Posted inଜାତୀୟ

କେଜରିଓ୍ବାଲ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛି ଭାଜପା: ଏଏପି…

ନୂଆଦିଲ୍ଲୀ,୧୮।୩ : ମଦ ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରାଯିବା ପରେ ଏଏପି କ୍ରମାଗତ ଭାବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା ଜାରି ରଖିଛି। ଶନିବାର ଏଏପି ନେତା ତଥା ରାଜ୍ୟସଭା ଏମ୍‌ପି ରାଘବ ଚଢ଼ା ଏକ ଗଣଧ୍ୟମ ସମ୍ମିଳନୀ ଆୟୋଜନ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଏଜେନ୍ସିକୁ ଭାଜପା ଅପବ୍ୟବହାର କରୁଥିବା ଅଭିଯୋଗ କରି ସେ କହିଛନ୍ତି ଯେ ଫିଡବ୍ୟାକ ୟୁନିଟ ବାହାନାରେ ସିସୋଡିଆଙ୍କ ବିରୋଧରେ ଆଉ ଏକ ମିଥ୍ୟା ମାମଲା ରୁଜୁ କରାଯାଇଛି। ସିସୋଡିଆ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଭାଜପା ନେତାଙ୍କ ଗୁପ୍ତଚରୀ କରିଛନ୍ତି ବୋଲି ଶାସକ ଦଳ ଅଭିଯୋଗ କରିଛି। ମୁଁ ପଚାରିବାକୁ ଚାହେଁ ଯେ ଗତ ଆଠ ବର୍ଷ ମଧ୍ୟରେ ଦେଶର ଅର୍ଦ୍ଧେକ ଉପମୁଖ୍ୟମନ୍ତ୍ରୀ ଦେଶର ସବୁଠାରୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ତଥା ପ୍ରଭାବଶାଳୀ ଦଳର ନେତାଙ୍କ ଉପରେ ଗୁପ୍ତଚରୀ କରାଯାଉଥିଲା, କିନ୍ତୁ ଭାରତ ସରକାରଙ୍କ କୌଣସି ଏଜେନ୍ସି ପାଖରେ ଏ ବିଷୟରେ କୌଣସି ସୂଚନା ନ ଥିଲା କିପରି ? ଯଦି ଏହା ଘଟୁଥିଲା ତେବେ ଭାରତର ଅନୁସନ୍ଧାନ ଏଜେନ୍ସି ଉପରେ ପ୍ରଥମେ ପ୍ରଶ୍ନ ଉଠିବା ଆବଶ୍ୟକ। ସେମାନେ କ’ଣ କରୁଥିଲେ।

ମୁଁ ଭାଜପା ନେତାମାନଙ୍କୁ କହିବାକୁ ଚାହେଁ, ଯଦି କେହି ଆପଣଙ୍କ ଉପରେ ଗୁପ୍ତଚରୀ କରୁଛନ୍ତି, ତେବେ ସର୍ବପ୍ରଥମେ ଏନଆଇଏ, ଆଇବି ଏବଂ ର’ ର ବଡ ଅଧିକାରୀଙ୍କୁ ହଟାନ୍ତୁ। କାରଣ ଆଠ ବର୍ଷ ଧରି କେହି ଆପଣଙ୍କ ଉପରେ ଗୁପ୍ତଚରୀ କରୁଛନ୍ତି ଏବଂ ସେମାନେ ଜାଣିପାରି ନାହାଁନ୍ତି। ଏହା ଜେଲରୁ ବାହାରକୁ ନ ଆସିବା ପାଇଁ ମିଥ୍ୟା ମାମଲାରେ ସିସୋଡିଆଙ୍କୁ ଜଡିତ କରୁଥିବା ଭାଜପା ନେତାଙ୍କ ଏକ ଷଡ଼ଯନ୍ତ୍ର।

ଗୁଜରାଟର ଜଣେ ସାଧାରଣ ଭାଜପା କର୍ମୀ କିରଣ ପଟେଲ କଶ୍ମୀରରେ ସରକାରୀ ଟଙ୍କା ବ୍ୟବହାର କରି ମଜା କରୁଛନ୍ତି। ଜମ୍ମୁ-କଶ୍ମୀରର ପୋଲିସ ଏବଂ ସୁରକ୍ଷାକୁ ଭାଙ୍ଗିଥିବା ବ୍ୟକ୍ତିଙ୍କ ଅନୁସନ୍ଧାନ କରିବା ପରିବର୍ତ୍ତେ ସିସୋଡିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ବିରୋଧରେ ଦିଲ୍ଲୀ ବିଧାନସଭାରେ ଅବିଶ୍ୱାସ ପ୍ରସ୍ତାବ ଆଣି ଭାଜପା ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛନ୍ତି। ବିଜେପି ବର୍ତ୍ତମାନ ଏଏପି ବିଧାୟକଙ୍କୁ ନିଜ ଦଳରେ ଯୋଗଦେବାକୁ ପ୍ରଲୋଭନ ଦେଖାଉଛି। ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବାକୁ ଭାଜପା କେତେକ ଏଏପି ବିଧାୟକଙ୍କ ନିକଟକୁ ଯାଇଛି। ତେବେ ଭାଜପା ଏଥିରେ ସଫଳ ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ପାଇଁ ଯେଉଁ ବରପାତ୍ର ଠିକ୍‌ କରିଥିଲେ ବାପା, ତାଙ୍କୁ ଚାକିରି ଅଫର ଦେଲେ ଝିଅ, ଦରମା ଜାଣିଲେ…

ବେଙ୍ଗାଲୁରୁ,୨ା୫: ପ୍ରତ୍ୟେକ ମା’-ବାପା ନିଜ ପିଲାମାନଙ୍କ ପାଇଁ ଉପଯୁକ୍ତ ବରପାତ୍ର ଖୋଜିଥାନ୍ତି। ଆଜିର ସମୟରେ ଅଧିକାଂଶ ପିଲା ନିଜ ପସନ୍ଦର ଜୀବନସାଥୀ ବାଛୁଛନ୍ତି। ଏମିତି କ୍ଷେତ୍ରରେ...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୨୯।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୨୫୯ ନୂଆ କରୋନା...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୩।୧୨: ପାକିସ୍ତାନ ବାରମ୍ବାର ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ମଙ୍ଗଳବାର ପୁଣି ଥରେ ଜମ୍ମୁ-କଶ୍ମୀରର ପୁଞ୍ଛ ସେକ୍ଟରର କିର୍‌ନିରେ ପାକିସ୍ତାନ ସୁରକ୍ଷାକର୍ମୀ ଗୁଳି ବର୍ଷଣ...

ରେଲୱେ ପାଇଁ ୧.୧୦ ଲକ୍ଷ କୋଟି: ୨୭ ସହରରେ ମେଟ୍ରୋ ସେବା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ରେଲଓ୍ବେ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି। ୨୦୩୦କୁ ଦୃଷ୍ଟିରେ ରଖି ସରକାର ରେଲଓ୍ବେ ପାଇଁ ନୂଆ...

ମିଶ୍ରଣ କଳ୍ପନା ଜଳ୍ପନାକୁ ଖଣ୍ଡନ କଲେ ଭାଜପା-ଏନଡିପିପି…

କୋହିମା, ୨୦।୮ : ନାଗାଲାଣ୍ଡର ଶାସକ ମିଳିତ ସହଯୋଗୀ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି (ଏନଡିପିପି) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଆସନ୍ତା ବର୍ଷ...

ଲମ୍ବା କୁର୍ତ୍ତି ପିନ୍ଧିବାକୁ ରାଜି ନୁହେଁ କଲେଜ ଛାତ୍ରୀ

ହାଇଦ୍ରାବାଦ,୧୬।୯: ଆନ୍ଧ୍ରପ୍ରଦେଶ ରାଜଧାନୀ ହାଇଦ୍ରାବାଦର ଏକ କଲେଜରେ ପ୍ରଶାସନ ପକ୍ଷରୁ ଆଣ୍ଠୁ ତଳକୁ କୁର୍ତ୍ତି ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସର୍ଟ କୁର୍ତ୍ତି, ସ୍ଲିବଲେସ୍‌ ଆଦି ପିନ୍ଧିବାକୁ...

ପରଲୋକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’

ଅହମ୍ମଦାବାଦ,୩୦।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ୧୦୦ ବର୍ଷ ବୟସରେ ଅହମ୍ମଦାବାଦର ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ଏବେ ଅହମ୍ମଦାବାଦ ଅଭିମୁଖେ ବାହାରିଛନ୍ତି। ଅସୁସ୍ଥତା...

ରାହୁଲ ଗାନ୍ଧୀଙ୍କ ନାଁ ନେଇ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୮।୨: ପାର୍ଲାମେଣ୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିଛନ୍ତି। ଏହି ଅବସରରେ ବିରୋଧୀ...

Advertisement
Archives

Model This Week