Posted inଜାତୀୟ

କଳା କାର୍ବନ ହିମାଳୟ ପାଇଁ ବଡ଼ ବିପଦ, ଜାଣନ୍ତୁ କାହିଁକି

ଉତ୍ତରାଖଣ୍ଡ,୧୧ା୬: ହିମାଳୟ ପ୍ରତି କଳା କାର୍ବନ ବଡ଼ ବିପଦ ସୃଷ୍ଟି କରିବ। କାରଣ କଳା କାର୍ବନ ଯୋଗୁ ଗ୍ଲେସିୟର ଦ୍ରୁତ ଗତିରେ ତରଳିବାର ଭୟ ରହିଛି। ୧.୧୭ ଲକ୍ଷ ବର୍ଗ କିଲୋମିଟର ବିଶିଷ୍ଟ କେନ୍ଦ୍ରୀୟ ହିମାଳୟ ଅଞ୍ଚଳରେ ଏହା ମାତ୍ର ଦୁଇରୁ ତିନି ଗୁଣ ବୃଦ୍ଧି ପାଇଥିବାବେଳେ ପରିବେଶର ଉତ୍ତାପ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ରୀୟ ହିମାଳୟ ଅଞ୍ଚଳରେ ନେପାଳ ଏବଂ ଭୁଟାନ ମଧ୍ୟରେ ଭାରତର ଉତ୍ତରାଖଣ୍ଡ, ହିମାଚଳ ଏବଂ ଜମ୍ମୁ କଶ୍ମୀର ଅନ୍ତର୍ଭୁକ୍ତ। ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ଅବଜରଭେସନ ସାଇନ୍ସ (ଆର୍‌ଆଇଏସ) ସହିତ ଜଡ଼ିତ ଇଣ୍ଡିଆନ ସ୍ପେସ୍‌ ରିସର୍ଚ୍ଚ ସେଣ୍ଟର (ଆଇଏସଆରଓ), ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି (ଆଇଆଇଟି) କାନପୁର ଦ୍ୱାରା ହୋଇଥିବା ଅନୁସନ୍ଧାନରେ ଏହି ସୂଚନା ପ୍ରକାଶ ପାଇଛି। ଏପରି ପରିବର୍ତ୍ତନ ଦ୍ୱାରା ଗ୍ଲେସିୟର ତରଳିବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି।

ନୈନିତାଲର ବରିଷ୍ଠ ବାୟୁମଣ୍ଡଳ ବୈଜ୍ଞାନିକ ମନୀଷ ନାଜାଙ୍କ କହିବା ଅନୁଯାୟୀ, ହିମାଳୟରେ କଳା କାର୍ବନର ବାସ୍ତବତା ଜାଣିବା ପାଇଁ ଏହି ଅନୁସନ୍ଧାନ କରାଯାଇଥିଲା। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ତଥ୍ୟ ଅନୁସନ୍ଧାନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କଳା କାର୍ବନର ପରିମାଣ ୧୫୦୦ ନାନୋଗ୍ରାମରୁ ୨୫୦୦ ମଧ୍ୟରେ ପହଞ୍ଚିଛି। ପୂର୍ବରୁ ଏହା କେବଳ ୮୦୦ରୁ ୯୦୦ ନାନୋଗ୍ରାମ ବୋଲି ବିବେଚନା କରାଯାଉଥିଲା।

କଳା କାର୍ବନ ବୃଦ୍ଧି ହେତୁ କେନ୍ଦ୍ରୀୟ ହିମାଳୟ ଅଞ୍ଚଳ ଗରମ ହୋଇଗଲା। ପୂର୍ବରୁ ବର୍ଗ ମିଟର ପ୍ରତି ୩୧.୭ ୱାଟ ଥିବା ଉତ୍ତାପ ବର୍ତ୍ତମାନ ବର୍ଗ ମିଟର ପିଛା ୩୯.୫ ଓ୍ବାଟକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ସୂର୍ଯ୍ୟ କିରଣର ଉତ୍ତାପ ଆଧାରରେ ମାପାଯାଇଥିବା ବର୍ଗ ମିଟର ପ୍ରତି ୭.୮ ଓ୍ବାଟର ଏହି ବୃଦ୍ଧି ପ୍ରାୟ ୨୪ ପ୍ରତିଶତ ହୋଇଛି। ସେଥିପାଇଁ ଅତୀତ ତୁଳନାରେ ଗ୍ଲେସିୟର ତରଳିବା ସମ୍ଭାବନା ଅଧିକ ବୃଦ୍ଧି ପାଇଛି। ଏହାର କାରଣ ହେଉଛି ୫୦ ବର୍ଷ ପୂର୍ବେ ବ୍ୟାସାର୍ଦ୍ଧରେ ୨,୦୭୭ କିଲୋମିଟର ଥିବା ଗ୍ଲେସିୟରଗୁଡିକ ବର୍ତ୍ତମାନ ଧୀରେ ଧୀରେ ୧୫୯୦ କିଲୋମିଟରକୁ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri