Posted inଜାତୀୟ

ସୁପ୍ରିମକୋର୍ଟ ଗଲା ବିକେୟୁ

ନୂଆଦିଲ୍ଲୀ, ୧୭।୧(ପି.ଟି.): ବିବାଦୀୟ କୃଷି ଆଇନକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ଏହାର ସମାଧାନ ସୂତ୍ର ବାହାର କରିବା ଲାଗି ସୁପ୍ରିମକୋର୍ଟ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଉକ୍ତ କମିଟିରୁ ଭୂପିନ୍ଦର ସିଂ ମାନ୍‌ ଓହରିଯାଇଥିବାବେଳେ ଅନ୍ୟ ୩ ସଦସ୍ୟଙ୍କୁ କାଢ଼ିଦେବା ପାଇଁ କୃଷକ ସଂଗଠନ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛି। କମିଟି ସଦସ୍ୟମାନେ ପୂର୍ବରୁ ଆଇନକୁ ସମର୍ଥନ କରୁଥିବାରୁ ସେମାନଙ୍କୁ ନିଯୁକ୍ତି ଦେବା ପକ୍ଷପାତବିହୀନ ନୀତିର ବିରୁଦ୍ଧ ହେବ ବୋଲି ଭାରତୀୟ କିଷାନ ୟୁନିୟନ ଲୋକଶକ୍ତି ପକ୍ଷରୁ କୁହାଯାଇଛି।
ସାଧାରଣତନ୍ତ୍ର ଦିବସରେ ବିଶୃଙ୍ଖଳା ସୃଷ୍ଟି ଲାଗି କୃଷକମାନେ ସେଦିନ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ ଜରିଆରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଉକ୍ତ ପିଟିଶନ୍‌କୁ ଖାରଜ କରିଦେବା ପାଇଁ କୃଷକ ସଂଘ ଏକ ସତ୍ୟପାଠ ଜରିଆରେ ଅଦାଲତଙ୍କୁ କହିଛି। ପ୍ରସ୍ତାବିତ ଟ୍ରାକ୍ଟର ରାଲି ବିରୋଧରେ ୧୮ରେ ଶୁଣାଣି ପାଇଁ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାଜି ହୋଇଛନ୍ତି।
କମିଟିରେ ଅଲ୍‌ ଇଣ୍ଡିଆ କିଷାନ କୋଅର୍ଡିନେଶନ କମିଟି ଚେୟାରମ୍ୟାନ୍‌ ଏସ୍‌. ଭୂପିନ୍ଦର ସିଂ ମାନ୍‌ଙ୍କ ସମେତ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, ଦକ୍ଷିଣ ଏସିଆ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ସଂସ୍ଥା ନିର୍ଦ୍ଦେଶକ ଡକ୍ଟର ପ୍ରମୋଦ କୁମାର ଜୋଷୀ, ମହାରାଷ୍ଟ୍ରର ଶେତ୍‌କେରି ସଙ୍ଗଠନ ମୁଖ୍ୟ ଅନିଲ ଘନଓ୍ବତ୍‌ଙ୍କୁ ରଖିବା ପାଇଁ ସିଜେଆଇ ବୋବ୍‌ଡେ ପ୍ରସ୍ତାବ ଦେଇଥିଲେ। ସମସ୍ତେ କୃଷି ଆଇନ ସପକ୍ଷବାଦୀ ହୋଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଗୁରୁବାର ଉକ୍ତ କମିଟିରୁ ଭୂପିନ୍ଦର ଓହରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri