ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପଟ୍ଟାମୁଣ୍ଡାଇ, ୧୬ା୩ (ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଭାବ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡିରେ ଝଡ ସୃଷ୍ଟି କରିଛି। ବିଜେଡିର ଦୁଇଗୋଷ୍ଠୀ ଏହି ବ୍ଲକ ଓ ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ଦାଣ୍ଡିସାହିଠାରେ ମଙ୍ଗଳବାର ମୁହଁାମୁହିଁ ହୋଇଛନ୍ତି। କଳାପତାକା ପ୍ରଦର୍ଶନ, ଗାଳିଗୁଲଜ ସହ ଅଣ୍ଡାମାଡ ହୋଇଛି।
ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ ଚଉଦକୁଲାଟ ଫାଣ୍ଡିରେ ଗତ ୧୨ ତାରିଖରେ ଅଧ୍ୟକ୍ଷ ପଦ ପ୍ରାର୍ଥୀ ଅନ୍ନପୂର୍ଣ୍ଣା ମଲ୍ଲିକଙ୍କ ଦୁଇପୁଅ ନାମରେ ବିଭିନ୍ନ ଆପରାଧିକ କାର୍ଯ୍ୟ କରିଥିବା ଦର୍ଶାଇ ଅଭିଯୋଗ କରିଥିଲେ। ଅପରପକ୍ଷରେ ଅମୃତମଣୋହି ପଞ୍ଚାୟତର ନବନିର୍ବାଚିତ ସଦସ୍ୟ ତଥା ଅଧ୍ୟକ୍ଷ ପଦର ପ୍ରାର୍ଥୀ ମଲ୍ଲିକ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି, ଅଧ୍ୟକ୍ଷ ସାମନ୍ତରାୟ ଓ ତାଙ୍କ ସମର୍ଥକମାନେ ଦୁଇପୁଅଙ୍କୁ ଅପହରଣ କରି ନେଇଛନ୍ତି। ଅପରପକ୍ଷେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଅଧ୍ୟକ୍ଷ ସାମନ୍ତରାୟ ନ୍ୟାୟ ଦାବିରେ ଚଉଦକୁଲାଟ ଫାଣ୍ଡି ସମ୍ମୁଖରେ ସମର୍ଥକଙ୍କ ସହ ଗଣଧାରଣାରେ ବସିଛନ୍ତି। ଉତ୍ତେଜନାକୁ ଭିତ୍ତିକରି ପଟ୍ଟାମୁଣ୍ଡାଇ ପୋଲିସ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ଏ ସମ୍ପର୍କରେ ଅଧ୍ୟକ୍ଷ ସାମନ୍ତରାୟଙ୍କୁ ପଚାରିବାରେ, ଗତ ୧୨ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ଅନ୍ନପୂର୍ଣ୍ଣା ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଅନ୍ନପୂର୍ଣ୍ଣାଙ୍କୁ ୧୨ ଖଣ୍ଡ ଭୋଟ ମିଳିଥିବା ବେଳେ ୧୯ ଜଣ ସମିତିସଭ୍ୟଙ୍କ ଭୋଟ ମୋ ସପକ୍ଷରେ ଯାଇଥିଲା। ନିର୍ବାଚନରେ ବିଜୟୀ ପରେ ବ୍ଲକ ଅଞ୍ଚଳରେ ଥିବା ଅଳପୁଆ ପଞ୍ଚାୟତର ବିଲ୍ବମଙ୍ଗଳ ପୀଠକୁ ପୂଜା ପାଇଁ ଯାଇଥିଲି। ସେଠାରୁ ଫେରିବା ବେଳେ ଅନ୍ନପୂର୍ଣ୍ଣାଙ୍କ ଦୁଇପୁଅ ଦାଣ୍ଡିସାହି ବଜାରରେ ଗାଡି ଅଟକାଇବା ସହ ପ୍ରଥମେ କଳାପତାକା ଦେଖାଇବା ପରେ ଗାଳିଗୁଲଜ କରିଥିଲେ। ସାଙ୍ଗରେ ଥିବା ବିଧାୟକ ଧ୍ରୁବ ସାହୁଙ୍କୁ ମଧ୍ୟ ଗାଳିଗୁଲଜରୁ ବାଦ ପଡିନାହାନ୍ତି। ବିଧାୟକ ସାହୁ ଯିବା ପରେ ତାଙ୍କ ଗାଡିକୁ ଅଣ୍ଡାମାଡ କରିଥିଲେ। ଏଥିସହ ଅନ୍ନପୂର୍ଣ୍ଣାଙ୍କ ଦୁଇପୁଅ ପ୍ରଦ୍ୟୁମ୍ନଙ୍କୁ ମାରିବା ସହ ବନ୍ଧୁକ ମୁଣ୍ଡରେ ଲଗାଇ ମାରି ଦେବାକୁ ଚେଷ୍ଟା କରିଥିଲେ। ଏଥିସହ ବେକରେ ଥିବା ସୁନାଚେନକୁ ଛିଡାଇ ନେଇଯାଇଥିଲେ। ଅପରପକ୍ଷରେ ଅନ୍ନପୂର୍ଣ୍ଣାଙ୍କ କହିବା ଅନୁଯାୟୀ, ଅଧ୍ୟକ୍ଷ ସାମନ୍ତରାୟ ଏଠାରେ ବିଜୟ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଦାଣ୍ଡିସାହି ଛକରେ ଥିବା ଦୁଇପୁଅଙ୍କୁ ଡାକିଥିଲେ। ସେମାନେ ମନା କରିବାରୁ ସମର୍ଥକମାନେ ଦୁଇପୁଅଙ୍କୁ ଅପହରଣ କରିନେଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେହୁରିଆଙ୍କୁ ପଚାରିବାରେ ଘଟଣାର ଅନୁଧ୍ୟାନ ଚାଲିଛି। ସେହିପରି ଏହି ଘଟଣା ସମ୍ପର୍କରେ ମତ ରଖିବାକୁ ବିଧାୟକ ସାହୁଙ୍କୁ ମୋବାଇଲ ଫୋନ ନଂ.୯୪୩୭୧୭୨୯୫୨ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?