ଦିଲୀପଙ୍କୁ ବାଛିବା ପଛରେ ଭାଜପାର ଭିତିରି ପ୍ଲାନ, ୪ର୍ଥ ସିଟ୍‌ରେ ବଡ଼ ଗେମ୍‌!

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ୱାଚନ ନେଇ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି । ସେପଟେ ଆଜି ଭାଜପା ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ମଧ୍ୟ ଘୋଷଣା କରିଛି । ଏସବୁ ଭିତରେ ଦିଲ୍ଲୀପ ରାୟ ସ୍ୱାଧୀନ ଭାବେ ରାଜ୍ୟ ସଭା ଯିବେ ବୋଲି କହିଛନ୍ତି।

ଦିଲୀପ ରାୟ ରାଜ୍ୟ ସଭା ମଇଦାନକୁ ଓହ୍ଲାଇବା ପରେ ଲଢ଼େଇ ଜୋରଦାର ହେବା ନେଇ ଚର୍ଚ୍ଚା ହେଉଛି। ଚର୍ଚ୍ଚା ହେଉଛି ରାଜ୍ୟ ସଭା ନିର୍ୱାଚନରେ ଏବେ ୪ର୍ଥ ଆସନ ପାଇଁ ଘୋଡ଼ା ବେପାର ହୋଇପାରେ। ବେଶ ଅଭିଜ୍ଞ ଦଲୀପଙ୍କୁ ନେଇ ଶାସକ ଭାଜପା ଆଶାବାଦୀ ରହିଛି। ଅତୀତରେ ବିଜେଡିକୁ ଚକମା ଦେଖାଇ ଦିଲୀପ ରାଜ୍ୟ ସଭା ଯାଇଛନ୍ତି। ଏପରି ସ୍ଥିତିରେ ବିଜେଡି-କଂଗ୍ରେସ ମିଳିତ ପ୍ରାର୍ଥୀଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି। ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ହେଉଛନ୍ତି ଡା. ଦତ୍ତେଶ୍ୱର ହୋତା। ଦତ୍ତେଶ୍ୱରଙ୍କୁ ନବୀନ କମନ କ୍ୟାଣ୍ଡିଡେଟ କରିବା ପରେ କଂଗ୍ରେସ ସମର୍ଥନ ଦେଇଛି। ତେଣୁ ଚତୁର୍ଥ ଆସନରେ ଦିଲୀପ ନା ଦତ୍ତେଶ୍ୱର ଜିତିବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ବରିଷ୍ଠ ନେତା ଦିଲୀପ ରାୟ ଘୋଷଣା କରିଛନ୍ତି। ସେ ୫ ତାରିଖରେ ନାମାଙ୍କନ ଭରିପାରନ୍ତି। ଏନେଇ ଦିଲୀପ କହିଛନ୍ତି, ମୁଁ ଏନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିଛି।

ତେବେ ପୂର୍ୱରୁ ଥରେ ବିଜେଡିକୁ ଚକମା ଦେଇ ରାଜ୍ୟ ସଭା ଯିବାର ଅଭିଜ୍ଞତା ରହିଛି। ଆଲୋଚନା ହେଉଛି କି ଦିଲୀପଙ୍କୁ ଭାଜପା ସମର୍ଥନ କରିପାରେ । କୁହାଯାଉଛି ଯେ ଦତ୍ତେଶ୍ୱରଙ୍କ ସହ ଦିଲୀପଙ୍କ ହୋଇପାରେ ଜୋରଦାର ଲଢେଇ। ରାଜ୍ୟ ସଭାର ୪ର୍ଥ ଆସନରେ ହୋଇପାରେ ରୋଚକ ଲଢେଇ।

ଏହାସହ ରାଜ୍ୟ ସଭା ସଂଖ୍ୟା ଗଣିତ କହୁଛି କି, ଭାଜପା ପାଖରେ ବଳକା ରହୁଥିବା ୨୦ ଜଣ ବିଧାୟକଙ୍କ ଭୋଟ ଦିଲୀପ ରାୟଙ୍କ ସମର୍ଥନରେ ଯିବ । ହେଲେ ବାକି ୧୦ ଜଣ ବିଧାୟକଙ୍କ ଭୋଟ ଦିଲୀପଙ୍କୁ ଯୋଗାଡ଼ କରିବାକୁ ପଡ଼ିବ । ସେପଟେ ବିଜେଡିର ୨ ଜଣ ବିଦ୍ରୋହୀ ବିଧାୟକଙ୍କ ଭୋଟ ଯଦି ଦିଲୀପଙ୍କ ସମର୍ଥନରେ ଯାଉଛି ତେବେ ବାକି ଭୋଟ ଯୋଗାଡ଼ କରିବାକୁ ଜୋରଦାର ଘୋଡ଼ା ବ୍ୟାପାର ହୋଇପାରେ ବୋଲି ଏବେଠାରୁ ଆଲୋଚନା ଜୋରି ଧରିଲାଣି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri