହାରକୁ ଚାଲାଣ କରାଯାଉଛି। ଉକ୍ତ ମାଙ୍କଡ଼ା ବୋଝେଇ ଟ୍ରକଗୁଡ଼ିକ ବୈରୀ ଥାନା ଆଗ ରାସ୍ତା ଦେଇ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ଦୈନିକ ୧୮ ମେଶିନ ସାହାଯ୍ୟରେ ପଥର କଟାହେଉଛି। ୨ଟି ଜେସିବି ଦ୍ୱାରା ପ୍ଲଟ ସଫା କରାଯାଉଛି। ୪ଟି ଟ୍ରାକ୍ଟର ଦ୍ୱାରା ପ୍ଲଟ୍‌ରୁ ମୋରମ ସଫା ହେଉଛି ଓ ଖାଦାନରୁ ବାହାରୁ ଥିବା ଅଦରକାରୀ ଜିନିଷକୁ ହାଇଓ୍ବା ଯୋଗେ ମଣିଆବାଟ ଦେଇ ନିର୍ମାଣ ହେଉଥିବା ତୃତୀୟ ରେଳ ଲାଇନ କାର୍ଯ୍ୟରେ ବିନିଯୋଗ କରାଯାଉଛି। ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଡିଡିଏମ ଜୟପ୍ରକାଶ ନାୟକଙ୍କୁ ପଚାରିବାରେ ସେ କୁହନ୍ତି, ନିୟମିତ ଭାବେ ବେଆଇନ ଖାଦାନଗୁଡ଼ିକରେ ଚଢାଉ କରାଯାଉଛି। ଏହାସହ ଆଇନ ଅନୁସାରେ ଜରିମାନା ଆଦାୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri