‘ବ୍ଲାକ୍‌ ଡାଇମଣ୍ଡ’ କହିବ କୋଇଲା କାହାଣୀ

ଅନୁଗୋଳ ଅଫିସ, ୨୪।୧୧ କୋଇଲାକୁ କାହିଁକି କଳାହୀରା କୁହାଯାଏ। ଏହି ପ୍ରାକୃତିକ ସମ୍ପଦର ଉତ୍ପତ୍ତି କେମିତି। ତା’ ଭିତରେ ଥିବା ଶକ୍ତିର ଆଧାର କ’ଣ। ମାଟିତଳେ ଥିବା କୋଇଲାର ଶଯ୍ୟା କିପରି ଜାଣିହେବ। ବିନା ବିସ୍ଫୋରଣରେ ଉତ୍ପାଦନ କେମିତି ସମ୍ଭବ ହେଉଛି ତାହା ଜାଣିବା ଓ ବୁଝିବା ଏବେ ଆହୁରି ସହଜସାଧ୍ୟ ହେବ। ଅନୁଗୋଳ ଜିଲାରେ ନିର୍ମାଣ ହେବାକୁ ଯାଉଥିବା ଦେଶର ପ୍ରଥମ ଡିଜିଟାଲ କୋଲ୍‌ ମ୍ୟୁଜିୟମ ‘ବ୍ଲାକ୍‌ ଡାଇମଣ୍ଡ’ରେ ଏହି ସମସ୍ତ ସଚିତ୍ର ତଥ୍ୟ ସଭିଙ୍କ ପାଇଁ ଉପଲବ୍ଧ ହେବ। କେବଳ କୋଇଲାର କାହାଣୀ ନୁହେଁ ଅନ୍ତର୍ଜାତୀୟସ୍ତରର ଏକ ପାଠାଗାର ମଧ୍ୟ ଏହି ସୁରମ୍ୟ ଅଟ୍ଟାଳିକାରେ ସ୍ଥାନିତ ହେବ। ଚଳିତବର୍ଷ ଏହାର ଭିତ୍ତିଭୂମି ପଡ଼ିବାକୁ ଥିବାବେଳେ ଆସନ୍ତା ଦେଢ଼ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବ।
ଅନୁଗୋଳ ଜିଲାର ସାଢ଼େ ୩ ଏକର ଜାଗାରେ ନିର୍ମାଣ ହେବାକୁ ଥିବା ବ୍ଲାକ୍‌ ଡାଇମଣ୍ଡ ପାଇଁ ୨୫ କୋଟି ଟଙ୍କାର ଖର୍ଚ୍ଚ ଏମ୍‌ସିଏଲ୍‌ ବହନ କରିବ। ୩ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାରେ ଡିଜିଟାଲ ବ୍ୟବସ୍ଥାକୁ ପ୍ରାଧାନ୍ୟ ପ୍ରଦାନ କରାଯିବ। ଏଥିସହ ପାରମ୍ପରିକ ବ୍ୟବସ୍ଥା ମଧ୍ୟ ରହିବ। ଆସାମରେ କୋଲ୍‌ ଇଣ୍ଡିଆ ପକ୍ଷରୁ ଏପରି ଏକ ମ୍ୟୁଜିୟମ ସ୍ଥାପନ କରାଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଡିଜିଟାଲ ହୋଇପାରିନାହିଁ। ତେଣୁ ଅନୁଗୋଳର ବ୍ଲାକ୍‌ ଡାଇମଣ୍ଡ କେବଳ ଜିଲା ବା ରାଜ୍ୟ ନୁହେଁ ବରଂ ଦେଶରେ ପ୍ରଥମ ହେବାର ଗୌରବ ଅର୍ଜନ କରିବ। ଡିଜିଟାଲ ବ୍ୟବସ୍ଥାରେ ହେବାକୁ ଥିବା ଏହି ମ୍ୟୁଜିୟମରେ ପୁରାତନ କୋଇଲା ସାମଗ୍ରୀ ସ୍ଥାନ ପାଇବ। ଏପରି କି କୋଇଲାର ଆବିଷ୍କାରଠାରୁ ଉତ୍ପାଦନ ଓ ବ୍ୟବହାର ଯାଏ ସବୁକିଛିର ବିବରଣୀ ଦେଖିବାକୁ ଏବଂ ଜାଣିବାକୁ ମିଳିପାରିବ। ଏଥିସହ ଏକ ଅନ୍ତର୍ଜାତୀୟସ୍ତରର ପାଠାଗାର ମଧ୍ୟ ଉକ୍ତ ମ୍ୟୁଜିୟମରେ ପ୍ରତିଷ୍ଠା କରାଯିବ। ପାଠ୍ୟକ୍ରମ ସମ୍ବନ୍ଧିତ ବିଭିନ୍ନ ସରଞ୍ଜାମ ସହ ଡିଜିଟାଲ ବ୍ୟବସ୍ଥା ରହିବ। ଏପରି କି ‘କଫି ଉଇଥ୍‌ ଷ୍ଟଡି’ର ସୁବିଧା ରହିବ। ଦେଶ ଓ ବିଦେଶର ବିଶିଷ୍ଟ ଲେଖକମାନଙ୍କ ପୁସ୍ତକ ଏଠାରେ ପଢ଼ିବାର ସୁଯୋଗ ସମସ୍ତଙ୍କ ପାଇଁ ହୋଇପାରିବ। କେଉଁ ଲେଖକଙ୍କ ପୁସ୍ତକ ପ୍ରତି ଆଗ୍ରହ ଅଛି ତାହା କେବଳ ଅଙ୍ଗୁଳି ମାରିଲେ ହିଁ ଆଖି ସାମ୍‌ନାକୁ କ୍ଷଣିକ ମଧ୍ୟରେ ଆସିଯିବ। ଏହା ରାଜ୍ୟର ଶିକ୍ଷା, ଗବେଷଣା ଦିଗରେ ଏକ ମାଇଲଖୁଣ୍ଟ ହେବ। ଏହାକୁ ନେଇ ଅନୁଗୋଳର ଛାତ୍ରୀଛାତ୍ର, ସାହିତି୍ୟକ, ଐତିହାସିକ, ଗବେଷକ ଓ ବୁଦ୍ଧିଜୀବୀମାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ନବରତ୍ନ କମ୍ପାନୀ ସହ ଜାତୀୟସ୍ତରର ସଂସ୍ଥା ଏହି ଅଟ୍ଟାଳିକା ନିର୍ମାଣ ଦାୟିତ୍ୱ ବହନ କରିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସରିଥିବା ବେଳେ ଜିଲା ଖଣିଜ ପାଣ୍ଠିର ଟ୍ରଷ୍ଟି ବୈଠକରେ ମଧ୍ୟ ଆଲୋଚନା ହୋଇସାରିଛି। ନିର୍ମାଣ ପାଇଁ ବିଭିନ୍ନ ସ୍ଥାନ ମଧ୍ୟରୁ ୩ଟିକୁ ମନୋନୀତ ହୋଇଛି। ସେଥିମଧ୍ୟରୁ ଗୋଟିଏ ସ୍ଥାନରେ ବ୍ଲାକ୍‌ ଡାଇମଣ୍ଡ ନିର୍ମାଣ କରାଯିବ। କ୍ଷତିଗ୍ରସ୍ତମାନଙ୍କୁ ମ୍ୟୁଜିୟମ ପ୍ରବେଶ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ତେବେ ଅନ୍ୟମାନଙ୍କ ପାଇଁ କେତେ ଫି’ ରଖାଯିବ ତାହା ଅଦ୍ୟାବଧି ନିଷ୍ପତ୍ତି ହୋଇ ନ ଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅଧ୍ୟୟନ, ଗବେଷଣାର ବଡ଼ ସୁଯୋଗ
ଅନୁଗୋଳ ଜିଲାରେ ନିର୍ମାଣ ହେବାକୁ ଥିବା କୋଲ ମ୍ୟୁଜିୟମ୍‌ ଓ ଅନ୍ତର୍ଜାତୀୟସ୍ତରର ଲାଇବ୍ରେରି ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି। ଶିକ୍ଷା ଓ ଗବେଷଣା କ୍ଷେତ୍ର ନିମନ୍ତେ ଏଭଳି ପଦକ୍ଷେପ ଏକ ବଡ଼ ସୁଯୋଗ ଆଣି ଦେଇଛି। ନିର୍ମାଣ ହେବାକୁ ଥିବା ଅଟ୍ଟାଳିକାର ଚମକ ସମସ୍ତଙ୍କୁ ଚମତ୍‌କୃତ କରିଦେବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ବିଜ୍ଞ, ପ୍ରାଜ୍ଞମାନେ ଉପକୃତ ହେବେ
ଅନ୍ତର୍ଜାତୀୟସ୍ତରର ପାଠାଗାର ନିର୍ମାଣ ହେଲେ ଗବେଷଣା ସହ ଅଧ୍ୟୟନ, ଜ୍ଞାନ ଚର୍ଚ୍ଚା ଅଧିକ ସହଜ ହୋଇପାରିବ। ବରିଷ୍ଠ, କନିଷ୍ଠ, ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ନୂତନ ଶିକ୍ଷାର ସ୍ପୃହା ଆସିବ। ଏପରି ପାଠାଗାରଟିଏ ପାଇଁ ପୂର୍ବରୁ ପୂର୍ବତନ ଜିଲାପାଳମାନଙ୍କୁ ଅବଗତ କରିଥିଲି।
-ପ୍ରଫେସର ଡ. କୁଳମଣି ନାୟକ,
ପ୍ରାକ୍ତନ ଅଧ୍ୟକ୍ଷ, ପଞ୍ଚାୟତ କଲେଜ ବରଗଡ଼
ବାଣୀଭଣ୍ଡାରକୁ ସମୃଦ୍ଧ କରିବ
ଅନ୍ତର୍ଜାତୀୟସ୍ତରର ପାଠାଗାର ନିର୍ମାଣ ଶିଳ୍ପ ସମୃଦ୍ଧ ଜିଲାର ଏକ ବିଶେଷ ଆବଶ୍ୟକତା ପୂରଣ କରିପାରିବ। ଜ୍ଞାନ ପିପାସୁ ବ୍ୟକ୍ତିମାନେ ସହଜରେ ଏହି ସୁଯୋଗର ବ୍ୟବହାର କରିପାରିବେ। ବିଶେଷକରି ଛାତ୍ରୀଛାତ୍ରମାନେ ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଆହରଣ କରିପାରିବେ। ଅନୁଗୋଳର ବାଣୀ ଭଣ୍ଡାରକୁ ଏହା ସମୃଦ୍ଧ କରିବ। -ଡ. ରମା ମଞ୍ଜରୀ ସାହୁ,
ପ୍ରାକ୍ତନ ଅଧ୍ୟାପିକା, ଅନୁଗୋଳ ମହାବିଦ୍ୟାଳୟ
ପୁରୁଣା ଐତିହ୍ୟ ସାଇତା ହେବା ସ୍ବାଗତଯୋଗ୍ୟ
କୋଲ୍‌ ମ୍ୟୁଜିୟମ ନେଇ ପଦକ୍ଷେପ ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଏହା କଳା ହୀରାର ଜିଲା ଅନୁଗୋଳର ଗୌରବ ବୃଦ୍ଧି କରିବ। ଏହି ପ୍ରାକୃତିକ ସମ୍ପଦର ଉତ୍ପତ୍ତି, ଉତ୍ପାଦନରେ ବ୍ୟବହୃତ ଯନ୍ତ୍ରାଂଶ ଏବଂ ବ୍ୟବହାର ସମ୍ପର୍କିତ ଆଗାମୀ ପିଢ଼ିର ସମସ୍ତ ଜିଜ୍ଞାସା ପୂରଣରେ ସହାୟକ ହୋଇପାରିବ।
-ଆଦ୍ୟଶ୍ଲୋକ ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri