Posted inଜାତୀୟ

ମିଳିଲା ବ୍ଲାକ୍‌ବକ୍ସ: ଏବେ ଜଣାପଡ଼ିବ ଭୟଙ୍କର ଦୁର୍ଘଟଣା ପଛର କାରଣ

ନୂଆଦିଲ୍ଲୀ,୧୩।୬: ଭାରତର ବିମାନ ସେବା କ୍ଷେତ୍ରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ- ଏଆଇ୧୭୧ (ବୋଇଂ ୭୮୭-୮ ଡ୍ରିମ୍‌ଲାଇନର) ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ୍‌ ମଧ୍ୟରେ ନିକଟସ୍ଥ ବି.ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ି ଜଳିଯାଇଥିଲା। ଏଥିରେ ୧୨ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଯାତ୍ରା କରୁଥିବାବେଳେ ଜଣେ ଯାତ୍ରୀ ରମେଶ ବିଶ୍ୱାସକୁମାର ଦୁର୍ଘଟଣାର ଶେଷ ମୁହୂର୍ତ୍ତରେ ଡେଇଁ ଜୀବନ ବଞ୍ଚାଇପାରିଛନ୍ତି। ଘଟଣାରେ ମେଡିକାଲ କଲେଜ ହଷ୍ଟେଲର ବହୁ ଛାତ୍ର ପ୍ରାଣ ହରାଇଥିବାବେଳେ ଅନେକେ ଗୁରୁତର ଆହତ ହୋଇଛନ୍ତି। ବିମାନଟି ଖଣ୍ଡବିଖଣ୍ଡିତ ହୋଇ ହଷ୍ଟେଲ ଓ ଏହାର ଚାରିପାଖରେ ପଡ଼ିଥିବାବେଳେ ସେହି ଭିତରୁ ଅନ୍ୟ ଯାତ୍ରୀଙ୍କୁ ଜୀବନ୍ତ ଖୋଜା ଯାଇପାରିନାହିଁ। ଶେଷ ହସ୍ତଗତ ତଥ୍ୟ ଅନୁଯାୟୀ, ଅହମଦାବାଦ ସିଭିଲ ହସ୍ପିଟାଲକୁ ମୋଟ ୨୬୫ଟି ମୃତଦେହ ଆସିଥିବା ଡିସିପି କାନନ ଦେଶାଇ ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କ ମଧ୍ୟରେ ବିମାନ ଯାତ୍ରୀ, ହଷ୍ଟେଲ ଛାତ୍ର ଓ ସ୍ଥାନୀୟ ଲୋକେ ଥିବା କୁହାଯାଉଛି। ଅନେକ ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବାବେଳେ ‘ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ’ ଏହାର ତଦନ୍ତ ଚଳାଇଛି। ଅନେକ ସୁରକ୍ଷା ବୈଶିଷ୍ଟ୍ୟ ଥିବା ବୋଇଂ ୭୮୭-୮ ଡ୍ରିମ୍‌ଲାଇନର ବିମାନର ଏହା ପ୍ରଥମ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି।

ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ବୋଇଂ 787 ଡ୍ରିମଲାଇନରର ଗୋଟିଏ ବ୍ଲାକ ବାକ୍ସ ମିଳିଛି। ଦ୍ୱିତୀୟ ବ୍ଲାକ ବାକ୍ସ ଖୋଜା ଚାଲିଛି। ଏହି ବ୍ଲାକ ବାକ୍ସରୁ ଜଣାପଡିବ ଯେ, ଉଡ଼ାଣ ଭରିବା ପରେ ଏତେ ବଡ଼ ଦୁର୍ଘଟଣା କିପରି ଘଟିଲା। ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ବିମାନର ଡାଟା ରେକର୍ଡର ଏବଂ କକପିଟ ଭଏସ ରେକର୍ଡର ଉଭୟ ମିଳିଛି। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର କାରଣ ଖୁବ ଶୀଘ୍ର ଜଣାପଡିବ।

ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପଛରେ ୨ଟି କାରଣ ଥାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଉଭୟ ଇଞ୍ଜିନ୍‌ ଅଚଳ ହେବା କିମ୍ବା ଉଡ଼ାଣ ଆରମ୍ଭ ବେଳେ ପକ୍ଷୀ ସହ ମାଡ଼ହେବା କାରଣରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ୩ ଜଣ ବରିଷ୍ଠ ପାଇଲଟ୍‌ ତଥା ଇନ୍‌ଷ୍ଟ୍ରକ୍ଟରଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ସମୟର ଭିଡିଓକୁ ଅନୁଧ୍ୟାନ କଲେ ଯାହା ଜଣାଯାଏ ବିମାନ ଉପରକୁ ଉଠିବା ପାଇଁ ଇଞ୍ଜିନ୍‌ ଆବଶ୍ୟକ ଶକ୍ତି ପାଇ ନ ଥାଇପାରେ। ଫଳରେ ଉଡ଼ାଣର ମାତ୍ର କେଇ ମିନିଟ୍‌ ପରେ ଏହା ଜନବସତି ଅଞ୍ଚଳରେ ଖସିପଡ଼ିଲା। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି)ର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ। ଗୋଟିଏ ଇଞ୍ଜିନ ଅକାମୀ ହୋଇଥିଲେ, ଏଭଳି ସ୍ଥିତି ଉପୁଜି ନ ଥାନ୍ତା ଟେକ୍‌ଅଫ୍‌ ସମୟରେ ବିମାନର ଫ୍ଲାପ୍‌ ଅପ୍‌ କିମ୍ବା ଲ୍ୟାଣ୍ଡିଂ ଗିଅର ଡାଉନ୍‌ ଥାଇପାରେ ବୋଲି ଜଣେ କମାଣ୍ଡର ଆଶଙ୍କା କରିଛନ୍ତି। ପକ୍ଷୀ ମାଡ଼ ହେବା କାରଣରୁ ଉଭୟ ଇଞ୍ଜିନ୍‌ରେ ନିଆଁ ଲାଗିଥାଇପାରେ ବୋଲି ଅନ୍ୟ ଜଣେ କହିଛନ୍ତି। ବିମାନର ଓଜନ ଏହାର ଟେକ୍‌ଅଫ୍‌ ବେଗକୁ ନିର୍ଦ୍ଧାରଣ କରିଥାଏ। ଯଦି ଆବଶ୍ୟକ ବେଗରୁ କମ୍‌ ରହେ, ତେବେ ଇଞ୍ଜିନ ବିମାନକୁ ଉଡ଼ାଇ ରଖିବାରେ ସମସ୍ୟା ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri