Posted inଖେଳ

ନ୍ୟୁଜିଲାଣ୍ଡକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଟିକେଟ୍‌ ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୨।୨: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମୁକାବିଲା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି। ଟେଷ୍ଟ ଭିତ୍ତିକ ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣର ଫାଇନାଲରେ ସ୍ଥାନ ପକ୍କା କରିଛି ନ୍ୟୁଜିଲାଣ୍ଡ। ତେବେ ନ୍ୟୁଜିଲାଣ୍ଡକୁ ଏହି ସୁଯୋଗ ଦେଇଛି ପଡୋଶୀ ଅଷ୍ଟ୍ରେଲିଆ। କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଓହରି ଯାଇଛି ଅଷ୍ଟ୍ରେଲିଆ। କୋଚ୍‌ ଜଷ୍ଟିନ ଲାଙ୍ଗରଙ୍କ ଦଳ କରୋନା କାରଣରୁ ଦକ୍ଷିଣ ଆଫ୍ରିକା ଗସ୍ତ କରି ରିସ୍କ ନେବାକୁ ଚାହୁଁ ନ ଥିବା ମଙ୍ଗଳବାର କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଗତ ସପ୍ତାହରେ ଦଳ ଘୋଷଣା ହୋଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକାରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଅଷ୍ଟ୍ରେଲିଆ ଦଳର ଖେଳାଳିମାନେ ଗସ୍ତ କରିବାକୁ ଅମଙ୍ଗ ହେଉଛନ୍ତି। ଦେଶରେ ୧.୫ ନିୟୁତ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୪ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିବାରେ ଅଷ୍ଟ୍ରେଲିଆ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଦଳ ନୁହେଁ। ଏଥିପୂର୍ବରୁ ଇଂଲଣ୍ଡ ମଧ୍ୟ ସମାନ କାରଣରୁ ସିରିଜ୍‌ ଖେଳିବାକୁ ମନା କରି ଦେଇଥିଲା।

ଉଲ୍ଲେଖଥାଉ କି, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ଆସନ୍ତା ଜୁନରେରେ ହେବାକୁ ଥିବା ଫାଇନାଲରେ ପ୍ରବେଶ କରିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୨-୦ କିମ୍ବା ୩-୦ରେ ହରାଇବାର ଥିଲା। ଏବେ ସିରିଜ୍‌ ବାତିଲ ହୋଇଥିବାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଅଷ୍ଟ୍ରେଲିଆର ଖେଳ ପ୍ରାୟତଃ ଶେଷ ହୋଇଯାଇଛି। ମାତ୍ର ଭାରତ ବିପକ୍ଷ ୪ ମ୍ୟାଚ୍‌ ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡ ବିପର୍ଯ୍ୟୟ ଘଟାଇଲେ ସମ୍ମୀକରଣ ବଦଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେନ୍‌ମାର୍କ ଓପନରୁ ଓହରିଲେ ସାଇନା, କାଶ୍ୟପ

ନୂଆଦିଲ୍ଲୀ, ୭ା୧୦ (ପି.ଟି.)-ଷ୍ଟାର ଇଣ୍ଡିଆନ ବ୍ୟାଟ୍ସମ୍ୟାନ ଦମ୍ପତି ସାଇନା ନେହ୍ବାଲ ଓ ପାରୁପଲ୍ଲୀ କାଶ୍ୟପ ମଙ୍ଗଳବାର ଡେନମାର୍କ ଓପନ୍‌ ସୁପର ୭୫୦ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଓଡେଞ୍ଜରେ...

ଆଇସୋଲେଶନରେ ମ୍ୟାକ୍‌କ୍ୟାର୍ଥି

ଲଣ୍ଡନ,୨୪ା୩(ଏଏଫ୍‌ପି)-ଆୟର୍ଲାଣ୍ଡ ଫୁଟ୍‌ବଲ ମ୍ୟାନେଜର ମିକ୍‌ ମ୍ୟାକ୍‌କ୍ୟାର୍ଥି ଓ ତାଙ୍କ ସ୍ତ୍ରୀ ଫିଓନା ବ୍ରୋମ୍‌ଲିସ୍ଥିତ ନିଜ ବାସଭବନରେ ସେଲ୍‌ଫ ଆଇସୋଲେଶନରେ ଅଛନ୍ତି। ୬୧ବର୍ଷୀୟ ମ୍ୟାକ୍‌କ୍ୟାର୍ଥି କହିଛନ୍ତି ତାଙ୍କର...

ଏସିଆ କପ୍‌ ପୂର୍ବରୁ ଭାରତକୁ ଝଟ୍‌କା: ରାହୁଲ ଦ୍ରାବିଡ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୩।୮: ଏସିଆ କପ୍‌ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ରେ ୧୦୦୦ ଛକା ମାରିବେ ଗେଲ୍‌

ନୂଆଦିଲ୍ଲୀ, ୧୦।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଏହି ଅବସରରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଦର୍ଷ ଓପନର୍‌ କ୍ରିସ୍‌...

୧ ରନ୍‌ ପାଇଁ ଦ୍ୱିଶତକରୁ ହୋଇଛନ୍ତି ବଞ୍ଚିତ ୫ କ୍ରିକେଟର

କ୍ରିକେଟରେ ଆଉଟ୍‌ ଏକ ଏଭଳି ଶବ୍ଦ, ଯାହା କୌଣସି ବ୍ୟାଟ୍ସମ୍ୟାନ୍‌ ଶୁଣିବାକୁ ଚାହିଁନଥାନ୍ତି । ଟେଷ୍ଟ ମ୍ୟାଚରେ ବ୍ୟାଟ୍ସମ୍ୟାନ୍‌ ୧ ରନ୍‌ କରି ଖାତା ଖୋଲିଲେ...

ରାଜ୍ୟ ୧୭ ବର୍ଷରୁ କମ୍‌ ଚେସ୍‌ସାଇନା, ଦେବୀ ଚାମ୍ପିୟନ

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି): ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚଳିତମାସ ୧୮ରୁ ୨୦ ପର୍ଯ୍ୟନ୍ତ ବାଲେଶ୍ୱର ଲ’ କଲେଜରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ୧୭...

ପିବିକେଏସ୍‌ ଜିତିଲା ଟସ୍‌, ପ୍ରଥମେ ବ୍ୟାଟିଂ…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ (ଆର୍‌ଆର୍‌) ବିପକ୍ଷରେ ପଞ୍ଜାବ କିଙ୍ଗସ(ପିବିକେଏସ୍‌) ଜିତି ପ୍ରଥମେ ବ୍ୟାଟିଂ...

ଉଭୟ ବର୍ଗର ଗ୍ରାଣ୍ଡ୍‌ ଫାଇନାଲରେ ପଞ୍ଜାବ

ପୁରୀ ଅଫିସ, ୯ା୨: ତାଳବଣିଆସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ୪୪ତମ ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପ୍‌ର ଚତୁର୍ଥ ଦିବସରେ ବୁଧବାର ଉଭୟ ପୁରୁଷ ଓ ମହିଳା ବିଭାଗର...

Advertisement
Archives

Model This Week