Advertisement
Posted inଜାତୀୟ

ବଳାତ୍କାରୀଙ୍କୁ ସୁରକ୍ଷା ଦେବା କାର୍ଯ୍ୟ କରୁଛି ଭାଜପା, ସୁପ୍ରିମ୍‌କୋର୍ଟରେ ମିଳିବ ନ୍ୟାୟ: ଏଏପି ଏମ୍‌ପି…

ନୂଆଦିଲ୍ଲୀ,୧୯।୧୦ : ଗୁଜରାଟ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ମୁକ୍ତ କରାଯାଇଛି। କାରଣ ସେମାନଙ୍କ ଆଚରଣ ଭଲ ଏବଂ ସେମାନଙ୍କ ମୁକ୍ତିକୁ କେନ୍ଦ୍ର ଅନୁମୋଦନ କରିଛି। କିନ୍ତୁ ବର୍ତ୍ତମାନ ବିଲକିସ ବାନୋ ମାମଲାରେ ବଳାତ୍କାରୀଙ୍କ ମୁକ୍ତିକୁ ନେଇ ପ୍ରଶ୍ନ ଉଠିଛି। ଏଏପିର ରାଜ୍ୟସଭା ଏମ୍‌ପି ସଞ୍ଜୟ ସିଂ ବଳାତ୍କାରକାରୀଙ୍କ ମୁକ୍ତି ନେଇ ଭାଜପା ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏନଡିଟିଭି ସହ ସାକ୍ଷାତ ସମୟରେ ସେ କହିଛନ୍ତି, ଏହା ଏକ ଜଣାଶୁଣା ସତ୍ୟ ଯେ, ଯେଉଁମାନେ ବଳାତ୍କାର କରନ୍ତି ସେମାନଙ୍କୁ ବଞ୍ଚାଇବା ଏବଂ ସୁରକ୍ଷା ଦେବା କାମ ଭାଜପା ଦ୍ୱାରା କରାଯାଇଥାଏ। ଦେଶର ବିଭିନ୍ନ ରାଜ୍ୟରେ ଏହାର ପ୍ରମାଣ ମିଳିବ। ବାନୋ ମାମଲାରେ ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି। କାରଣ ସମସ୍ତ ତଥ୍ୟ ସୁପ୍ରିମକୋର୍ଟରେ ଅଛି।

ଏହା ବ୍ୟତୀତ ସେ କହିଛନ୍ତି, ଅଭିବ୍ୟକ୍ତିର ସ୍ବାଧୀନତା ଆମର ସାମ୍ବିଧାନିକ ଅଧିକାର। ମୁଁ ଏହି ଅଧିକାରକୁ ବ୍ୟବହାର କରୁଥିଲି। ସିବିଆଇ ମୁଖ୍ୟାଳୟକୁ ୧୯ ଜଣ ଏଏ ବିଧାୟକ ଏବଂ ୨ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ଡକାଯାଇଥିଲା।
ପୋଲିସ ଶତ୍ରୁ ପରି ବ୍ୟବହାର କଲା। ମୋତେ ଟାଣି ନିଆଗଲା। ମୋ ଚେୟାରକୁ ଭଙ୍ଗାଯାଇଥିଲା। ମତେ ଆଘାତ ଲଗାଇବାର ପ୍ରୟାସ କରାଯାଇଥିଲା। ଏହା ଏକ ଅପରାଧିକ କାର୍ଯ୍ୟ, ଯାହା ପୋଲିସ ଅଧିକାରୀଙ୍କ ଦ୍ୱାରା ଭାଜପାର ନିର୍ଦ୍ଦେଶରେ କରାଯାଇଥିଲା। ମୁଁ ଏହା ବିରୋଧରେ ଅଧିକାର କମିଟିକୁ ନୋଟିସ ଦେଉଛି ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିବି।

ସଞ୍ଜୟ ସଂସଦର ବିଶେଷ ଅଧିକାର କମିଟିକୁ ନୋଟିସ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ପୋଲିସର ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ପୋଲିସର ଏହା ଏକ ଅପରାଧିକ କାର୍ଯ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେଥିବା ସଜ୍ଞାହୀନ ଲୋକଙ୍କୁ କବାଟ ଭାଙ୍ଗି ଉଦ୍ଧାର କରାଯାଉଛି

ଭାଇଜାଗ,୭।୫: ଆନ୍ଧ୍ରପ୍ରଦେଶର ଭାଇଜାଗରେ ଥିବା ଏଲ୍‌ଜି ପଲିମର୍ସରେ ଗୁରୁବାର ସକାଳୁ ହୋଇଥିବା ଗ୍ୟାସ ଲିକ୍‌ ପରେ ସେଠାକାର ଆଖପାଖରେ ଥିବା ହଜାର ହଜାର ଲୋକ ଅସୁସ୍ଥ...

ତୃତୀୟ ଲହର ସହିତ କରୋନା ମହାମାରୀ ଶେଷ ମୁହାଁ …

ନୂଆଦିଲ୍ଲୀ,୧୪ା୨: ଦେଶରେ ବ୍ୟାପିଥିବା କରୋନା ମହାମାରୀର ତୃତୀୟ ଲହର ଏବେ ଶେଷ ମୁହାଁ ହେବାରେ ଲାଗିଛି। ଏହା ସହିତ ଦେଶ କରୋନା ମହାମାରୀ କବଳରୁ ମୁକୁଳିବାର...

ଆଶାକର୍ମୀଙ୍କୁ ନୂଆବର୍ଷ ଭେଟି:ମାସକୁ ୨୫୦୦ ଟଙ୍କା ଭତ୍ତା

ଚଣ୍ଡିଗଡ,୩୦।୧୨: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନି ନୂତନ ବର୍ଷର ଉପହାର ଭେଟି ଦେଇଛନ୍ତି। ରାଜ୍ୟର ୬୪,୫୦୦ ଆଶା କର୍ମୀ ଏବଂ ମଧ୍ୟାହ୍ନ ଭୋଜନ କର୍ମଚାରୀଙ୍କ ପାଇଁ...

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ୫ ଜଣ କରୋନା ପଜିଟିଭ

ନୂଆଦିଲ୍ଲୀ,୬।୬: ରାଜଧାନୀ ଦିଲ୍ଲୀର ଲୋକ ନାୟକ ଭବନ, ଖାନ ମାର୍କେଟରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ମୁଖ୍ୟକାର୍ଯ୍ୟାଳୟରେ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି...

ଚାର୍ଜିଂ ସମୟରେ ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରି ଫାଟି ୬ ମୃତ

ହାଇଦ୍ରାବାଦ,୧୩ ।୯: ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ସୋମବାର ରାତିରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...

ଭାଜପାରେ ଯୋଗଦେଇପାରନ୍ତି ମୁଲାୟମଙ୍କ ସାନବୋହୂ

ନୂଆଦିଲ୍ଲୀ,୧୬।୧: ବିଧାନସଭା ମତଦାନ ପୂର୍ବରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଏକ ବଡ ଝଟକା ଲାଗିପାରେ। ମୁଲାୟମ ସିଂ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବ...

ନୂଆ ମହାମେଣ୍ଟରେ ଜେଡ଼ିୟୁ ହାତରେ ମୁଖ୍ୟମନ୍ତ୍ରୀ-ଆରଜେଡ଼ିର ଉପମୁଖ୍ୟମନ୍ତ୍ରୀ-କଂଗ୍ରେସର ବାଚସ୍ପତି ପଦବୀ ନେଇ ଚର୍ଚ୍ଚା..

ପାଟନା, ୯।୮ : ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରି...

ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ: ଦ୍ରୌପଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୭(ବ୍ୟୁରୋ): ସୋମବାର ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌.ଭି...

Advertisement
Archives

Model This Week