Posted inଜାତୀୟ

ମାଲୟାଲମ୍‌ ସିନେମାର କଳା ଅଧ୍ୟାୟ: ଗୁପ୍ତ କ୍ୟାମେରାରେ ହେଉଥିଲା ନଗ୍ନ ଭିଡିଓ

ଥିରୁଭାନନ୍ଥପୁରମ୍‌,୧ା୯: ଜଷ୍ଟିସ୍‌ ହେମା କମିଟି ରିପୋର୍ଟ ମାଲୟାଲମ୍‌ ଚଳଚ୍ଚିତ୍ର ଶିଳ୍ପର ପାଣ୍ଡୋରା ବାକ୍ସ ଖୋଲିଥିବାବେଳେ ଅଭିନେତ୍ରୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ନୂଆ ନୂଆ ଘଟଣା ପ୍ରତିଦିନ ପ୍ରଘଟ ହେବାରେ ଲାଗିଛି। ଖ୍ୟାତନାମା ଅଭିନେତ୍ରୀ ରାଧିକା ଶରଥକୁମାର ମାଲୟାଲମ ଚଳଚ୍ଚିତ୍ରରେ କାର୍ଯ୍ୟ କରିବାର ଅଭିଜ୍ଞତା ଶେୟାର କରିଛନ୍ତି। ହିରୋଇନ୍‌ମାନଙ୍କୁ ନେବାଆଣିବା କରୁଥିବା କାରାଭାନ୍‌ରେ ଗୁପ୍ତ କ୍ୟାମେରା ଲଗାଯାଇ ନଗ୍ନ ଦୃଶ୍ୟ ରେକର୍ଡ କରାଯାଉଥିଲା ବୋଲି ସେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଉକ୍ତ ଭିଡିଓକୁ ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ପୁରୁଷ ଲୋକମାନଙ୍କ ମଧ୍ୟରେ ବ୍ୟାପକ ଭାବେ ଶେୟାର କରାଯାଉଥିଲା। ଏହାକୁ ଅଲଗା ଫୋଲ୍ଡରରେ ଷ୍ଟୋର କରି ରଖାଯାଉଥିଲା। ସବୁ ଫୋଲ୍ଡରକୁ ଭିନ୍ନ ଭିନ୍ନ ଅଭିନେତ୍ରୀଙ୍କ ନାଁରେ ନାମିତ କରାଯାଇଥିଲା। ଇଣ୍ଡଷ୍ଟ୍ରି ସହ ଜଡ଼ିତ ପୁରୁଷମାନେ ସେମାନଙ୍କ ମୋବାଇଲ ଫୋନ୍‌ରେ ଉକ୍ତ ଭିଡିଓ ଦେଖୁଥିଲେ। ଏହି କାରଣରୁ ସେ ହୋଟେଲରେ ରହିବା ବନ୍ଦ କରିଦେବା ସହ ଶୁଟିଂ ସମୟରେ କାରାଭାନ ବ୍ୟବହାର କରିବାକୁ ମନା କରିଦେଇଥିଲେ ବୋଲି ରାଧିକା କହିଛନ୍ତି। ତେବେ ସେ ଅନ୍ୟ ଅଭିନେତ୍ରୀମାନଙ୍କୁ ଲଜ୍ଜିତ କରିବାକୁ ଚାହୁଁ ନ ଥିବାରୁ ଉକ୍ତ ଚଳଚ୍ଚିତ୍ରର ନାଁ କହିବାକୁ ମନା କରିଦେଇଛନ୍ତି।

ହେମା କମିଟିର ରିପୋର୍ଟକୁ ରାଧିକା ସ୍ବାଗତ କରିଛନ୍ତି। ରିପୋର୍ଟରେ ଯାହା ଉଲ୍ଲେଖ ରହିଛି, ସେଭଳି ଅଭିଜ୍ଞତା ତାଙ୍କର ଅଙ୍ଗେନିଭା ଘଟଣା ଥିଲା। ସେ ୪୦ ବର୍ଷରୁ ଊର୍ଦ୍ଧ୍ୱ ମଲିଉଡ୍‌ (ମାଲୟାଲମ ଚଳଚ୍ଚିତ୍ର ଜଗତ)ରେ କାମ କରିଥିଲେ। ତାଙ୍କୁ ପୁରୁଷମାନେ ଅସଦ୍‌ବ୍ୟବହାର କରୁଥିଲେ ବୋଲି ଅଭିନେତ୍ରୀ କହିଛନ୍ତି। ସିନେମା ଶିଳ୍ପରେ ଯୌନ ନିର୍ଯାତନା ଏବଂ ପକ୍ଷପାତ ଘଟଣା ପଦାକୁ ଆସିବା ସତ୍ତ୍ୱେ ପୁରୁଷମାନେ ନୀରବ ରହିବା ଘଟଣାରେ ରାଧିକା ଚିନ୍ତା ପ୍ରକଟ କରିଛନ୍ତି।
ସେହିପରି ଅନ୍ୟତମ ବର୍ଷୀୟାନ ଅଭିନେତ୍ରୀ ମାଲା ପାର୍ବତୀ ଆଉ ଏକ ଲଜ୍ଜାଜନକ ଘଟଣା ପ୍ରଘଟ କରିଛନ୍ତି। ୨୦୧୦ରେ ଅପୂର୍ବରାଗମ୍‌ ଚଳଚ୍ଚିତ୍ର ଶୁଟିଂ ବେଳେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଚଳଚ୍ଚିତ୍ରରେ ତାଙ୍କ ସ୍ବାମୀ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଜଣକ ତାଙ୍କ ଝିଅ ଭୂମିକା ନିଭାଉଥିବା ଅଭିନେତ୍ରୀଙ୍କୁ ଗୋଟିଏ ହାତରେ ସ୍ପର୍ଶ କଲାବେଳେ ଅନ୍ୟ ହାତରେ ତାଙ୍କ ଶରୀରକୁ ଅଣ୍ଡାଳିଥିଲେ ବୋଲି ମାଲା କହିଛନ୍ତି। ଏହି ଘଟଣାରେ ତାଙ୍କୁ ଅତ୍ୟନ୍ତ ବାଧିଥିଲା ଏବଂ ସେ ୬ ମାସ ଯାଏ ସିନେମାରେ କାମ କରିବା ବନ୍ଦ କରିଦେଇଥିଲେ। ତେବେ ଏଭଳି ଅପରାଧ ବିରୋଧରେ ସ୍ବର ଉଠାଇବା ପାଇଁ ସ୍ବାମୀଙ୍କ ପରାମର୍ଶକ୍ରମେ ମାଲା ପୁଣିଥରେ ଚଳଚ୍ଚିତ୍ର ଜଗତକୁ ଫେରିଥିଲେ ବୋଲି କହିଛନ୍ତି।
ଜଣେ ଯୁବ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରଞ୍ଜିଥ୍‌ଙ୍କ ନାଁରେ କୋଚି ପୋଲିସ ମାମଲା ରୁଜୁ କରିଛି। ଅଡିଶନ ଦେବାକୁ କହି ରଞ୍ଜିଥ୍‌ ଉକ୍ତ ଅଭିନେତ୍ରୀଙ୍କୁ ବେଙ୍ଗାଲୁରୁର ଏକ ହୋଟେଲକୁ ଡାକିଥିଲେ। ତାଙ୍କୁ ସିନେମାରେ ରୋଲ୍‌ ଦେବାର ପ୍ରଲୋଭନ ଦେଖାଇ ଜବରଦସ୍ତ ଉଲଗ୍ନ କରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।

ମାଲୟାଲମ୍‌ ଚଳଚ୍ଚିତ୍ରରେ ମହିଳା କଳାକାରମାନଙ୍କ ପ୍ରତି ଯୌନ ନିର୍ଯାତନା ସମ୍ପର୍କିତ ହେମା କମିଟି ରିପୋର୍ଟ ଆସିବାର ସପ୍ତାହେ ପରେ ବର୍ଷୀୟାନ ଅଭିନେତା ତଥା ଏଏମ୍‌ଏମ୍‌ଏ (ଆସୋସିଏଶନ ଅଫ୍‌ ମାଲୟାଲାମ ମୁଭି ଆର୍ଟିଷ୍ଟସ୍‌)ର ପୂର୍ବତନ ଅଧ୍ୟକ୍ଷ ମୋହନଲାଲ୍‌ ଶନିବାର ପ୍ରଥମ ଥର ମୁହଁ ଖୋଲିଛନ୍ତି। ଚଳଚ୍ଚିତ୍ର ସଂଗଠନ ପରିଚାଳନା ସଂସ୍ଥାର କେତେଜଣ ସଦସ୍ୟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ନୈତିକତା ଦୃଷ୍ଟିରୁ ସେ ଗତ ୨୭ ତାରିଖରେ ଏଏମ୍‌ଏମ୍‌ଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଚଳଚ୍ଚିତ୍ର ଶିଳ୍ପକୁ ଧ୍ୱଂସ ନ କରିବାକୁ ସେ ପ୍ରତ୍ୟେକଙ୍କୁ ନିବେଦନ କରିଛନ୍ତି। ଘଟଣାର ତଦନ୍ତ ଚାଲିଥିବାରୁ ଏଏମ୍‌ଏମ୍‌ଏ ଉପରେ ସବୁ ଫୋକସ୍‌ ନ କରିବାକୁ ମୋହନଲାଲ କରିଛନ୍ତି। ହେମା କମିଟି ରିପୋର୍ଟକୁ ଆମେ ସ୍ବାଗତ କରୁଛୁ। ତେବେ ସବୁ ପ୍ରଶ୍ନର ଉତ୍ତର ଏଏମ୍‌ଏମ୍‌ଏ ଦେଇପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri