ଗାଁ ଗଣ୍ଡାରେ ସରକାର ବିରୋଧରେ ଆନ୍ଦୋଳନ କରିବ ଭାଜପା

ଭୁବନେଶ୍ବର,୨୩ା୧(ବ୍ୟୁରୋ):ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ନିକଟରେ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଏଠାରେ ସରକାରକୁ କିଏ ଚଳାଉଛି ଜଣାପଡୁ ନାହିଁ ବୋଲି ନଡ୍ଡା ନିକଟରେ ଓଡ଼ିଶା ଗସ୍ତରେ ଆସି ଦେଇଥିବା ମନ୍ତବ୍ୟ ଉପରେ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି। ରାଜ୍ୟ ଶାସନ ଅବସ୍ଥା ସ୍ଥାଣୁ ପାଲଟିବା ସାଙ୍ଗକୁ ଏହା ଅମଲାତନ୍ତ୍ର କବ୍‌ଜାକୁ ଆସିଥିବା ଅଭିଯୋଗ ଆଣି ଏହି ପ୍ରସଙ୍ଗ ଗାଁ ଗାଁରେ ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଦୁର୍ନୀତି, ଭ୍ରଷ୍ଟାଚାର, ପିଏମ୍‌-ଆବାସ ଯୋଜନାରେ କେଳେଙ୍କାରୀ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ ନେଇ ବଡଧରଣର ଆନ୍ଦୋଳନ ହେବ ବୋଲି ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି।
ଶନିବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ପଦାଧିକାରୀ ବୈଠକ ପରେ ରବିବାର ପ୍ରଥମେ ପଟିଆସ୍ଥିତ ଏକ ଘରୋଇ ହୋଟେଲଠାରେ କୋର୍‌ କମିଟି ବସିଥିଲା। ସେଥିରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପରେ ବସିଥିଲା ରାଜ୍ୟ କାର୍ଯ୍ୟକାରିଣୀ, ଯେଉଁଠାରେ ବିଜେଡି ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ। ଫୋକସ୍‌ରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପରାମର୍ଶ ରହିଥିଲା। କିଛିଦିନ ତଳେ ନଡ୍ଡା ଓଡ଼ିଶା ଗସ୍ତରେ ଆସି କହିଥିଲେ ଏଠି ସରକାରକୁ କିଏ ଚଳାଉଛି ଜଣାପଡୁନି। ନଡ୍ଡା କହିଯାଇଥିବା ପ୍ରସଙ୍ଗକୁ ଜନସାଧାରଣ ମଧ୍ୟ ଅନୁଭବ କରୁଥିବା ଭାଜପା କହିଛି। ରାଜ୍ୟ ଶାସନ ବ୍ୟବସ୍ଥା ଅମଲାତନ୍ତ୍ର କବ୍‌ଜାରେ ଓ ଜନପ୍ରତିନିଧି ଅସହାୟ ଅବସ୍ଥାରେ ଥିବାବେଳେ ଗଣତନ୍ତ୍ର ବିପଦରେ ରହିଛି। ଏହାଦ୍ୱାରା ବିକାଶ ବାଧାପ୍ରାପ୍ତ ହେଉଥିବା ଭାଜପା ଅନୁଭବ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲା। ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନ ଆସିବା, ମନ୍ତ୍ରୀମାନେ ପ୍ରଶ୍ନକାଳରେ ଉପସ୍ଥିତ ନ ରହିବା ଆଦି ପ୍ରସଙ୍ଗ କାର୍ଯ୍ୟକାରିଣୀରେ ଉଠାଯାଇଥିଲା। ଗାଁ ଗଣ୍ଡାରେ ଏହିସବୁ ପ୍ରସଙ୍ଗ ଏବଂ ସରକାରଙ୍କ ସ୍ଥାଣୁତା ବିଷୟ ଉଠାଯିବ ବୋଲି ନିଷ୍ପତ୍ତି ହୋଇଛି। କାର୍ଯ୍ୟକାରିଣୀ ପରେ ଏକ ଖବରଦାତା ସମ୍ମିଳନୀ ଜରିଆରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ରାଜ୍ୟ ସରକାର ନିଜ ମଳିନ ଛବିକୁ ଘୋଡ଼ାଇବା ପାଇଁ ହକିକୁ ଆୟୁଧ କରିଛନ୍ତି। ଗତ ହକି ବିଶ୍ୱକପ୍‌ ବେଳେ ସରକାର ୬୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏଥର ରାଜ୍ୟ ସରକାର ପ୍ରାୟ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆବାସ କେଳେଙ୍କାରୀ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବଳାତ୍କାର, ବେକାରି ସମସ୍ୟା, ଚାଷୀ ସମସ୍ୟା ସାଙ୍ଗକୁ ମଣ୍ଡି ଅବ୍ୟବସ୍ଥା, ଶିକ୍ଷକ ଅଭାବ ସାଙ୍ଗକୁ ଦୁର୍ବଳ ଶିକ୍ଷା ଭିତ୍ତିଭୂମି, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ରାଜନୀତିରେ ଅପରାଧୀକରଣ, ଆଦିବାସୀ, ଦଳିତଙ୍କୁ ଅଣଦେଖା ଏବଂ ପଛୁଆ ବର୍ଗକୁ ଅବହେଳା ଏବଂ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ଆନ୍ଦୋଳନ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଏହାସହ ବୁଥ୍‌ସ୍ତରରେ ସଙ୍ଗଠନକୁ ମଜଭୁତ କରିବା ସହ ମଣ୍ଡଳଓ୍ବାରି ନେତାଙ୍କୁ ସଙ୍ଗଠନ ବିସ୍ତାର ପାଇଁ ଦାୟିତ୍ୱ ମିଳିଛି। ରାଜ୍ୟ କାର୍ଯ୍ୟକାରିଣୀରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ହେଲେ ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଉପସ୍ଥିତ ନ ରହିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିଛିଦିନ ତଳେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କୁ ଉଭୟ ଗମାଙ୍ଗ ଭେଟି ଚର୍ଚ୍ଚାରେ ରହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟକାରିଣୀକୁ ଟାର୍ଗେଟ କରିଛି ବିଜେଡି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ସମସ୍ତ ୩୦ ଜିଲା ପରିଷଦରେ ହାରିଯିବା ପରେ ଓଡ଼ିଶା ଭାଜପା ହତାଶ ହୋଇପଡ଼ିଛି। ନିଜର କ୍ୟାଡରକୁ ଉତ୍ସାହିତ କରିବାକୁ କେବଳ ଚେଷ୍ଟା କରୁଛି। ଭାଜପା ସର୍ବାଧିକ ପରିମାଣରେ ମିଥ୍ୟା ପ୍ରଚାର କରୁଛି ଏବଂ ଲୋକଙ୍କ ପ୍ରସଙ୍ଗ ଉଠାଉ ନାହିଁ। ଯେଉଁଥିପାଇଁ ରାଜ୍ୟବାସୀ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଲେନିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri