Posted inଜାତୀୟ

ମିଳିଲା ବ୍ଲାକ୍‌ବକ୍ସ: ଏବେ ଜଣାପଡ଼ିବ ଭୟଙ୍କର ଦୁର୍ଘଟଣା ପଛର କାରଣ

ନୂଆଦିଲ୍ଲୀ,୧୩।୬: ଭାରତର ବିମାନ ସେବା କ୍ଷେତ୍ରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ- ଏଆଇ୧୭୧ (ବୋଇଂ ୭୮୭-୮ ଡ୍ରିମ୍‌ଲାଇନର) ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ୍‌ ମଧ୍ୟରେ ନିକଟସ୍ଥ ବି.ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ି ଜଳିଯାଇଥିଲା। ଏଥିରେ ୧୨ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଯାତ୍ରା କରୁଥିବାବେଳେ ଜଣେ ଯାତ୍ରୀ ରମେଶ ବିଶ୍ୱାସକୁମାର ଦୁର୍ଘଟଣାର ଶେଷ ମୁହୂର୍ତ୍ତରେ ଡେଇଁ ଜୀବନ ବଞ୍ଚାଇପାରିଛନ୍ତି। ଘଟଣାରେ ମେଡିକାଲ କଲେଜ ହଷ୍ଟେଲର ବହୁ ଛାତ୍ର ପ୍ରାଣ ହରାଇଥିବାବେଳେ ଅନେକେ ଗୁରୁତର ଆହତ ହୋଇଛନ୍ତି। ବିମାନଟି ଖଣ୍ଡବିଖଣ୍ଡିତ ହୋଇ ହଷ୍ଟେଲ ଓ ଏହାର ଚାରିପାଖରେ ପଡ଼ିଥିବାବେଳେ ସେହି ଭିତରୁ ଅନ୍ୟ ଯାତ୍ରୀଙ୍କୁ ଜୀବନ୍ତ ଖୋଜା ଯାଇପାରିନାହିଁ। ଶେଷ ହସ୍ତଗତ ତଥ୍ୟ ଅନୁଯାୟୀ, ଅହମଦାବାଦ ସିଭିଲ ହସ୍ପିଟାଲକୁ ମୋଟ ୨୬୫ଟି ମୃତଦେହ ଆସିଥିବା ଡିସିପି କାନନ ଦେଶାଇ ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କ ମଧ୍ୟରେ ବିମାନ ଯାତ୍ରୀ, ହଷ୍ଟେଲ ଛାତ୍ର ଓ ସ୍ଥାନୀୟ ଲୋକେ ଥିବା କୁହାଯାଉଛି। ଅନେକ ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବାବେଳେ ‘ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ’ ଏହାର ତଦନ୍ତ ଚଳାଇଛି। ଅନେକ ସୁରକ୍ଷା ବୈଶିଷ୍ଟ୍ୟ ଥିବା ବୋଇଂ ୭୮୭-୮ ଡ୍ରିମ୍‌ଲାଇନର ବିମାନର ଏହା ପ୍ରଥମ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି।

ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ବୋଇଂ 787 ଡ୍ରିମଲାଇନରର ଗୋଟିଏ ବ୍ଲାକ ବାକ୍ସ ମିଳିଛି। ଦ୍ୱିତୀୟ ବ୍ଲାକ ବାକ୍ସ ଖୋଜା ଚାଲିଛି। ଏହି ବ୍ଲାକ ବାକ୍ସରୁ ଜଣାପଡିବ ଯେ, ଉଡ଼ାଣ ଭରିବା ପରେ ଏତେ ବଡ଼ ଦୁର୍ଘଟଣା କିପରି ଘଟିଲା। ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ବିମାନର ଡାଟା ରେକର୍ଡର ଏବଂ କକପିଟ ଭଏସ ରେକର୍ଡର ଉଭୟ ମିଳିଛି। ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର କାରଣ ଖୁବ ଶୀଘ୍ର ଜଣାପଡିବ।

ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପଛରେ ୨ଟି କାରଣ ଥାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଉଭୟ ଇଞ୍ଜିନ୍‌ ଅଚଳ ହେବା କିମ୍ବା ଉଡ଼ାଣ ଆରମ୍ଭ ବେଳେ ପକ୍ଷୀ ସହ ମାଡ଼ହେବା କାରଣରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ୩ ଜଣ ବରିଷ୍ଠ ପାଇଲଟ୍‌ ତଥା ଇନ୍‌ଷ୍ଟ୍ରକ୍ଟରଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ସମୟର ଭିଡିଓକୁ ଅନୁଧ୍ୟାନ କଲେ ଯାହା ଜଣାଯାଏ ବିମାନ ଉପରକୁ ଉଠିବା ପାଇଁ ଇଞ୍ଜିନ୍‌ ଆବଶ୍ୟକ ଶକ୍ତି ପାଇ ନ ଥାଇପାରେ। ଫଳରେ ଉଡ଼ାଣର ମାତ୍ର କେଇ ମିନିଟ୍‌ ପରେ ଏହା ଜନବସତି ଅଞ୍ଚଳରେ ଖସିପଡ଼ିଲା। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି)ର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ। ଗୋଟିଏ ଇଞ୍ଜିନ ଅକାମୀ ହୋଇଥିଲେ, ଏଭଳି ସ୍ଥିତି ଉପୁଜି ନ ଥାନ୍ତା ଟେକ୍‌ଅଫ୍‌ ସମୟରେ ବିମାନର ଫ୍ଲାପ୍‌ ଅପ୍‌ କିମ୍ବା ଲ୍ୟାଣ୍ଡିଂ ଗିଅର ଡାଉନ୍‌ ଥାଇପାରେ ବୋଲି ଜଣେ କମାଣ୍ଡର ଆଶଙ୍କା କରିଛନ୍ତି। ପକ୍ଷୀ ମାଡ଼ ହେବା କାରଣରୁ ଉଭୟ ଇଞ୍ଜିନ୍‌ରେ ନିଆଁ ଲାଗିଥାଇପାରେ ବୋଲି ଅନ୍ୟ ଜଣେ କହିଛନ୍ତି। ବିମାନର ଓଜନ ଏହାର ଟେକ୍‌ଅଫ୍‌ ବେଗକୁ ନିର୍ଦ୍ଧାରଣ କରିଥାଏ। ଯଦି ଆବଶ୍ୟକ ବେଗରୁ କମ୍‌ ରହେ, ତେବେ ଇଞ୍ଜିନ ବିମାନକୁ ଉଡ଼ାଇ ରଖିବାରେ ସମସ୍ୟା ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?